ସଂକ୍ଷେପରେ ଆଜିର ତାଜା ଖବର - Saturday, 01 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସେଲ୍‌ଫି ନେବା ହେଲା କାଳ, ଓଲଟି ପଡ଼ିଲା ଡଙ୍ଗା

ଖୋଜ ଦୁଇ ନାବାଳକ ହେଲେ ଶିବ ହନ୍ତାଳ ଓ ଅମିତ ହନ୍ତାଳ। ନାବାଳକମାନେ ଡ୍ୟାମରେ ଗାଧୋଇସାରିବା ପରେ ଡଙ୍ଗାରେ ସେଲଫି ନେଉଥିଲେ। ତେବେ ହଠାତ ଡଙ୍ଗାଟି ବୁଡି ଯାଇଥିଲା। ନିଖୋଜ ନାବାଳକମାନେ ଜୋଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର। More

India vs England: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

ଆସନ୍ତାକାଲି କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ।  More

Forgotten CESU Colony: ଅସୁରକ୍ଷିତ ଅବସ୍ଥାରେ ସେସୁ କଲୋନୀ; ବିପଦଶଙ୍କୁଳ କୋଠାରେ ଜୀବନ ବିତାଉଛନ୍ତି ୫୦ ପରିବାର...

ଫାଟି ଆଁ କରିଛି କାନ୍ଥ...ଛାତ ବି ଗଳି ପଡ଼ିଲାଣି....ଆଉ କେଉଁଠି ଉଠିଗଲାଣି ଗଛ...ଏଭଳି ବିପଦପୂର୍ଣ୍ଣ ଘରେ ଆଶ୍ରା ନେଇଛନ୍ତି ୫୦ ପରିବାର....ପାଦେ ପାଦେ ବିପଦ ଥିଲେ ବି ଭଗବାନ ଭରସାରେ ଦିନ କାଟୁଛନ୍ତି କଟକ ସେସୁ କଲୋନୀ ବାସିନ୍ଦା । More

Gobari Canal: ଦଳ-କାଦୁଅରେ ଭର୍ତ୍ତି ହୋଇଗଲାଣି ଗୋବରୀ କେନାଲ୍; ଅଧାରେ ଅଟକିଛି ପୁନରୁଦ୍ଧାର କାମ

କେନ୍ଦ୍ରାପଡ଼ା ସହର ଦେଇ ଯାଇଥିବା ଗୋବରୀ କେନାଲ । ନଅଙ୍କ ଦୁର୍ଭିକ୍ଷ ପରେ ଜଳସେଚନ, ଗମନାଗମନ ଓ ବାଣିଜ୍ୟ ତତକାଳୀନ ବ୍ରିଟିଶ ସରକାର ଖୋଳିଥିଲେ କେନାଲ । ହେଲେ ସମୟ ବିତିବା ସହ ଐତିହାସିକ କେନାଲିଟି ଏବେ ଅକାମୀ ହୋଇଗଲାଣି ।  More

Padma Besha of Lord Jagannath: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ମୁଣ୍ଡଠୁ ପାଦ ଯାଏ ପଦ୍ମଫୁଲରେ ବିଭୂଷିତ ହେବେ ଶ୍ରୀଜିଉ

ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ବଡ଼ଛତା ମଠ ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । More

Robbery Gang: ପୋଲିସକୁ ଲିଫ୍ଟ ମାଗି ଫସିଗଲା ଆନ୍ତଃରାଜ୍ୟ ଗ୍ୟାଙ୍ଗ; ୮ ଗିରଫ, ସାଢ଼େ ୩ କୋଟିରୁ ଅଧିକ ଟଙ୍କା ଜବତ

ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା... More

Road Accident: ବିଦ୍ୟୁତ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢ଼ିଗଲା କାର୍

ଆଜି ସକାଳେ ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସିଥିଲେ। ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା। More

Panchang Today 1st February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

Increasing Violence In Bhubaneswar: ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

କମିଶନରେଟ୍ ପୋଲିସିଂରେ କାହିଁକି ଏତେ ବିକଳ ଚିତ୍ର ? କୌଣସି ମାମଲାରେ ବି କାହିଁକି ମାଷ୍ଟରମାଇଣ୍ଡଙ୍କ ପତ୍ତା ପାଉନି ପୋଲିସ ? ଭିଭିଆଇପିଙ୍କୁ ବି କାହିଁକି ଦେଇପାରୁନି ସୁରକ୍ଷା ? କେଉଁଠି ରହୁଛି ଭୁଲ୍, କେଉଁଠି ରହୁଛି ସମସ୍ୟା ?  More

Frauds Hansita And Anil Case: ହାଇପ୍ରୋଫାଇଲ ଠକ ଯୋଡି ହଂସିତା- ଅନିଲ ମାମଲା; ଦ୍ବିତୀୟ ସ୍ବାମୀ କୁହାଯାଉଥିବା ମନୋଜଙ୍କୁ ବଡ଼ ଝଟକା

ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ। More

Tigress Zeenat: ଜଙ୍ଗଲକୁ କେବେ ଫେରିବ ବାଘୁଣୀ ‘ଜିନ୍ନତ’?

ଜାନୁଆରୀ ୧୬ ତାରିଖରେ NTCA, ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ସମେତ ରାଜ୍ୟ ବନ ବିଭାଗର ସଦସ୍ୟଙ୍କୁ ନେଇ ଗଠିତ ମନିଟରିଂ ଟିମ ଆସି ‘ଜିନ୍ନତ’ର ବ୍ୟବହାର ଅନୁଧ୍ୟାନ କରିଥିଲେ। More

Ind Vs Eng ODI In Cuttack: ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଉନ୍ମୋଚନ ହେଲା ଥିମ୍‌ସଙ୍ଗ୍‌

ଆସନ୍ତା ଫେବ୍ରୁୟାରୀ ୯ତାରିଖରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତବର୍ଷ ବାରବାଟୀରେ ଉପସ୍ଥିତ ଦର୍ଶକଙ୍କ ରୋମାଞ୍ଚ ବଢାଇବା ପାଇଁ ପ୍ରସ୍ତୁତ ହୋଇଛି ଏକ ସୁନ୍ଦର ଓଡ଼ିଆ ଥିମ୍‌ସଙ୍ଗ୍‌। More

Officers Defy Transfer: ବିଚିତ୍ର ସ୍ଥିତି: ଗାଦି ଛାଡୁନାହାନ୍ତି ସରକାରୀ ବାବୁ

ତେବେ ଏଠି ପ୍ରଶ୍ନ ଉଠିଛି କାହିଁକି ବଦଳି ଅର୍ଡରକୁ ମାନୁନାହାନ୍ତି ଅଧିକାରୀ ? ଉପରିଷ୍ଠ ଅଧିକାରୀ ରିଲିଭ କରୁନାହାନ୍ତି ନା ନିଜେ ଗାଦି ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି ? କେଉଁ ସାହସରେ ମାସ ମାସ ଧରି ନିର୍ଭୟରେ ସରକାରୀ ନିର୍ଦ୍ଦେଶକୁ ଟାଳି ଚାଲିଛନ୍ତି? ରହୁନି କି କାର୍ଯ୍ୟାନୁଷ୍ଠାନର ଭୟ? More