/odishatv-khabar/media/post_attachments/uploadimage/library/16_9/16_9_0/CRPF_Jawan_1698580341.jpg)
CRPF Jawan
CRPF କ୍ୟାମ୍ପରେ ନିଜକୁ ଗୁଳି କରିଦେଲେ ସବ ଇନ୍ସପେକ୍ଟର। ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ଏସଆଇ । ନୂଆପଡା ବୋଡେନ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପରେ ଏହି ଘଟଣା ଘଟିଛି । ମୃତ ଯବାନ ହେଲେ ଡି. ଗୁଣଶେଖରନ୍ । ତାଙ୍କ ଘର ତାମିଲନାଡୁରେ। ସବ୍ ଇନ୍ସପେକ୍ଟର ଜଣକ ଅନେକ ଦିନ ହେଲା ଘରକୁ ଯିବାକୁ ଛୁଟି ମାଗି ଥିଲେ । କିନ୍ତୁ ଛୁଟି ମଞ୍ଜୁର ହୋଇନଥିଲା । ସେହି ରାଗରେ ଡ୍ୟୁଟିରେ ଥିବା ବେଳେ ନିଜ ସର୍ଭିସ୍ ଏକେ-୪୭ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୋଡେନ ପୋଲିସ ଘଟଣାର ତଦନ୍ତ ଚଳାଇଛି । ମୃତ ଯବାନଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସପି କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)