Advertisment

ପୋଲିସ ଏନକାଉଣ୍ଟରରେ ଦୁଇ ହାଡ୍ କୋର ମାଓବାଦୀ ନିହତ

ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ। ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ।

author-image
Pramod Behera
ଅଦ୍ୟତନ ହୋଇଛି
Two hard core militants killed in police encounter

Two hard core militants killed in police encounter

ଛତିଶଗଡ଼ ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସର ଏନକାଉଣ୍ଟରରେ ଦୁଇ ହାଡ୍ କୋର ମାଓବାଦୀଙ୍କ ନିହତ ହୋଇଛି।

Advertisment

ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବା ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଥିଲେ। ତେବେ ଏହି ସମୟରେ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ।

ତେବେ ଏହି ଅପରେସନରେ ଟପ୍ କ୍ୟାଡର ମାଓବାଦୀ ଜଣେ ସେଠୁ ଖସି ପଳାଇଥିବା ଜଣାପଡ଼ିଛିା ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ସେପଟେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ପୁରା ଜଙ୍ଗଲରେ ଏବେ ସର୍ଚ୍ଚ ଅପରେସନ୍ ସହ କମ୍ବିଂକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଦାନ୍ତେୱାଡ଼ା SP ଗୌରବ ରାୟ।

Advertisment
Chhattisgarh Encounter Encounter
Advertisment
Advertisment