Advertisment

ଓଲିଉଡ୍‌ କଳି ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍, ଘର କଳି ଘରେ ତୁଟାଇବାକୁ ମନୋଜଙ୍କୁ ନିବେଦନ

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ? କାଳାକାର ପରିବାର ଭିତରେ ତୁଟିବ କି କଳି?

author-image
Santosh Kumar Sahoo
undefined

Ollywood Controversy

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଦୁଇ କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ାରୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆଗକୁ ଆସିଲେ ଅଭିନେତା ଅରିନ୍ଦମ୍ ରାୟ। ଅରିନ୍ଦମ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘର କଳିକୁ ଘରେ ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଯୋଡ଼ ହସ୍ତରେ ନିବେଦନ କରିଛନ୍ତି। କାଲି ମନୋଜ ମିଶ୍ରଙ୍କ ପ୍ରେସମିଟ୍ ପରେ ଆଜି ଅରିନ୍ଦମ୍‌ଙ୍କ ଏ ଅପିଲ, ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ଆଶା କରାଯାଉଛି। ତେବେ ଝଗଡ଼ା ପରେ ବ୍ୟବସାୟିକ ଲାଭ-କ୍ଷତି ଏବଂ ଆଞ୍ଚଳିକ ବୈଷ୍ୟମ୍ୟବାଦ ଆଡ଼କୁ କଥା ଯାଇଥିବାବେଳେ ଆଗକୁ ଏ ପ୍ରସଙ୍ଗ କେଉଁ ରୂପ ନେଉଛି ତା ଉପରେ ନଜର।

Advertisment

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ? କାଳାକାର ପରିବାର ଭିତରେ ତୁଟିବ କି କଳି? ଅଭିନେତା ମନୋଜ ମିଶ୍ର ଓ ଜିତୁ ମଙ୍ଗରାଜଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ାରୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ମୁଣ୍ଡ ଟେକିଥିବା ବଡ଼ ବିବାଦର ସମାଧାନ ଲାଗି ଆଜି ଆଗକୁ ଆସିଛନ୍ତି ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ୍ ରାୟ। ନିକଟରେ ମୁକ୍ତିଲାଭ କରିଥିବା ରାମ୍ ଫିଲ୍ମର ପ୍ରଯୋଜକ ଅରିନ୍ଦମ୍ ଏକ ସାମ୍ବାଦିକ ସମ୍ମିଳନୀରେ ଓଲିଉଡର ଏ କଳିକୁ ଘର କଳି ବୋଲି କହି ଏହାର ସମାଧାନ ଘରେ କରିବାକୁ ହିଁ ଆହ୍ୱାନ ଦେଇଛନ୍ତି।

ମନୋଜ ମିଶ୍ରଙ୍କୁ ବଡ ଭାଇ ବୋଲି ସମ୍ବୋଧନ କରି ଏକାଠି ବସି ବିବାଦରେ ବିରାମ ଟାଣିବାକୁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି ଅରିନ୍ଦମ୍। କହିଛନ୍ତି ଓଡ଼ିଆ ସିନେମାକୁ ଆଗକୁ ନେବା ଉଭୟଙ୍କର ସ୍ୱପ୍ନ ଅଛି। ତେଣୁ ୟା ଭିତରେ ଆଉ ରାଜନୀତି କିମ୍ବା ବାହାର ଲୋକଙ୍କୁ ନ ପୁରାଇ ଏକାଠି ବସି ବିବାଦର ସମାଧାନ କରିବାକୁ ସେ ଅପିଲ କରିଛନ୍ତି।

Advertisment

ସେପଟେ ଗତକାଲି ନରସିଂହ ମିଶ୍ରଙ୍କ ପରେ ଆଜି ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ଆସିଛନ୍ତି ଆଉ ଜଣେ ବିଧାୟକ। ବିଜେପି ବିଧାୟକ ନାଉରୀ ନାୟକ ଏ ପ୍ରସଙ୍ଗ ଉଠାଇ ମନୋଜଙ୍କ ଉପରୁ ତୁରନ୍ତ ବାସନ୍ଦ କଟକଣା ପ୍ରାତ୍ୟାହାର ପାଇଁ ଦାବି କରିଛନ୍ତି। ଏପଟେ ମନ୍ତ୍ରୀ ଅଶୋକ ପଣ୍ଡା ଏ ମାମଲାରେ ମାପିଚୁପି ମନ୍ତବ୍ୟ ଦେବା ସହ ବିବାଦର ଶୀଘ୍ର ସମାଧାନ ପାଇଁ ମତ ରଖିଛନ୍ତି। ଅନ୍ୟପଟେ ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ବି ଏ ବିବାଦକୁ ଅଯଥା ବୋଲି ଦର୍ଶାଇଛି। ଦୁଇ କଳାକାରଙ୍କ ବ୍ୟକ୍ତିଗତ କଳିକୁ ସିନେ କାଳାକାର ସଂଘ ଭିତରେ ସମାଧାନ ପାଇଁ ଉଦ୍ୟମ ନକରି ବିଭିନ୍ନ ପକ୍ଷ ଗଣମାଧ୍ୟମରେ ମତ ରଖିବା ଘଟଣାକୁ ନାପସନ୍ଦ କରିଛି।

ୟା ଭିତରେ ବିବାଦର ସମାଧାନ ପାଇଁ ସୋସିଆଲ ମିଡିଆ କିମ୍ବା ଗଣମଧ୍ୟମକୁ ଢାଲ ନ କରି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଭିନ୍ନ ସଂଘର କର୍ମକର୍ତ୍ତା ଦୁଇ ପକ୍ଷଙ୍କୁ ଏକାଠି କରି ମନେଇ ପାରିଲେ, ଏ କଳିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରଯାଉଛି।

Odisha Ollywood Arindam Roy Manoj Mishra
Advertisment
Advertisment