Advertisment

Nuakhai 2023: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ। ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ।ମା’ ସମଲେଶ୍ୱରୀଙ୍କ ନିକଟରେ କରାଯିବ ନବାନ୍ନ ଅର୍ପଣ। ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ

author-image
Pramod Behera
ଅଦ୍ୟତନ ହୋଇଛି
Nuakhai 2023 In Odisha

Nuakhai 2023 Western Odisha is all excited

ଆଜି ନୂଆଁଖାଇ। ପଶ୍ଚିମ ଓଡିଶାର ଏହି ଗଣପର୍ବ ଲାଗି ସବୁଠି ଉତ୍ସାହ। ନିଜର ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ। ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂବାହ୍ନ ୧୦ଟା ୨୭ ମିନିଟ୍‌ରୁ ୧୦ଟା ୪୨ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ। ଏହାପରେ ଘରେ ଘରେ ଲୋକେ ନୂଆ ଖାଇବେ।

Advertisment

ନୂଆଁଖାଇ ପାଇଁ ଘରେ ଲିପା ପୋଛା ସାଂଗକୁ ରଙ୍ଗ ଲଗାଯାଇଛି। ପୁରା ପରିବାର ପାଇଁ ନୂଆ ଡ୍ରେସ୍‌ କିଣାଯାଇଛି। ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ, ଘରକୁ ଆସିଗଲେଣି। ସମସ୍ତେ ମିଶି ଏକାଠି ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ କାର୍ଯ୍ୟକ୍ରମ। ଘରର ବଡମାନଙ୍କୁ ଜୁହାର କରି ମୁଣ୍ଡିଆ ମାରି ଆଶୀର୍ବାଦ ନେବେ ସମସ୍ତେ।

ଅଧିକ ପଢ଼ନ୍ତୁ: ସାମାଜିକ ଏକତାର କଥା କହେ ନୂଆଖାଇ; ମତଭେଦକୁ କରିଦିଏ ସମାଧାନ

ବିଶେଷ କରି ଏହା ଏକ କୃଷିଭିତ୍ତିକ ପର୍ବ। ପଶ୍ଚିମ ଓଡ଼ିଶା ବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇଆସୁଛି। ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଖାଇ ପର୍ବ ଖୁବ ଧୂମଧାମରେ ପାଳିତ ହୋଇଥାଏ।

Advertisment

ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନକୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କ ଅର୍ପଣକରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଧାରା ହେଉଛି ନୂଆଖାଇ ପର୍ବ।

ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ଏହିଦିନ ନିଜ ଘରକୁ ଆସିବାକୁ ଚେଷ୍ଟା କରିଥାନ୍ତି। ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି। ବିଶେଷକରି ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ମଧ୍ୟ ଏହା ପାଳନ କରାଯାଇଥାଏ।

ଅଧିକ ପଢ଼ନ୍ତୁ: କିପରି ସ୍ଥିର ହୁଏ ନୂଆଖାଇ ଲଗ୍ନ ?

Nuakhai Celebration Nuakhai Nuakhai Festival
Advertisment
Advertisment