Advertisment

Social Media and Defamation: ଅସହ୍ୟ ହେଲା ୟୁଟ୍ୟୁବରେ ଖବର ପ୍ରସାରଣ; ଶେଷରେ ହାରିଦେଲେ ଜୀବନ !

ଦୁଷ୍କର୍ମ ଅଭିଯୋଗର ବଦନାମ ଆଉ ସହି ହେଲାନି। ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲେ। ଦୁଷ୍କର୍ମ ଓ ପରକୀୟା ପ୍ରୀତି ଭଳି ସଙ୍ଗୀନ ଅଭିଯୋଗ ପରେ ମାନସିକ ନିର୍ଯାତନା ସହି ପାରିନଥିଲେ ଗଛରେ ଝୁଲି ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର ବଂଶୀଧର ମିଶ୍ର।

author-image
Sujit kumar Swain
False Rape & Affair Allegations Push Man to End His Life Kendrapara

False Rape & Affair Allegations Push Man to End His Life Kendrapara

ଅସହ୍ୟ ହେଲା ୟୁଟ୍ୟୁବରେ ଖବର ପ୍ରସାରଣ। ଦୁଷ୍କର୍ମ ଅଭିଯୋଗର ବଦନାମ ଆଉ ସହି ହେଲାନି। ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲେ। ଦୁଷ୍କର୍ମ ଓ ପରକୀୟା ପ୍ରୀତି ଭଳି ସଙ୍ଗୀନ ଅଭିଯୋଗ ପରେ ମାନସିକ ନିର୍ଯାତନା ସହି ପାରିନଥିଲେ ଗଛରେ ଝୁଲି ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର ବଂଶୀଧର ମିଶ୍ର। ଯାହାକୁ ନେଇ ଗରଦପୁର ଅଞ୍ଚଳରେ ଦେଖା ଦେଇଛି ତୀବ୍ର ଉତ୍ତେଜନା। ୟୁକୋ ବ୍ୟାଙ୍କ ନିକଟରେ ହଜାର ହଜାର ଲୋକ ଶବ ଯାଉଥିବା ଗାଡିକୁ ଅଟକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବଂଶୀଧରଙ୍କ ମୃତ୍ୟୁ ପାଇଁ ଗଣମାଧ୍ୟମ ପ୍ରତିନିଧି ଦାୟୀ ବୋଲି ଅଭିଯୋଗ କରିଛନ୍ତି ପରିବାର ଓ ସଂପର୍କୀୟ। ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା, ତାଙ୍କ ସ୍ବାମୀ ଓ ୟୁଟ୍ୟୁବରଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏହା ସହ ସ୍ବାମୀଙ୍କ ବିରୋଧରେ ମିଛ ଅଭିଯୋଗ କରି ତାଙ୍କୁ ବଦନାମ କରାଯାଇଥିବା ବଂଶୀଧରଙ୍କ ପରିବାର ଲୋକେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଗତ ସପ୍ତାହ ତଳେ ବଂଶୀଧରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ପାଟକୁରା ଥାନାରେ ରୁଜୁ ହୋଇଥିଲା। ଯାହାକୁ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ ହେବା ଦେଖି ବଂଶୀଧର ନିଜର ସାମାଜିକ ପ୍ରତିଷ୍ଠା ସହ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଏପରିକି ମାମଲାକୁ ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଯେଉଁଥିରେ ଏକ ଗଣମାଧ୍ୟମ ପ୍ରତିନିଧି ସାମିଲ ଥିବା କୁହାଯାଉଛି। ଏସବୁ ଭିତରେ ବଂଶୀଧର ଥାନାରେ ଅଭିଯୋଗ ନ କରି କାହିଁକି ଲୁଚିକି ବୁଲୁଥିଲେ ବୋଲି ପ୍ରଶ୍ନ ଉଠିଛି। 

ଅଧିକ ପଢ଼ନ୍ତୁ: ପିରିୟଡ୍ସ ପାଇଁ ପରୀକ୍ଷା ଗୃହ ବାହାରେ ବସିଲେ ଦଳିତ ଛାତ୍ରୀ

ଗତ ୫ ତାରିଖରେ ପାଟକୁରା ଥାନାରେ ସଙ୍ଗୀନ ମାମଲା ରୁଜୁ ହେବା ପରେ ବଂଶୀଧର ଭୟରେ ଘର ଛାଡ଼ି ବାହାରେ ରହୁଥିଲେ। ଗୁରୁବାର ସକାଳୁ ପାଖ ଗାଁ ପାଖଡ଼ ଶ୍ମଶାନରେ ଥିବା ଏକ ଚାକୁଣ୍ତା ଗଛରେ ବଂଶୀଧରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ବଂଶୀଧରଙ୍କ ବାଇକ୍, ଗୋଟିଏ ଏୟାର ବ୍ୟାଗ୍, ମୋବାଇଲ୍, ଫୋନ ଚାର୍ଜର୍, ଟର୍ଚ୍ଚ, ବେଡ୍‌ସିଟ୍‌, ଲୁଙ୍ଗି, ଗାମୁଛା, ମେଡିସିନ୍, ୭୬୦ ଟଙ୍କା ଓ ସୁଇସାଇଡାଲ୍ ନୋଟ୍ ଜବତ ହୋଇଛି। 

Advertisment

ବଂଶୀଧରଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପାଟକୁରା ଥାନା ପୁଲିସ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋ ଭିତରେ ମଦ ପିଇଲେ ଯାତ୍ରୀ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

Advertisment
Advertisment