• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଖୁବଶୀଘ୍ର ରାଜ୍ୟରେ ହେବ ପଞ୍ଚାୟତ ଉପନିର୍ବାଚନ । ୧ ହଜାର ୧୩୪ଟି ଆସନରେ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ୫ଟି ଜିଲ୍ଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ ଓ ୨୭୨ଟି ୱାର୍ଡମେମ୍ବର ପାଇଁ ଉପନିର୍ବାଚନ ହେବ । ଏହା ସହିତ ନିର୍ବାଚନ ସ୍ଥଗିତ ଥିବା ୭୭୧ଟି ୱାର୍ଡରେ ନୂତନ ଭାବେ ହେବ ଭୋଟ୍ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ୭୭୧ଟି ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ସେଠାରେ ନିର୍ବାଚନ ବନ୍ଦ ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଉକ୍ତ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରାଯାଇଛି ।

Also Read

ଅଧିକ ପଢ଼ନ୍ତୁ: ପଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ?

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସଚିବଙ୍କ ସୂଚନା ଅନୁଯାୟୀ, ଉକ୍ତ ୱାର୍ଡଗୁଡ଼ିକ ପାଇଁ ଆସନ୍ତା ୧୭ରୁ ୨୨ ତାରିଖ ମଧ୍ୟରେ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତ ହେବ । ୨୪ରେ ସଂପୃକ୍ତ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ହେବ ଏବଂ ଏପ୍ରିଲ ୩୦ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରି ମେ ୨ରୁ ୫ ତାରିଖ ମଧ୍ୟରେ ସଂପୃକ୍ତ ଅଭିଯୋଗଗୁଡ଼ିକୁ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ସଂଶୋଧିତ ଭୋଟର ତାଲିକାକୁ ନିର୍ବାଚନ ଅଧିକାରୀମାନେ ମେ’ ୯ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ ।