/odishatv-khabar/media/post_attachments/uploadimage/library/16_9/16_9_0/Odisha_1698579970.jpg)
Odisha
ବିପର୍ଯ୍ୟୟ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ୟୁନିଟ ଖୋଲାଯିବ । ବିପର୍ଯ୍ୟୟ ବେଳେ ଘଟଣା ସ୍ଥଳରେ କମ ସମୟ ମଧ୍ୟରେ ଟିମ ପହଞ୍ଚିବା ପାଇଁ ଏହି ୟୁନିଟ ଖୋଲାଯିବ। ଉପକୂଳବର୍ତ୍ତି ଜିଲ୍ଲାର ୧୦ ହଜାର ଗାଁକୁ ନେଇ ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯିବ ।
ପଂଚାୟତ ସ୍ତରରୁ ବିପର୍ଯ୍ୟୟ ମୁକାବିଲା ପ୍ଲାନ ପ୍ରସ୍ତୁତ କରାଯିବ । ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ । ଆଜି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ- ୨୦୨୩ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିପର୍ଯ୍ୟୟ ମୁକାବିଲା ଓଡ଼ିଶା ପାଇଁ ଏକ ବଡ଼ ଆହ୍ବାନ ବୋଲି ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଥିଲେ ମୁଖ୍ୟମନ୍ତ୍ରୀ ।
ସେପଟେ ବିପର୍ଯ୍ୟୟ ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? କେଉଁ ବିପତ୍ତି ବେଳେ କେମିତି କରାଯାଉଛି ଉଦ୍ଧାର କାର୍ଯ୍ୟ ? ସେଥିଲାଗି କଣ ସବୁ ଅତ୍ୟାଧୁନିକ ଉପକରଣ ରହିଛି ? ସର୍ବସାଧାରଣଙ୍କୁ ଏନେଇ ଅବଗତ କରାଇବାକୁ ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଅଗ୍ନିଶମ ବିଭାଗ, ODRAF, OSDMA ତଥା NDRF ପକ୍ଷରୁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର ପ୍ରଦର୍ଶନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)