Advertisment

Waqf Controversy Stirs BJD Tussle: ୱକଫ ପ୍ରସଙ୍ଗ ପରଠୁ ଅସମ୍ଭାଳ ବିଦ୍ରୋହ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ

ୱକ୍ଫ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି। ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି।

author-image
Saroj Kumar Jena
undefined

bjd

ୱକ୍ଫ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି। ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। ବିଧାୟକ ଅରୁଣ ସାହୁ ବି କହିଛନ୍ତି, ରାସ୍ତାରେ ଯିବାବେଳେ ଅନେକ ଛୋଟ ବଡ଼ ଭୁଲ୍ ହୁଏ। ଏଣେ ପୂର୍ବତନ ବିଜେଡି ସାଂସଦ ତଥା ଏବେକାର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ, ନବୀନ ଓ ପାଣ୍ଡିଆନଙ୍କୁ ଶବ୍ଦବାଣରେ ଘାଇଲା କରିଛନ୍ତି।

Advertisment

ଥମୁନି ନବୀନ-ପାଣ୍ଡିଆନ୍ ଚର୍ଚ୍ଚା। ଦଳ ଭିତରୁ ବରିଷ୍ଠ ନେତା ସିଧା ନିଶାନା କଲେଣି ନବୀନଙ୍କୁ। ଏହାରି ଭିତରେ ଆଜି ବିଦ୍ରୋହ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ। ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ପାଣ୍ଡିଆନ୍ଙ୍କ କଥାରେ ପଡି ୱାକଫ୍ ପ୍ରସଙ୍ଗରେ ମିଛ କହିଛନ୍ତି ନବୀନ। ବିଜେଡିରେ ଏବେ ଭୀଷଣ ଷଡ଼ଯନ୍ତ୍ର। ଦଳ ପରାଜୟର କାରଣ ମଧ୍ୟ ସେହି ପାଣ୍ଡିଆନ୍। ଖାଲି ସେତିକି ନୁହେଁ ପାଣ୍ଡିଆନ୍ ରାଜନୀତିରୁ ସନ୍ନ୍ୟାସ ନେବା କଥା ପୃଥିବୀର ସବୁଠାରୁ ବଡ଼ ମିଛ। ବିଜେଡି ନେତା ଏବେ ଅଣନିଶ୍ବାସୀ। ସେପଟେ କିନ୍ତୁ ପାଟ୍ଟଶାଣୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି।

ଅଧିକ ପଢ଼ନ୍ତୁ: ବିଜେପି ନେତାଙ୍କୁ ନଡ୍ଡାଙ୍କ ଟିପ୍ସ, ଗ୍ରୁପିଜିମ ଛାଡ଼…ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର

Advertisment

ଅନ୍ୟପଟେ ବିଜେଡି ବିବାଦ ଭିତରେ ଆଜି ବି କିଛି ନେତା ପରୋକ୍ଷରେ ସମାଲୋଚନା କରିଛନ୍ତି। ପୁଣି ଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସମ୍ବିତ ରାଉତରାୟ। ବିଜେଡିର ଏହି ବଡ଼ ମୂଷାକୁ କେହି ଖାଇପାରିବେନି, କିନ୍ତୁ ଅଣନିଶ୍ବାସୀ କରି ମାରିହେବ। ଆମ ଭଳି ନେତାଙ୍କୁ ଭୁଲ୍ ଚିତ୍ରଣ କରାଯାଉଛି ସୁପ୍ରିମୋଙ୍କ ଆଗରେ। ସେପଟେ ମାପି ଚୁପି କଥା କହୁଥିବା ଅରୁଣ ସାହୁ ବି କଥା ଛଳରେ କହିଛନ୍ତି ରାସ୍ତାରେ ଯିବାବେଳେ ଅନେକ ଛୋଟ ବଡ ଭୁଲ୍ ହୁଏ। ଏହାକୁ ସୁଧାରି ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ଏଠି ପ୍ରଶ୍ନ ଦିନକୁ ଦିନ ବିଜେଡି ବିଭାଜିତ ହେଉଥିବାବେଳେ ନବୀନ କାହିଁକି ଚୁପ୍? ବିପର୍ଯ୍ୟୟ ପରେ ଦଳ ଭିତରେ ଏକଛତ୍ରବାଦକୁ ଗ୍ରହଣ କରିପାରୁନାହାନ୍ତି କି ନେତା? ଏଭଳି ସ୍ଥିତିରେ ଆଗକୁ ବିଜେଡିରେ ବିସ୍ଫୋରକ ଚିତ୍ର ଦେଖିବାକୁ ମିଳିପାରେ ବୋଲି ଏବେଠୁ ଆକଳନ କଲେଣି ରାଜନୈତିକ ସମୀକ୍ଷକ।

ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ବିରୋଧରେ ମୁହଁ ଖୋଲିବାକୁ କେହି ଜୁ' ଜୁଟାଇ ପାରୁନଥିଲେ। ଆଉ ଏବେ ପ୍ରତିଦିନ ଦଳର ନେତାଙ୍କୁ ଟାର୍ଗେଟ୍ କରି କ୍ଷତାକ୍ତ କରୁଛନ୍ତି। ଏବେ ଦେଖିବାର କଥା ସିନିୟର ଲିଡର୍ ଓ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଭାପତି କେତେଦୂର ସଫଳ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ

BJD VK Pandian
Advertisment
Advertisment