ସଂକ୍ଷେପରେ ଆଜିର ତାଜା ଖବର - Sunday, 29 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୃତକଙ୍କ ପରିବାରକୁ ମିଳିବ ୧୨ ଲକ୍ଷ ସହାୟତା ରାଶି

ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପିଏମ୍‌ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । More

ଟ୍ରେନ୍‌ ଦୁର୍ଘଟଣା; ମୃତାହାତଙ୍କ ପରିବାର ପାଇଁ ସହାୟତାରାଶି ଘୋଷଣା

ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍‌ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । More

ଦୁର୍ଘଟଣାସ୍ଥଳରୁ ସରିଛି ସମସ୍ତଙ୍କୁ ଉଦ୍ଧାର; ରେଳମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍‌ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । More

ଟ୍ରେନ୍‌ ଦୁର୍ଘଟଣା; ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବା କହିଛନ୍ତି ରେଳମନ୍ତ୍ରୀ । More

ଟ୍ରେନ୍‌ ଦୁର୍ଘଟଣା; ୬ଜଣଙ୍କ ମୃତ୍ୟୁ

ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି । More

ଟ୍ରେନ୍‌ ଦୁର୍ଘଟଣା; ଜାରି ହେଲା ହେଲ୍‌ପ ଲାଇନ୍‌ ନମ୍ବର

ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି । More

ପୁଣି ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା; ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା

ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ । More

ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶିଖେଇଲେ ଶାଳୀନତା; ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା

ଆଗାମୀ ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍ଜିତ ପୋଷାକ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ସେଥିପାଇଁ ପ୍ରତିଦିନ ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ରରେ ମାଇକ ଦ୍ୱାରା ସୂଚନା ଦିଆଯିବା ସହ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଅବଗତ କରାଯାଇଛି । More

ଦିନକୁ ଦିନ ଘାତକ ହେଉଛି ବ୍ରେନ୍ ଷ୍ଟ୍ରୋକ୍, ପ୍ରତି ୪ ଜଣରେ ଜଣଙ୍କୁ ରହିଛି ଷ୍ଟ୍ରୋକର ରିସ୍କ

ଏବେ ନଜର ପକାନ୍ତୁ ବ୍ରେନ୍ ଷ୍ଟ୍ରୋକ୍ ରୋଗର ଲକ୍ଷଣ ଓ ପ୍ରତିଷେଧକ ଉପରେ । ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣ ରଖିଲେ ଆପଣ କିଛି ମାତ୍ରାରେ ଏହାକୁ ପ୍ରତିରୋଧ କରିପାରିବେ। ସମୟ ସମୟରେ ନିୟନ୍ତ୍ରଣ ହରାଇବା, ମୁଣ୍ଡ ବ୍ୟଥା କିମ୍ବା ମାନ୍ଦା ଲାଗିଲେ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ କରନ୍ତୁ। More

ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା; ସବୁ ପଞ୍ଚାୟତରେ ହେବ ସ୍ୱୟଂକ୍ରିୟ ପାଣିପାଗ କେନ୍ଦ୍ର

ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ, ପିଅନଠୁ ମୁଖ୍ୟଶାସନ ସଚିବ, ସମସ୍ତେ ନେବେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ । ସବୁ ସରକାରୀ କର୍ମଚାରୀ ମଧ୍ୟ ବିପର୍ଯ୍ୟୟ ପରିଚାଳନା କୋର୍ସ କରିବାକୁ ବାଧ୍ୟ । More

ଓଲିଉଡ୍‌ କଳି ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍, ଘର କଳି ଘରେ ତୁଟାଇବାକୁ ମନୋଜଙ୍କୁ ନିବେଦନ

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ? କାଳାକାର ପରିବାର ଭିତରେ ତୁଟିବ କି କଳି? More

ମୁହଁ ଖୋଲିଲେ ଅରିନ୍ଦମ; ମନୋଜ ମିଶ୍ରଙ୍କୁ ସମସ୍ୟାର ସମାଧାନ ପାଇଁ କଲେ ଅପିଲ୍‌

ବର୍ତ୍ତମାନ ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି, ଭଲ ନିର୍ମାତା ଆସିଛନ୍ତି, ତେଣୁ ଆସନ୍ତୁ ଏକାଠି ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବା ବୋଲି ମନୋଜଙ୍କୁ ଅପିଲ କରିଛନ୍ତି ଅରିନ୍ଦମ । More

ଚାରି ଦ୍ୱାର ନଖୋଲିଲେ ୯ରୁ କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ !

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ । More

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ

ମୟୂରଭଞ୍ଜ ଜିଲ୍ଲା ପଣତଖଣି ଗାଁରୁ ଆସିଛି ଅଭିଯୋଗ ମୃତକ ହେଲେ ସାକର ଟୁଡୁ । More

ବିପର୍ଯ୍ୟୟ ମୁକାବିଲା ପାଇଁ ୪ ଜିଲ୍ଲାରେ ଖୋଲିବ ସ୍ୱତନ୍ତ୍ର ୟୁନିଟ

ବିପର୍ଯ୍ୟୟ ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? କେଉଁ ବିପତ୍ତି ବେଳେ କେମିତି କରାଯାଉଛି ଉଦ୍ଧାର କାର୍ଯ୍ୟ ? ସେଥିଲାଗି କଣ ସବୁ ଅତ୍ୟାଧୁନିକ ଉପକରଣ ରହିଛି ? More

ଛୁଟି ଦେଲେନି ବୋଲି CRPF କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ମୃତକ ଡି. ଗୁଣଶେଖରନ୍ , ଘର ତାମିଲନାଡୁରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ । More

ପିଆଜ କଳାବଜାରୀ କରୁଥିଲେ ସାବଧାନ ! କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ...

ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । More

ନୂଆ ବର୍ଷରୁ ମେଟ୍ରୋ କାମ, ୪ ବର୍ଷରେ ସରିବ ପ୍ରକଳ୍ପ !

ଆଜି ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପାଣ୍ଡିଆନ । More

ବିଷ ପିଇ ଦେଇଥିଲେ ମହିଳା, ଧାଇଁ ଆସି ଜୀବନ ବଞ୍ଚାଇଲେ BSF ଯବାନ

ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଘଟଣା । ରାତି ଅଧରେ ନିଜ ବୋଟରେ ଆଣି ହସ୍ପିଟାଲରେ କଲେ ଭର୍ତ୍ତି । More

ରାତିରେ ଖସୁଛି ପାରଦ ! ୧୩ ଡିଗ୍ରୀକୁ ଖସିଲାଣି ଫୁଲବାଣୀ...

ପାହାଡ଼ ଅଞ୍ଚଳରେ ଅନୁଭୂତ ହେଲାଣି ଶୀତର ପ୍ରକୋପ । More

ବିଜେପି ବିଧାୟକ ମୁକେଶଙ୍କ ଚେତାବନୀ- ‘ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ୍‌ ହଟାନ୍ତୁ, ନଚେତ୍‌ ବଡ଼ ଆନ୍ଦୋଳନ ହେବ’

ବ୍ୟାନ୍‌ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁକେଶ । More

୯୯ ମହାବାତ୍ୟାକୁ ୨୪ ବର୍ଷ: ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ହଠାତ୍‌ ମାଡ଼ି ଆସିଥିଲା ପ୍ରଳୟ...

ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି । More

Today Panchang 29th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୧୧.୫୩ ଗତେ ୨ ୟାଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର More

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା...

ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ । More

ପଚରାଉଚରା ପାଇଁ ସୂଚନା ଅଧିକାର କର୍ମୀଙ୍କୁ ଡାକିଲେ, ପରେ ଥାନାରେ ଅଟକ ରଖିଲା ପୋଲିସ୍‌...

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି । ମାମଲାରେ ପଚରାଉଚରା କରିବା ପାଇଁ ପ୍ରଦୀପଙ୍କୁ ପୋଲିସ୍‌ ଡାକିବା ପରେ ଥାନାରେ ଅଟକ ରଖିଛି । More

ଗ୍ରହଣରେ ଆମିଷ, ଭେଜ୍‌ ବିରିୟାନୀ ଖାଇଲେ ହେତୁବାଦୀ

ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।  More

କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀ ରଶ୍ମିତାଙ୍କ ଜୀବନ

ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । More

ଗଞ୍ଜାମରେ ସକ୍ରିୟ ବାଲି ମାଫିଆ, ନକଲି କାଗଜ ପତ୍ରରେ ରାଜ୍ୟ ବାହାରକୁ ଚୋରାଚାଲାଣ

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି। More

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି ।

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି । More

ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ । More

ହବିଷ କରିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଶିବିରରେ ସ୍ଥାନ ନପାଇ ହତାଶ ବହୁ ହବିଷ୍ୟାଳି

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ । More