Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Saturday, 12 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

BJP Leadership Guidance in Puri: ବିଜେପି ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର: ଅହଂକାର ଛାଡ଼, ଗ୍ରୁପିଜିମ୍ କି ଚାପଲୁସି କରନି

ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗୁରୁମନ୍ତ୍ର। ବ୍ୟକ୍ତିତ୍ୱକୁ ସୁଧାରି ଗ୍ରାଉଣ୍ଡରେ ରହିବାକୁ ପରାମର୍ଶ। ଗ୍ରୁପଜିମ୍ କି ଚାପୁଲିସି ନକରି ଏକ୍ ହୋଇ ରହିବାକୁ ପଢ଼ାଇଲେ ପାଠ। More

Waqf Controversy Stirs BJD Tussle: ୱକଫ ପ୍ରସଙ୍ଗ ପରଠୁ ଅସମ୍ଭାଳ ବିଦ୍ରୋହ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ

ୱକ୍ଫ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି। ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। More

Panchayat Bye-Election: ଖୁବଶୀଘ୍ର ରାଜ୍ୟରେ ହେବ ପଞ୍ଚାୟତ ଉପନିର୍ବାଚନ

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସଚିବଙ୍କ ସୂଚନା ଅନୁଯାୟୀ, ଉକ୍ତ ୱାର୍ଡଗୁଡ଼ିକ ପାଇଁ ଆସନ୍ତା ୧୭ରୁ ୨୨ ତାରିଖ ମଧ୍ୟରେ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତ ହେବ । More

Crime in Keonjhar: ଦାଦାକୁ ହାଣିଲା, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା...

ଦାଦାକୁ ମାରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଳ କଇଁସାରି ଗାଁରୁ ସାମ୍ନାକୁ ଆସିଲା ଏପରି ଚାଞ୍ଚଲ୍ୟକର ଘଟଣା । More

BJP Workshop In Puri: ଆଜିଠୁ ପୁରୀରେ ବିଜେପି କର୍ମଶାଳା, ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା

ଆଜିଠୁ ପୁରୀରେ ବିଜେପିର ତିନି ଦିନିଆ କର୍ମଶାଳା ଆରମ୍ଭ ହେଉଛି । ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉଦ୍‌ଘାଟନ କରିବା ସହ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର । More

Panchang Today 12th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ପୂର୍ଣ୍ଣିମା ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।  More

Social Media and Defamation: ଅସହ୍ୟ ହେଲା ୟୁଟ୍ୟୁବରେ ଖବର ପ୍ରସାରଣ; ଶେଷରେ ହାରିଦେଲେ ଜୀବନ !

ଦୁଷ୍କର୍ମ ଅଭିଯୋଗର ବଦନାମ ଆଉ ସହି ହେଲାନି। ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲେ। ଦୁଷ୍କର୍ମ ଓ ପରକୀୟା ପ୍ରୀତି ଭଳି ସଙ୍ଗୀନ ଅଭିଯୋଗ ପରେ ମାନସିକ ନିର୍ଯାତନା ସହି ପାରିନଥିଲେ ଗଛରେ ଝୁଲି ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର ବଂଶୀଧର ମିଶ୍ର।  More

Builder Murder in Bhubaneswar: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !

ଜାଗାବାଡି ପଜେସନ ପାଇଁ ଯାଇଥିବା ବେଳେ ସ୍ପଟ୍ ଉପରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।  More

25-Year Conflict Resolution: ଅଢେଇ ଦଶନ୍ଧିର ସଂଘର୍ଷରେ ଲାଗିବ ବିରାମ; ଭିଟାମାଟିକୁ ଫେରିବେ ୫୦ ପରିବାର...

ଗାଁରେ ପୁନବସତି ପାଇଁ ଚାଲିଛି ପ୍ରସ୍ତୁତି। ଦୀର୍ଘ ୨୫ ବର୍ଷ ପରେ ଭିଟାମାଟିକୁ ଫେରିବେ ଲୋକେ। ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗାଁର ସେହି ୫୦ ପରିବାରର ଲୋକ ଯେଉଁମାନଙ୍କ ଫେରିବା ପାଇଁ ପଥ ପରିଷ୍କାର କରିଛି ପ୍ରଶାସନ। More

Rourkela Police Commissionerate Status: ବଢୁଛି ଜନସଂଖ୍ୟା, ଲମ୍ବୁଛି ସହର: ରାଉରକେଲାରେ କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍ ବ୍ୟବସ୍ଥା ?

ରାଉରକେଲାରେ କେବେ କାର୍ଯ୍ୟକ୍ଷମ ହେବ କମିଶନରେଟ୍ ? ଘୋଷଣା ପରେ ବି କାହିଁକି ଲାଗୁ ହେଉନି କମିଶନରେଟ୍ ବ୍ୟବସ୍ଥା ?  More

Odia Film Pade Akasha Biopic: ଦିବ୍ୟାଙ୍ଗଙ୍କ ପାଇଁ ଜଗା ଦର୍ଶନର ବାଟ ଖୋଲିଦେଲା 'ପାଦେ ଆକାଶ' !

ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ 'ପାଦେ ଆକାଶ' ଶ୍ରୁତିଙ୍କ ଜରିଆରେ ବଖାଣିଛି ଶ୍ରୀମନ୍ଦିରରେ ନିଇତି ଦିବ୍ୟାଙ୍ଗ ଭୋଗୁଥିବା ସମସ୍ୟାର କାହାଣୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ କରିଥିଲେ ହୃଦୟସ୍ପର୍ଶୀ ଘୋଷଣା । More

Ayushman Bharat Scheme: ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ, କଟକରେ ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ

ଆଜିଠୁ ଓଡ଼ିଶା ହେଲା ଆୟୁଷ୍ମାନ। ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପ୍ରଣୟନ ସାଙ୍ଗକୁ ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ବି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । More

BJD Conflict : କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଆଉ ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା । More

Piyush Tripathy Dispute: ବର୍ଷକ ପାଇଁ ଯାତ୍ରା ମଞ୍ଚକୁ ଅଲ୍‌ବିଦା କଲେ ପୀୟୂଷ

ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ । More

Jatra Actor Controversy: ଯାତ୍ରା କଳି ପରେ ନୂଆ ନିୟମ ଆଣିଲା ଯାତ୍ରା ମାଲିକ ସଂଘ

ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା ଯାତ୍ରା ମାଲିକ ସଂଘ । ଏଥର ଗୋଟିଏ ପାର୍ଟିରୁ ଅନ୍ୟ ଯାତ୍ରା ପାର୍ଟିକୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC । ଏହାସହ ପୀୟୂଷ ଟଙ୍କା ଫେରସ୍ତ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଯାତ୍ରା ପାର୍ଟି ମାଲିକ । More