Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Sunday, 13 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Jatra Artist Ban Controversy: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ ଯାତେରା। ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ଦୁଇ ପାର୍ଟିଠୁ ନେଇଥିବା ଟଙ୍କା ଫେରାଇ, ମାଲିକ ସଂଘ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଷେପାଇଁ ମଂଚରୁ ଓହରିଯାଇଛନ୍ତି, ହେଲେ ପାଖାପାଖି ସମାନ କାରଣ ପାଇଁ ବ୍ୟାନ୍ ହୋଇ ଏବେ ବି ନ୍ୟାୟ ଅପେକ୍ଷାରେ ହାସ୍ୟ କଳାକାର ନରି ପଣ୍ଡା। More

BJP Odisha Training Camp 2023: ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶେଷ, ଟିପ୍ସ ଦେଲେ ବିଜେପିର ଟପ୍ ଥ୍ରୀ

ଶେଷ ହୋଇଛି ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର। ନୀତି, ନୈତିକତା ଏବଂ ଆଚରଣ ଉଚ୍ଚାରଣର ପାଠ ପଢିଲେ ବିଧାୟକ ଏବଂ ସାଂସଦ। ପୁରୀରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି ବିଜେପି ସଂଗଠନର ଟପ୍ ଥ୍ରୀ ନେତୃତ୍ୱ। More

Political Violence in Jajpur: ରାଜନୈତିକ ହିଂସାକୁ ନେଇ ସରଗରମ ଯାଜପୁର, ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ହମଲାକୁ ନେଇ ତୀବ୍ର ହୋଇଛି ଆରୋପ ପ୍ରତ୍ୟାରୋପ। ଆଜି ଆରୁହା ଗାଁକୁ ହିଙ୍ଗୁଳା ଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ ପ୍ରଣବଙ୍କ ଗାଡ଼ି ଉପରେ ହୋଇଛି ଆକ୍ରମଣ। More

Attack on Former MLA's Vehicle: ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ, ପଥର ମାଫିଆଙ୍କୁ ଦୋଷ ଦେଲେ ପ୍ରଣବ

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରବିବାର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ ପ୍ରଣବ। ସେଠାରେ କିଛି ଲୋକ ଲୋକ ପ୍ରଣବଙ୍କ ଗାଡିକୁ ଅଟକାଇବା ସହ ଝଗଡା କରିଥିଲେ। More

Miracle in Medical Science: ରାଉରକେଲା NIT ଛାତ୍ରଙ୍କ କମାଲ୍, କଟିଥିଲେ କି ହାଡ଼ ଭାଙ୍ଗିଥିଲେ ଯୋଡ଼ିବ ବାୟୋଇଙ୍କ୍

ସାଧାରଣତଃ ଦୁର୍ଘଟଣା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଖଣ୍ଡିଆ ହୋଇଗଲେ ଖୁବ୍ ଜୋରରେ ରକ୍ତସ୍ରାବ ହୋଇଥାଏ । ଯଦି ଚିକିତ୍ସା ବିଳମ୍ବ ହୁଏ, ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢିଯାଏ । ଏପରି ସ୍ଥଳରେ ରାଉଲକେଲା ଏନ୍‌ଆଇଟି ଲ୍ୟାବରେ ପ୍ରସ୍ତୁତ କରିଥିବା ପାଉଡର ଚମତ୍କାର ଭାବେ କାମ କରିବ । More

77th Bhubaneswar Foundation Day Celebrations: ଭୁବନେଶ୍ୱର ପାଳୁଛି ୭୭ତମ ଜନ୍ମଦିନ, ସମୟ ସହ ବୃଦ୍ଧି ପାଇଛି କଳେବର

ଆଜି ଭୁବନେଶ୍ବର ତାର ୭୭ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । More

Panchang Today 13th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୭.୩୮ ଗତେ ତୁଳା। ତିଥି- ପୂର୍ଣ୍ଣିମା (ମଳ) ପ୍ରାତଃ ୦୫.୫୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୭.୩୮ ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More

Mega Water Project Odisha: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ କାମ; ପାଣି ପାଇଁ ଛଟପଟ ୩୦ ପଂଚାୟତ...

ଜଗତସିଂହପୁର ବାଲିକୁଦା ବ୍ଲକ୍ ଆମ୍ବଶାଳର ମେଗା ପାନୀୟ ଜଳ ପ୍ରକଳ୍ପ। ୬ ବର୍ଷ ହେଲା ତିଆରି ଚାଲିଛି ଯେ ଚାଲିଛି।  More

Sea Engulfing Villages: ସମୁଦ୍ର ଆଁରେ ହଜିଯିବ କି ଗାଁ ! ବସତିକୁ ଗିଳିଦେବନି ତ ସର୍ବଗ୍ରାସୀ ସମୁଦ୍ର ?

ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି।  More

Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା। More

Real Estate Project Controversy: ବିଲଡରଙ୍କୁ ଓରେରାର ବଡ଼ ଛାଟ; ମହଙ୍ଗା ପଡ଼ିଲା ରେଲୱେ ଜମିରେ ରାସ୍ତା କରିବା...

ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ।  More

Chandan Yatra Festival Preparations: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ; ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା...

ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ସହ ବୈଜୟନ୍ତି ନାମକ ୫ଟି ଡଙ୍ଗାକୁ ପୁଷ୍କରିଣୀରୁ ଉଦ୍ଧାର କରିଛନ୍ତି ଭୋଇ ସେବକ । ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ।  More