ସଂକ୍ଷେପରେ ଆଜିର ତାଜା ଖବର - Sunday, 01 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଇନଶୃଙ୍ଖଳା ସ୍ଥିତିର ନିୟନ୍ତ୍ରଣ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ମହିଳା ASI

ଦୁର୍ଘଟଣା ପରେ ଉତ୍ତେଜନାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ମହିଳା ଥାନା ASI ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । More

୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳିଦେଲା ପୁଅ

ପୂର୍ବରୁ କୌଣସି ଏକ ମାମଲାରେ ସଜା କାଟୁଥିଲା ଅଭିଯୁକ୍ତ ପୁଅ । ଗତ ୮ ଦିନ ତଳେ ଜେଲ୍‌ରୁ ଘରକୁ ଫେରିଥିଲା । ହେଲେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ । More

ମଦ ବିକି ସରକାର ମାଲେମାଲ୍, ନବୀନଙ୍କ ତୃତୀୟରୁ ପଞ୍ଚମ ପାଳିରେ ବଢିଛି ୩୬୮ ପ୍ରତିଶତ ଆୟ

ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି। More

ଭାରତୀଙ୍କ ସମର୍ଥନରେ ବାହାରିଲେ ବିଶ୍ୱେଶ୍ୱର ଟୁଡୁ, କହିଲେ, ଓଡ଼ିଶାରେ ୪ ବର୍ଷ ହେଲା ଚାଲିଛି ସାଉଥ୍ ଇଣ୍ଡିଆ କଂପାନୀ ଶାସନ

ସହରଠାରୁ ଅପହଞ୍ଚ କୁସୁମଘାଟର ଭୂମିଜ ସମ୍ପ୍ରଦାୟର ଭାରତୀ ଜଣେ ଉଚ୍ଚଶିକ୍ଷିତା । ଓଡ଼ିଆରେ ପିଜି କରିଛନ୍ତି । ଭଲ ଚାକିରି ପଛରେ ନପଡ଼ି ଗାଁ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବ୍ୟାଙ୍କ ମିତ୍ର ସାଜି ମଙ୍ଗ ଧରିଥିଲେ ୪ ବର୍ଷ ହେଲା । More

ଦେଶ ପାଳିଲା ସ୍ୱଚ୍ଛତା ହିଁ ସେବା ଅଭିଯାନ; ସବୁଠି ଶୁଭିଲା ସ୍ୱଚ୍ଛତା ହିଁ ସେବାର ମନ୍ତ୍ର

ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । More

ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ କରି ଯାଇଥିଲେ ପାଣ୍ଡିଆନ୍, ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି

ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। More

ରେମୁଣା ବିଧାୟକଙ୍କୁ ବିଦା କରିଥିଲେ ନବୀନ, ବହିଷ୍କାରର ୧୦ ଦିନ ନ ଯାଉଣୁ ବିଜେଡି ମଞ୍ଚକୁ ଡାକିଲା କିଏ ?

ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ସୁଧାଂଶୁଙ୍କୁ ବୈଠକକୁ ଡକାଯାଇଛି ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ଉପ ସଭାପତି ପ୍ରଭାତ ବିଶ୍ୱାଳ । ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ବିଜେଡି ମଂଚକୁ ଆସି ବେଶ୍ ଭାବବିହ୍ୱଳ ବି ଥିଲେ ସୁଧାଂଶୁ । More

SCBରେ ଉଡୁଛି ବିଶ୍ୱସ୍ତରୀୟ ବାହସ୍ଫୋଟ ଧଜ୍ଜିଆ, ବିନା ବିଜୁଳିରେ କଲବଲ ହେଉଛନ୍ତି ରୋଗୀ

ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍‌ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ । More

ପାଠ ଯୁକ୍ତ ଦୁଇ ହେଲେ ପରିଚୟ ଡାକ୍ତର, ରୋଗୀ ବେଶରେ ଆସି ନକଲି ଡାକ୍ତରଙ୍କୁ ଧରିଲା ପୋଲିସ୍

ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି । More

ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ହତ୍ୟାକାଣ୍ଡ ! ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ

ମୃତ ମହିଳାଙ୍କ ସ୍ୱାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି । ତେଣୁ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଓ ସନ୍ଦେହ ବଢ଼ିଛି । କିଏ ଓ କାହିଁକି ଏତେ ବଡ଼ କାଣ୍ଡ ଭିଆଇଲା ସେ ନେଇ ଏବେ ଜୁନାଗଡ଼ ପୋଲିସ୍ ଛାନ୍‌ଭିନ୍ କରୁଛି । More

ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସଫେଇ କଲେ ବୈଜୟନ୍ତ..

ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ(Swachhata Hi Seva) । More

ଗୁଣି ଗାରେଡ଼ିର ଚରମ ପରିଣାମ, ବଡ଼ ବାପାଙ୍କୁ ହତ୍ୟା କଲା ପୁତୁରା !

ପୂର୍ବରୁ ଗୁଣି କରୁଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। ତେବେ ଏହା ଆଜି ଉଗ୍ର ରୂପ ନେବାରୁ ଏତେ ବଡ଼ କାଣ୍ଡ ଘଟିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି। More

5T ସଚିବଙ୍କ ଚପର୍ ଗସ୍ତ ଖର୍ଚ୍ଚ ପ୍ରସଙ୍ଗ, 'ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ’:ମନମୋହନ ସାମଲ

ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସେଥିରେ ସଚିବ ବୁଲୁଛନ୍ତି । ତେଣୁ ଏହାର ତନ୍ନତନ୍ନ ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟ ସରକାର ଏହାର ତଦନ୍ତ କରିବେନି, ତେଣୁ କେନ୍ଦ୍ରୀୟ ତଦନ୍ତ ଆଡ଼କୁ ଇଶାରା ଦେଇ ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ। More

ତହସିଲଦାର ହେବ ତ ଏମିତି ! ଦୁର୍ଗମ ଅଞ୍ଚଳକୁ ଯାଇ ଯୋଗାଉଛନ୍ତି ସେବା

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା । More

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୬୦ ଯାତ୍ରୀ

ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଏମିତି ଡଙ୍ଗା ଫସି ରହିଛି । ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯୋଗୁଁ ଆଗକୁ ଆଉ ବଢ଼ି ପାରୁନି। More

ଭିନ୍ନକ୍ଷମ ପୁଅକୁ ମିଳୁନି ସରକାରୀ ସହାୟତା, ଚିନ୍ତାରେ ବାପା ମାଆ

ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ... More

ନୂ‍ଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା। More

ଟଙ୍କା ପାଇଁ ମିଛ ଅପହରଣ ନାଟକ: ରାସ୍ତାକଡ଼ରେ ବାଇକ୍, ଚପଲ ଫିଙ୍ଗି ଫେରାର ହୋଇଗଲେ, ପରେ ଜଣାପଡ଼ିଲା...

ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ। More

ବଡ଼ ମେଡିକାଲରେ ଚାଲିଛି କ’ଣ ? ଲାଇନ୍‌ ନଥିବାରୁ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ..

କାଲି ୧୦ ଘଣ୍ଟା, ଆଜି ୬ ଘଣ୍ଟା ହେଲା ବିଦ୍ୟୁତ୍ ନାହିଁ । ଆଞ୍ଚଳିକ ନିଦାନ କେନ୍ଦ୍ରରେ ବିଦ୍ୟୁତ୍ ଗାଏବ । SCB ମେଡିକାଲରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ । More

୧୦ ବର୍ଷରେ ଅବକାରୀ ରାଜସ୍ୱ ୩୬୮% ବୃଦ୍ଧି, ମଦ ଦୋକାନ ସଂଖ୍ୟା ବି ବଢ଼ିଛି...

୧୦ ବର୍ଷ ମଧ୍ୟରେ ରାଜ୍ୟର ଅବକାରୀ ରାଜସ୍ୱରେ ୩୬୮ ପ୍ରତିଶତ ବୃଦ୍ଧି ପାଇଛି। ଗତ ୨୦ ବର୍ଷ ଭିତରେ ମଦ ଦୋକାନ ସଂଖ୍ୟା ବି ବହୁ ପରିମାଣରେ ବୃଦ୍ଧି ପାଇଛି। More

ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ କଟକ ବଡ଼ ମେଡିକାଲ୍‌

କଟକ ବଡ଼ ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ। ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ିଛି। More

‘ଶ୍ରଦ୍ଧା କିଏ ? କାହିଁକି ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିଲେ ?’

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ବିଜେଡି ମୁହଁ ଖୋଲୁନି। More

ଗୁରୁତର ଅବସ୍ଥାରେ ମେଡିକାଲ୍‌ ଆସିଲେ, ହେଲେ ଅଧ ଘଣ୍ଟା ଧରି ଖୋଲିଲାନି ଆମ୍ବୁଲାନ୍ସ ଡୋର୍‌...

ମେଡିକାଲ୍‌ ସାମ୍ନାରେ ଆମ୍ବୁଲାନ୍ସ ଡୋର୍‌ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା। More

Panchang Today 1st October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର More

ଲାଞ୍ଚ ଟଙ୍କା ଧରି ସରକାରୀ ଗାଡ଼ିରେ ଯାଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌...

ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ। More

ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ। More

କାଠିଯାତ୍ରା: ବର୍ଷକୁ ଥରେ ଖୋଲେ ମା' ଜାଗୁଳାଇଙ୍କ ମୁହଁ

ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା । More

ଶାଢ଼ି ସୋ’ ରୁମ୍ ଅଗ୍ନିକାଣ୍ଡ, ସାମ୍ନାକୁ ଆସିଲା ସତ; ନଥିଲା କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା !

ଦଶହରା ଓ ଦୀପାବଳି ପାଇଁ ସୋ’ ରୁମରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ରଖିଥିଲେ ମାଲିକ । ସୋ’ ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ ଥିବାବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ତେବେ ଆଖିପିଛୁଳାକେ ସବୁକିଛି ପାଉଁଶ ଗଦାରେ ପରିଣତ ହେବା ପରେ, ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ । More

ଡାଲି କଲାଣି ପକେଟ୍ ଖାଲି; ୬ ମାସରେ ବଢ଼ିଲାଣି ୭୦ ଟଙ୍କା

ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି । More

ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ; ଅକ୍ଟୋବର ୨ରୁ ମାଲକାନଗିରିରୁ ଗଡ଼ିବ ତ 'ଲକ୍ଷ୍ମୀ' ବସ୍ ?

ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ । More

ମୁହଁ ଖୋଲିବାରୁ ଚାକିରି ଗୋଲ୍ ! ଦେହରେ ଗଲାନି ପାଣ୍ତିଆନ୍‌ ବିରୋଧୀ ଭାଷା !

ସରକାର ତ ସରକାର ପୁଣି ଜଣେ ମହିଳା ବ୍ୟାଙ୍କ ମିତ୍ରଙ୍କ ମୁହଁରେ ପାଣ୍ଡିଆନ୍ ବିରୋଧୀ ଭାଷା ! ହଜମ ହେଲାନି, ଦେହରେ ଗଲାନି ! ସେଇଥିପାଇଁ ହେଲା କି ଚାକିରି ଖାଇବାର ବ୍ୟବସ୍ଥା ? More