• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ହେଲେ ମାଡ଼ି ଆସୁଛି ଶୀତ । ଉପାନ୍ତ ପାହାଡ଼ି ଅଞ୍ଚଳରେ ଏବେ ଦେଖିବାକୁ ମିଳିଳାଣି ଶୀତର ପ୍ରକୋପ । ଧୀରେ ଧୀରେ ଖସିଲାଣି ପାରଦ । ବିଶେଷ କରି କନ୍ଧମାଳ ଓ କୋରାପୁଟରେ ଅନୁଭୂତ ହେଲାଣି ଶୀତ । ରାତିର ତାପମାତ୍ରା ଏଠାରେ ଖସିବା ସହ ଶୀତ ଆସୁଥିବା ସଂକେତ ମିଳିଲାଣି । ଏମିତି ଭୋରରୁ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତ ରାତିରେ ୧୫ ଡିଗ୍ରୀ ତଳେ ଥିଲା ୪ଟି ସହରର ତାପମାତ୍ରା । ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ସେହିପରି କୋରାପୁଟରେ ୧୩.୮ ଓ ଦାରିଙ୍ଗବାଡ଼ିରେ ପାରଦ ଥିଲା ୧୪ ଡିଗ୍ରୀ। ଚଳିତ ସିଜିନରେ ପ୍ରଥମ ଥର ୨୦ ଡିଗ୍ରୀ ତଳକୁ ଖସିଲା ରାଜଧାନୀ । ଗତକାଲି ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୯.୭ ଡିଗ୍ରୀ ଓ କଟକ ତାପମାତ୍ରା ୨୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଆସନ୍ତା ୧ରୁ ୩ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସଂଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।