ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏମିତି ଡାକ୍ତର ଥିଲେ ରୋଗୀର ହେବନି କିଛି !

ଏମିତି ଡାକ୍ତର ଥିଲେ ରୋଗୀଙ୍କର ହେବନି କୌଣସି ଅସୁବିଧା । ବିଷ ଖାଇ ଜଣେ ମେଡିକାଲରେ ପହଞ୍ଚିଲେ...ସାଙ୍ଗରେ ମହିଳାମାନେ ଥିବାରୁ ଟେକିକି ନେବାରେ ଅସୁବିଧା ଥିଲା । ଦୌଡି ଆସିଲେ ଡାକ୍ତର, ନିଜେ ଟେକି ନେଇ ଚିକିତ୍ସା କଲେ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ More

ଜାଣିଥିବ କି ନାହିଁ !! ଏକା ସାଙ୍ଗରେ ବାପା-ମାଆଙ୍କ ମୁହଁରେ ନିଆଁ ଦେଲା କୁନି ପୁଅ

ଏ ବୟସରେ ଇଏ ସ୍ୱପ୍ନରେ ଭାବିନଥିବେ କି ବାପା-ମାଆଙ୍କ ମୁହଁରେ ଏକା ସାଙ୍ଗରେ ନିଆଁ ଦେବେ ବୋଲି । ବାପାଙ୍କୁ ଭଲ କରିବାକୁ ମେଡିକାଲ ନେଇଥିଲେ । ହେଲେ ଆମ୍ବୁଲାନ୍ସ ସହ ଧକ୍କା ହେଲା ଗାଡି...ଘଟଣା ସ୍ଥଳରେ ବାପା-ମାଆଙ୍କ ସହ ଆଉ ୨ ଜଣଙ୍କର ବି ଜୀବନ ଗଲା । ଆଉ ଘରେ ଯେବେ ଶବ ପହଞ୍ଚିଲା ନିଷ୍ପାପ ଶିଶୁର ବୁକୁଫଟା କାନ୍ଦରେ ସ୍ତବ୍ଧ ହୋଇଯାଇଥିଲା ପୂରା ଗାଁ । ରାମ ରାମ ସତ୍ୟ ହେ ଡାକକୁ, କାନ୍ଦବୋବାଳିର ଚିତ୍କାରର ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ More

ନୂଆଁ ଧାନ୍ କେ ନୂଆ ମନ୍; ଗଣପର୍ବ ନୂଆଁଖାଇରେ ଝୁମିଛି ପଶ୍ଚିମ ଓଡ଼ିଶା

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ । ଏକତା ଓ ଭାଇଚାରାର ଉତ୍କୃଷ୍ଟ ନିଦର୍ଶନ ଭିତରେ ଭେଦଭାବ ଓ ମନୋମାଳିନ୍ୟ ଭୂଲି ଏକାଠି ହୋଇଛନ୍ତି ପରିବାର, ବଂଶ ଓ ବୁନିଆଦ । More

ଷଡ଼ଯନ୍ତ୍ର ବନାମ ଚକ୍ରାନ୍ତ; ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା

ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି। More

ଦିଲ୍ଲୀରୁ ପଲ୍ଲୀ...ଗୁହାରି କରି କରି ହାଲିଆ, ଦୁଃଖ ନଶୁଣିଲେ କେହି

ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର? More

ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା

କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ। More

କଳିଯୁଗର କୁଳାଙ୍ଗାର ପୁଅ: କହୁଛି ମାଆକୁ ନେଇ କିଏ ବୃଦ୍ଧାଶ୍ରମରେ ଛାଡିଦିଅ

ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ । More

'କାଳିଆ' ଖୋଲିଦେଲା ପୋଲ୍ ! ଦିନକୁ ଦିନ ହିତାଧିକାରୀ ତାଲିକାରୁ ବାଦ ପଡ଼ୁଛି ଚାଷୀ

କମି କମି ଏବେ ୪୪ ଲକ୍ଷରେ ସୀମିତ ଚାଷୀଙ୍କ ସଂଖ୍ୟା । ଯୋଜନାରୁ ୯ ଲକ୍ଷ ଚାଷୀ ବାଦ୍ ପଡ଼ିବାକୁ ନେଇ ପ୍ରଶ୍ନ । More

ଫଳକ ମାରିଦେଲେ, ତା’ର ଟାଣିଦେଲେ...ଗଛ ଗଲା କୁଆଡ଼େ?

ଫଳକ ମାରିଲେ, ଗଛ ପୋତିଲେ । ଆଶା ଥିଲା ଭଲ ଲିଚୁ ଫଳିବ...ହେଲେ ଚାରା ଲାଗିଥିବା ସ୍ଥାନରେ ଏବେ ଗାଈ ଚରୁଛନ୍ତି । ଚାଷୀଙ୍କ ନାଁରେ ଟଙ୍କା ଆଣି ଖାଇଲେ ବାବୁ, ଜଳକ ହୋଇ ଚାହିଁଲେ ଚାଷୀ । ବାବୁ କହୁଛନ୍ତି, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ More

ଗାଁକୁ ଶବ ନେଇ ଆମ୍ବୁଲାନ୍ସ ପଶୁଛି...କାନ୍ଦବୋବାଳିରେ ଏରିଆ କମ୍ପୁଛି

ପରିବାର ମୁହଁରେ ଆହାର ଦେବାକୁ ବେଙ୍ଗାଲୁରୁ ଯାଇଥିଲା ଭେଣ୍ଡିଆ ପୁଅ । କାଠଗଣ୍ଡିରେ ଚାପି ହେବାରୁ ମେଡିକାଲରେ ପଡିପଡି ଆଖି ବୁଜିଲା । ଆଉ ଯେତେବେଳେ ମାଆ ପାଖରେ ପୁଅର ମୃତ୍ୟୁ ଖବର ପହଞ୍ଚିଲା More

ଏହି ଗୋଟିଏ ଗଛ...ବଜ୍ରଘାତରୁ ବଞ୍ଚାଇ ଦେବ

ବିଜୁଳି ନେଉଛି ଜୀବନ । ଆକାଶରେ ମେଘ ଆସିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି..କାରଣ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ରହୁଛି । ହେଲେ ଆଉ ଡରନ୍ତୁନି...ବରଂ ଏହି ଗଛ ଲଗାଇଲେ ବଜ୍ରଘାତରୁ ଦେବ ସୁରକ୍ଷା More

୯୯ ରୁ ଘର ଭାଙ୍ଗିଲା...ଗୁହାଳେ ମଣିଷ ରହିଲା

୯୯ ବାତ୍ୟାରେ ଘର ଭାଙ୍ଗିଲା, ଫନି ମୂଳପୋଛ କରିଦେଲା । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ ଘର ମିଳିଲାନି । ୧୦ ହଜାର ଦେଲେ ଯେ ସେତିକିରେ ଘର ହେବ କେମିତି ? ବାବୁଙ୍କ ପାଖକୁ ଗଲା ବେଳକୁ More

ସୁଙ୍କି ଘାଟି : ବିପଦ ଯେତିକି, ସୁନ୍ଦର ସେତିକି

ଦିନେ ଏହି ଘାଟି ନା ଶୁଣିଲେ ଲୋକେ ଯିବାକୁ ଡରୁଥିଲେ । ମନରେ ଶଙ୍କା ଥିବାରୁ ନା ହୋଇଥିଲା ‘ସୁଙ୍କି’ । ସମୟ ବଦଳିଛି, ସ୍ଥିତି ବି ବଦଳିଛି । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲ ହେଉଛି କୋରାପୁଟ୍‌ରେ । ଏବେ ସୁଙ୍କି ଦେଇ ଗଲେ ଲୋକେ ଡରିବେନି ବରଂ ମଜା ଉଠାଇବେ More

BIG BREAKING: ପ୍ରମିଳା ମଲ୍ଲିକ୍ ହେବେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି..!

୨୧ ତାରିଖରେ ହେବାର ଥିଲା ବିଧାନସଭା ବାଚସ୍ପତି ନିର୍ବାଚନ। କିନ୍ତୁ ଏବେ ୨୨ ତାରିଖରେ ହେବ । ନୂଆଁଖାଇ ପାଇଁ ଗୋଟିଏ ଦିନ ଏହି ନିର୍ବାଚନକୁ ଘୁଞ୍ଚାଯାଇଛି ।  More

ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ପାଳିଲେ ମା’ ଲକ୍ଷ୍ମୀ...

ଆପଣମାନେ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବା ଆଜି ଆମ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏ ପର୍ବଟି କ’ଣ। More

‘ଫେସବୁକ୍‌ରେ ନମ୍ବର ଦେଇ ଭୁଲ କରିଦେଲି’

ସୋସିଆଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି । ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । More

ପୋଲିସ ଏନକାଉଣ୍ଟରରେ ଦୁଇ ହାଡ୍ କୋର ମାଓବାଦୀ ନିହତ

ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ। ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ। More

Scrub Typhus: ମାଡ଼ୁଛି ସ୍କ୍ରବ୍‌ ଟାଇଫସ୍‌; ଜାଣନ୍ତୁ କାହିଁକି ହୁଏ, କ’ଣ ଲକ୍ଷଣ

୨୦୦ ଛୁଇଁଲା ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ରେ ଆଉ ୭ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ। ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। More

Today Panchang 20th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

 ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଦିବା ୦୮.୪୩ ଗତେ ବିଛା । More

Ganesh Puja 2023: ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି; ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ତିଆରି

ଏଠି ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏକ ସ୍କୁଲରେ ଏହିସବୁ ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏଗୁଡିକ ବିଭିନ୍ନ ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମାଣ ହୋଇଛି। More

ଲଘୁଚାପ ପ୍ରଭାବରେ ବର୍ଷା, ଆହୁରି ୨ଦିନ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି। More

Vande Bharat Express: ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍

ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହେଲା ଦ୍ୱିତୀୟ ଟ୍ରାଏଲ ରନ୍। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ସେମି ହାଇସ୍ପିଡ୍ ଟ୍ରେନ୍‌ରେ ରହିଛି ୮ଟି କୋଚ୍। More

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣାରେ ଏବେ ବି ୩ ନିଖୋଜ

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍‌ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା। More

Nuakhai 2023: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ। ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ।ମା’ ସମଲେଶ୍ୱରୀଙ୍କ ନିକଟରେ କରାଯିବ ନବାନ୍ନ ଅର୍ପଣ। ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ More

ଗଜାନନଙ୍କ ଭିନ୍ନ ରୂପ ଭିନ୍ନ ଥିମ; କେଉଁଠି ବାହାନଗା ଟ୍ରାଜେଡି, କେଉଁଠି ଚନ୍ଦ୍ରୟାନ..

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସରେ ଚାଲିଛି ଅଗ୍ରପୂଜ୍ୟଙ୍କ ଅବାହନ । ତେବେ ସବୁ ବର୍ଷ ଭଳି ଏ ବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଓ ପୂଜା ପେଣ୍ଡାଲରେ ଆକର୍ଷିଣୀୟ ଥିମ୍ ସହ ଏକ୍ସପେରିମେଣ୍ଟ କରିଛନ୍ତି ବିଭିନ୍ନ ପୂଜା କମିଟି । More

ସଂଘରେ ଫାଟ ସତ୍ତ୍ୱେ ଥମିନି ଶିକ୍ଷକ ଆନ୍ଦୋଳନ !

୩ଦଫା ଦାବି ପୂରଣ ନହେବା ଯାଏଁ ସ୍କୁଲ ନଫେରିବାକୁ ଚେତାବନୀ । More

ଭୟଙ୍କର ଅବସ୍ଥା ! ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୪ କ୍ଲାସ୍‌ର ପିଲା

ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍‌ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍‌ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି More

କ୍ୟାନସରରେ ସ୍ୱାମୀ ପଡିଛି...ନଳି ଲଗାଇ ସ୍ତ୍ରୀ ସେବା କରୁଛି

ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ More

ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା । More