ସଂକ୍ଷେପରେ ଆଜିର ତାଜା ଖବର - Thursday, 22 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦିନଟେ ହେଲେ ସ୍କୁଲ୍‌ ମାଟି ମାଡ଼ିନାହାନ୍ତି; ହେଲେ ରେଜିଷ୍ଟର୍‌ରେ ନାଁ ଗଡ଼ୁଛି

ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ । More

ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ୍: ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ

କୌଣସି ପ୍ରକାର ଅସୁବିଧା କିମ୍ବା ଅସମୟରେ ଏହି ବଟନ୍ ଚିପିଲେ ତୁରନ୍ତ ଗାଡ଼ି ମାଲିକ, ନିକଟସ୍ଥ ଥାନା ଏବଂ ଅନ୍ୟ ପ୍ରାଧିକୃତ ସଂସ୍ଥା ନିକଟରେ ତୁରନ୍ତ ସୂଚନା ପହଞ୍ଚି ପାରିବ। More

ସରକାରଙ୍କ ଗୁମର ଖୋଲିଦେଲେ ସୌମ୍ୟ; କହିଲେ ‘ଏଠି ମନ୍ତ୍ରୀଙ୍କ କିଛି ପାୱାର ନାହିଁ’

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ? More

ଆଳୁ ଖୋଳୁ ଖୋଳୁ ମହାଦେବ; କାର୍‌ର ସିକ୍ରେଟ୍ ଚାମ୍ବରରୁ ମିଳିଲା କ୍ୱିଣ୍ଟାଲ ରୂପା ଇଟା

ଯାଞ୍ଚବେଳେ ମିଳିଲା ଆଖି ତରାଟିଲା ଭଳି ୧୩୯ କେଜିର ରୂପା ଇଟା, ୩୭ କେଜିର ଚାନ୍ଦି ଅଳଙ୍କାର ଓ ପାଖାପାଖି ୧୨ ଲକ୍ଷ ନଗଦ ଟଙ୍କା । More

ତିନି ବର୍ଷ ହେଲା କୋମାରେ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ

ଆଦିବାସୀଙ୍କୁ ଦରଦ ଦେଖାଇ ଭୁଲିଗଲେ କି ରାଜ୍ୟ ସରକାର? କୁଆଡେ ଗଲା ଆଦିବାସୀଙ୍କ ସ୍ୱାର୍ଥରେ ଗଠନ ହୋଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ?  More

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା: ବଦଳିଲେ CDMO

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି। More

ଲିଭ୍‌ ଇନ୍‌ରେ ରହୁଥିଲେ ଯୁବତୀ; ମୃତ୍ୟୁ ପୂର୍ବରୁ ଆସିଥିଲା ବୟଫ୍ରେଣ୍ତ୍‌ର କଲ୍‌

ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ । ହଠାତ୍‌ କ’ଣ ହେଲା ଯେ ନିଜ ଆପାର୍ଟମେଣ୍ଟରେ ଝୁଲି ପଡ଼ିଲେ ଯୁବତୀ । ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। More

କାଲି ୧୫ ହଜାର ଆଜି ୨ ମୋବାଇଲ୍‌ ; ତେବେ କେତେ ସୁରକ୍ଷିତ ‘ମୋ ବସ୍‌’ ?

ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି। More

ବେଇମାନ ମଣିଷ: କୁକୁର ବୁଢ଼ା ହୋଇଗଲା ବୋଲି ବାହାରେ ଛାଡ଼ିଦେଲା..

ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ? More

ମିଛରେ ଚିତ୍କାର କଲେ ‘ବନ୍ଧୁକ ଆଣ.. ବନ୍ଧୁକ ଆଣ’, ଜୀବନ ବିକଳରେ ପଳାଇଲା ଚୋର... ଦେଖନ୍ତୁ ଭିଡିଓ

ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ । More

ଆଉ କେବେ ମିଳିବ ହରମାଉସୀକୁ ସହାୟତା? ଘରର କାନ୍ଥ ଉଠିଲା ହେଲେ ଛାତ ପଡ଼ିପାରିଲାନି..

୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...ଛୋଟିଆ ଦୋକାନରୁ ଯେତିକି ଲାଭ ହେଉଛି ସେତିକିରେ ପରିବାର ଚଳାଉଛନ୍ତି ହର. More

ସିନେମା ଡେ‘ ! ସବୁ ହଲ୍‌ରେ ଟିକେଟ୍‌ ରେଟ୍‌ ଫିକ୍ସ, ମାତ୍ର ୭୫ ଟଙ୍କା..

ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖେ। ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକ ମାନେ ଏପରି ନିଷ୍ପତି ନେଇଛନ୍ତି। More

ଡାଇବେଟିସ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସମସ୍ୟା

ଆଜିକାଲି ଡାଇବେଟିସ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଯାଇଛି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ରୋଗରେ ପୀଡିତ ହେଉଛନ୍ତି । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ବିଶେଷକରି ଅଧିକ ସୁଗର ଥିବା ଫଳ ଓ ପରିବା ଖାଇବା ଉଚିତ ନୁହେଁ । More

ଛଅ ଛଅ ଜଣ ଡାକ୍ତର ହେଲେ ଆସୁନାହାଁନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ହନ୍ତସନ୍ତ

ଛଅ ଛଅ ଜଣ ଡାକ୍ତର ହେଲେ ଆସୁନାହଁନ୍ତି ଡାକ୍ତରଖାନା । କଳଙ୍କି ଲାଗିଲାଣି ଅତ୍ୟାଧୁନିକ ଯନ୍ତ୍ରାଂଶ । ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ସରକାର 5Tରେ ଡିଣ୍ଡିମ ପିଟୁଥିବା ବେଳେ ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମନମାନି ପାଇଁ ରୋଗୀ ହନ୍ତସନ୍ତ ଅଭିଯୋଗ । ସେପଟେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ କୋଭିଡ ହସ୍ପିଟାଲ ପାଲଟିଛି ଭୂତକୋଠି । More

କେବେ ଖାଇନଥିବେ ପନୀରର ଏହି ସୁଆଦିଆ ରେସିପି,ଆଜି ହିଁ ଘରେ ବନାନ୍ତୁ

ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ସୁଆଦିଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଆଫଗାନୀ ପନୀର ମସଲା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

ଗଞ୍ଜେଇ ରେଡ୍ ବେଳେ କୁଇଣ୍ଟାଲ ରୁପା ଇଟା, ୧୦ ଲକ୍ଷ ଜବତ

ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାଡ୍ More

ଶ୍ରୀମନ୍ଦିର ପ୍ରଶାସନିକ କୋଠାକୁ ନେଇ ପ୍ରଶ୍ନ, ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପ୍ରାଶାସନିକ କୋଠାର ଉଚ୍ଚତାକୁ ନେଇ ବିବାଦ । ସର୍ବୋଚ୍ଚ ଉଚ୍ଚତା ୭ ମିଟର ୫୦ ସେଣ୍ଟିମିଟର ଭିତରେ ରଖିବାକୁ ଏନ୍ଏମ୍ଏର ସୁପାରିଶ। ଆପତ୍ତି ଜଣାଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । More

ଆସୁଛନ୍ତି ମାଆ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପରେ କେଉଁ ଥିମ୍‌ରେ ହେଉଛି ଚାଲନ୍ତୁ ଜାଣିବା । More

୩୦ ପିଲାକୁ ନେଇ ଯାଉଥିବା ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ

କଟକ ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି More

୨କୋଟିରୁ ଅଧିକ ସମ୍ପତ୍ତି, ୨୨ଟି ପ୍ଲଟ୍....ବାବୁଙ୍କ ଅମାପ ସମ୍ପତ୍ତି

ଟାଙ୍ଗରପାଲିର ଅତିରିକ୍ତ ତହସିଲଦାରଙ୍କ ଘରେ ଚାଲିଛି ରେଡ୍ । ଦ୍ୱିତୀୟ ଦିନ ପାଇଁ ଭିଜିଲାନ୍ସ ରେଡ୍ ଜାରି । ଠାବ ହେଲାଣି ୨କୋଟିରୁ ଅଧିକ ସମ୍ପତ୍ତି । More

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ More

ଲୁଟେରାଙ୍କ ହବ୍‌ ମୋ ବସ୍‌ ! ଲଗାତର ହେଉଛି ଚୋରି, ଯାତ୍ରା କରିବାକୁ ଭୟ କରୁଛନ୍ତି ଯାତ୍ରୀ

ମୋ ବସ୍‌ରେ ବଢୁଛି ଚୋରି । କ୍ୟାନସର ରୋଗୀଙ୍କଠୁ ଲୁଟିନେଲେ ୧୫ ହଜାର । More

ମଜୁରୀ ଖଟୁଛି ବାପା; ଖଟରେ ଶୋଇଛି ଭେଣ୍ତିଆ ପୁଅ, ସାହାଯ୍ୟ ମିଳିଲେ..

କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି... More

IAS ବାବୁଙ୍କ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, କାହିଁକି ଲୁଚାଉଛନ୍ତି ତଥ୍ୟ ? ଆସନ୍ତୁ ଜାଣିବା..

ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । More

ସରଗରମ ଗଞ୍ଜାମ ରାଜନୀତି ! ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡିର ମିଶ୍ରଣ ପର୍ବ, ମୁହଁ ଖୋଲିଲେନି ଗୋପବନ୍ଧୁ

ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି । More

ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ପିଲା; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। More