/odishatv-khabar/media/post_attachments/uploadimage/library/16_9/16_9_0/BSF_Jawan_1698563289.jpg)
BSF Jawan
ମାନବିକତା ଦେଖାଇଲେ BSF ଯବାନ । ମାଲକାଗିରିର ଦୁର୍ଗମ ଦିଶାରୀଗୁଡ଼ା ଗାଁର ଗୁରୁତର ମହିଳାଙ୍କୁ ନିଜ ବୋଟରେ ହସ୍ପିଟାଲ ପଠାଇଛନ୍ତି ବିଏସଏଫ ଯବାନ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜଣ ମହିଳା ପାରିବାରିକ କଳହରୁ ଗତକାଲି ରାତିରେ ବିଷ ପିଇଦେଇଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ନିକଟରେ ଥିବା ବିଏସଏଫ ବାଟାଲିୟନକୁ ଖବର ଦେଇଥିଲେ । ତୁରନ୍ତ ବିଏସଏଫ ପକ୍ଷରୁ ନିଜ ବୋଟ ଓ ଆଉ ଏକ ଏସ୍କର୍ଟ ବୋଟ ଯୋଗେ ଗୁରୁତର ମହିଳା ପାନ ପାଙ୍ଗିଙ୍କୁ ୧୪ କିଲୋମିଟର ଦୂରରେ ଥିବା ଘନବେଡା କ୍ୟାମ୍ପକୁ ଆଣି ସେଠାରୁ ନିଜ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ ।
Advertisment
ବର୍ତ୍ତମାନ ପାନ ପାଙ୍ଗିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ବିଏସଏଫ ସ୍ୱାଭିମାନ ଅଂଚଳରେ କେବଳ ସୁରକ୍ଷା ନୁହେଁ ଲୋକଙ୍କ ଅସୁବିଧା ବେଳେ କେମିତି କାର୍ଯ୍ୟ କରିଥାଏ ତାହା ପ୍ରମାଣିତ କରିଛି। ଲୋକଙ୍କ ସେବା ପାଇଁ ବିଏସଏଫ ସର୍ବଦା ତତ୍ପର ବୋଲି କହିଛନ୍ତି କମାଣ୍ଡାଣ୍ଟ କମଳ ଖୁଲବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)