ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Vending Zone: ବ୍ୟବସାୟୀଙ୍କୁ ବଣ୍ଟନ ନହୋଇ ଭୁତକୋଠି ପାଲଟିଲାଣି କୋଟି କୋଟି ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ୍

୨୦୨୨-୨୩ ଆର୍ଥିକ ବର୍ଷରେ ଡିଏମଏଫ୍ ପାଣ୍ଠି ଅନୁଦାନରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ୪୫ ଲକ୍ଷ ୯୯ ହଜାର ଟଙ୍କା । ତେବେ କାମ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି କାହିଁକି ଦୋକାନ ଘର ବଣ୍ଟନ କରାଯାଉନି ସେନେଇ ଉଠିଛି ପ୍ରଶ୍ନ । More

Polavaram Project Politics: ପୋଲାଭରମ ପ୍ରୋଜେକ୍ଟ ଘଷୋଣା ବେଳେ ଚୁପ୍ ଥିଲେ ,ଏବେ କାହିଁକି ଆଟାକିଂ ମୁଡ୍‌ରେ ନବୀନ ?

ପୋଲାଭରମକୁ ନେଇ ତେଜିଲା ରାଜନୀତି । ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍‌ରେ ତାକୁ ନେଇ ଉଠିଛି ପ୍ରଶ୍ନ । More

KIIT University: କିଟ୍‌କାଣ୍ଡ ପରଠୁ ଆତଙ୍କରେ ନେପାଳୀ ଛାତ୍ରଛାତ୍ରୀ, KIIT ଫେରିବାକୁ ଡରୁଛନ୍ତି ଅଧିକାଂଶ ପିଲା

୧୬ ରାତିରେ KIIT କ୍ୟାମ୍ପସରେ ସଂଘର୍ଷର ଦୃଶ୍ୟ ଆଜି ବି ଭୟଭୀତ କରୁଛି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ । KIITରେ ଆଉ ପାଠ ପଢ଼ିବାକୁ ନା ସୁରକ୍ଷିତ ଭାବୁଛନ୍ତି ନେପାଳୀ ପିଲା ନା ସେଠାରେ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛନ୍ତି ଅଭିଭାବକ । More

Odisha Police SI Recruitment: ମାର୍ଚ୍ଚ ୮-୯ରେ ପୋଲିସ SI ପରୀକ୍ଷା; ଏମିତି କରନ୍ତୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌

ମାର୍ଚ୍ଚ ୮, ୯ରେ ପୋଲିସ SI ପରୀକ୍ଷା ହେବା ନେଇ ସୂଚନା ଜାରି ହୋଇଛି। ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା। ଏହା ସହିତ SI ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ବି ହେବ ପରୀକ୍ଷା। ବିଭିନ୍ନ ଜିଲ୍ଲା କେନ୍ଦ୍ରରେ OMR ସିଟ୍‌ରେ ହେବ ଏହି ପରୀକ୍ଷା। More

Odisha Weather Update: ପାରଦ ହେବ ଉପରମୁହାଁ; ବଢ଼ିବ ତାତି

ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ। ତେବେ ରାଜ୍ୟରେ ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ବି ପାଗ ସ୍ୱାଭାବିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। More

Matric Exam: ପରୀକ୍ଷା କେନ୍ଦ୍ରରେ ଖାଲି ପଡ଼ିଛି ସିଟ୍; ଦାଦନ ଖଟୁଛନ୍ତି ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି। More

Today Panchang 25th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

Earthquake: ଓଡ଼ିଶାରେ ମୃଦୁ ଭୂକମ୍ପ; ଥରିଲା ରାଜଧାନୀ

ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି। More

Unique Love Story: ଦିବ୍ୟାଙ୍ଗ ପ୍ରେମିକା ମଥାରେ ସିନ୍ଦୂର ଭରି ଚର୍ଚ୍ଚାରେ ଦାଦନ ପ୍ରେମିକ

ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ । More

Road Problem At Koraput: ୫୦ ବର୍ଷ ହେଲା ଡଙ୍ଗା ଭରଷାରେ ଗ୍ରାମବାସୀ; ସରୁନି ଦଶମନ୍ତପୁରର ୧୨ ଗ୍ରାମବାସୀଙ୍କ ଦୁଃଖ ?

ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜର ନିର୍ମାଣ କାମ ନେଇଛି ଭଦ୍ରକର ଏକ ଘରୋଇ ସଂସ୍ଥା । ହେଲେ କାମର ମନ୍ଥର ଗତି ଏବଂ ଗ୍ରାଉଣ୍ଡର ସ୍ଥିତି କହୁଛି, ମାତ୍ର ୨୮୫ ମିଟରର ବ୍ରିଜ୍ କାମ ଆସନ୍ତା ବର୍ଷ ବି ସରିବ କି ନାହିଁ ସନ୍ଦେହ । More

Drop out Rate increasing: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

ବର୍ଷସାରା ପାଠ ପଢିଲେ, ପରୀକ୍ଷା ପାଇଁ ଫର୍ମ ପୂରଣ ବି କଲେ। ହେଲେ ପରୀକ୍ଷା ବେଳକୁ ଦେଖାନାହିଁ। ଏଥର ମାଟ୍ରିକ ପରୀକ୍ଷା ଦେଉନାହାଁନ୍ତି ରାଜ୍ୟର ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଦାଦନ ଖଟିବାକୁ କିଏ ବାହାର ରାଜ୍ୟକୁ ଯାଇଛି ତ କିଏ ପରିବାର ପାଇଁ ମୂଲ ଲଗୁଛି। More

AI Camera: ଟ୍ବିନ୍‌ସିଟିରେ ଅପରାଧୀ ଏବଂ ଟ୍ରାଫିକ ଖିଲାଫକାରୀଙ୍କୁ ଧରିବ ଉଚ୍ଚମାନର AI କ୍ୟାମେରା

ଅମାନିଆ ଓ ଅପରାଧୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି । ଟ୍ବିନସିଟିକୁ ଜଗିବ ଏଆଇ କ୍ୟାମେରା । ଭୁବନେଶ୍ବର ଓ କଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଏହି ଉଚ୍ଚମାନର ଏଆଇ କ୍ୟାମେରା ଟ୍ରାଫିକ୍ ଖିଲାପକାରୀଙ୍କ ସହ ଅପରାଧୀଙ୍କୁ ମଧ୍ୟ ଧରିବ । More

KIIT occupying Public road: ସରକାରୀ ଜମି ପରେ ସଡକ ହଡପ କରିଛି କିଟ, ସାଧାରଣ ଲୋକଙ୍କୁ ବାଟ ଛାଡୁନି

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ସରକାରୀ ରାସ୍ତାକୁ ବି ହଡପ୍ କରିଛନ୍ତି କିଟ୍ ପ୍ରତିଷ୍ଠାତା ତଥା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଇଡକୋ ରାସ୍ତାରେ ନିଜ ସଂସ୍ଥା କିଟ୍ ନାଁରେ ଗେଟ୍ ନିର୍ମାଣ କରି ଓ ସେଠାରେ ସିକ୍ୟୁରିଟି ଜଗାଇ ହାଇଜାକ୍ କରିନେଇଛନ୍ତି ସର୍ବସାଧାରଣ ରାସ୍ତା। More