Advertisment

Tigress Zeenat: ଜଙ୍ଗଲକୁ କେବେ ଫେରିବ ବାଘୁଣୀ ‘ଜିନ୍ନତ’?

ଜାନୁଆରୀ ୧୬ ତାରିଖରେ NTCA, ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ସମେତ ରାଜ୍ୟ ବନ ବିଭାଗର ସଦସ୍ୟଙ୍କୁ ନେଇ ଗଠିତ ମନିଟରିଂ ଟିମ ଆସି ‘ଜିନ୍ନତ’ର ବ୍ୟବହାର ଅନୁଧ୍ୟାନ କରିଥିଲେ।

author-image
Manoranjan Sial
Zeenat

Zeenat

ଏନକ୍ଲୋଜର ଭିତରେ ବାଘୁଣୀ ’ଜିନ୍ନତ’ର ସ୍ୱଭାବ ସ୍ୱାଭାବିକ ରହିଛି। ଜିନ୍ନତର ଦୈନିକ ଗତିବିଧି ଉପରେ ନଜର ରଖିଛି ବନବିଭାଗ। ମନିଟରିଂ ଟିମ୍‌ ଜିନ୍ନତର ବ୍ୟବହାରକୁ ଅନୁଧ୍ୟାନ କରି ଫେରିଛନ୍ତି। ରିପୋର୍ଟ ଆସିଲେ NTCA ଅନୁମତିରେ ଜଙ୍ଗଲକୁ ଯିବ ‘ଜିନ୍ନତ’। ଏନେଇ ସୂଚନା ଦେଇଛି ବନ ବିଭାଗ।

Advertisment

ଜାନୁଆରୀ ୧୬ ତାରିଖରେ NTCA, ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ସମେତ ରାଜ୍ୟ ବନ ବିଭାଗର ସଦସ୍ୟଙ୍କୁ ନେଇ ଗଠିତ ମନିଟରିଂ ଟିମ ଆସି ‘ଜିନ୍ନତ’ର ବ୍ୟବହାର ଅନୁଧ୍ୟାନ କରିଥିଲେ। ବାଘୁଣୀର ଆଚରଣ ଓ ଗତିବିଧି ଉପରେ ନଜର ରଖି ପ୍ରତିଦିନ ରିପୋର୍ଟ NTCA ପାଖକୁ ପଠାଯାଉଛି। NTCAଠୁ ସବୁଜ ସଙ୍କେତ ମିଳିବା ପରେ ଜଙ୍ଗଲକୁ ଯିବ ଜିନ୍ନତ। ଏପଟେ ଟେରିଟୋରୀ ତିଆରି ଲାଗି ଶିମିଳିପାଳ, ହଦଗଡ଼ ଓ କୁଲଡ଼ିହା ଅଭୟାରଣ୍ୟ ଭିତରେ ବିଚରଣ କରୁଛି ମରାଠା ବାଘୁଣୀ ‘ଯମୁନା’।

ଅଧିକ ପଢ଼ନ୍ତୁ: ଶିମିଳିପାଳରେ ଜିନ୍ନତ୍... କେତେବେଳେ ବୁଲୁଛି, କେତେବେଳେ ପାଣିରେ ପଶୁଛି

Advertisment

ଶିମିଳିପାଳ ଅଭୟାରଣ୍ୟରେ ମହାବଳଙ୍କ ଇନ୍‌ ବ୍ରିଡିଂକୁ ରୋକିବା ପାଇଁ ବନ ବିଭାଗ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ‘ଜିନ୍ନତ ’ ଓ ’ଯମୁନା’ଙ୍କୁ ଆଣିଥିଲା। ଉଭୟଙ୍କୁ କୋର ଏରିଆ ଭିତରେ ଛଡ଼ିଥିଲା ବନ ବିଭାଗ। ଶିମିଳିପାଳରେ କିଛି ଦିନ ରହିବା ପରେ ‘ଜିନ୍ନତ’ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇ ଯାଇଥିଲା। ବହୁ କଷ୍ଟରେ ସେଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ତା’ପରେ ‘ଜିନ୍ନତ’କୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ଭିତରେ ତୁ ତୁ ମେଁ ମେଁ ହୋଇଥିଲା। ଶେଷରେ ‘ଜିନ୍ନତ’ ଓଡ଼ିଶା ଫେରିଥିଲା। ସେହିଦିନଠାରୁ ଏନ୍‌କ୍ଲୋଜର ଭିତରେ ରହିଛି ‘ଜିନ୍ନତ’। ତା’ର ଫେରିବାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା।

ଅଧିକ ପଢ଼ନ୍ତୁ: ଭାବର ଡୋରିରେ ବନ୍ଧା ‘ଜିନ୍ନତ’; ମଇଁଷି ସହ କାଟୁଛି ରାତି

ସେପଟେ ବାଘୁଣୀ ‘ଯମୁନା’ ଶିମିଳିପାଳ ଓ କୁଲଡିହା ଭିତରେ ଘୂରି ବୁଲୁଛି। ସିଏ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଠିକ୍‌ କରୁଛି। ମିଳିଥିବା ସୂଚନା ଅନୁସାରେ ଯମୁନା ଏବେ କୁଆଡେ ଶିମିଳିପାଳରେ ରହିଛି। ତା’ର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।

Similipal National Park
Advertisment
Advertisment