Advertisment

ଡାଇବେଟିସ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସମସ୍ୟା

ଆଜିକାଲି ଡାଇବେଟିସ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଯାଇଛି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ରୋଗରେ ପୀଡିତ ହେଉଛନ୍ତି । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ବିଶେଷକରି ଅଧିକ ସୁଗର ଥିବା ଫଳ ଓ ପରିବା ଖାଇବା ଉଚିତ ନୁହେଁ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Diabetes Diet Restrictions

Diabetics should not eat this food

ବର୍ତ୍ତମାନ ସୁଦ୍ଧା ଡାଇବେଟିସ ରୋଗର କୌଣସି ସଠିକ୍ ଚିକିତ୍ସାର ସୂତ୍ର ବାହାରି ନାହିଁ । ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମନକରି ଶରୀର ଉପରେ କୁପ୍ରଭାବ ପକାଉଛି । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଡାଇବେଟିସ ରୋଗୀ କଣ ଖାଇବା ଉଚିତ୍ ଓ ଅନୁଚିତ୍ ।

Advertisment
  • ଡାଇବେଟିସ୍ ଟାଇପ ୧ ଓ ଟାଇପ୍ ୨ ଏପରି ଦୁଇ ପ୍ରକାରର ହୋଇଥାଏ ।
  • ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ଫଳ ମଧ୍ୟରେ କଦଳୀ, ସନ୍ତରା, ଆମ୍ବ, ଅଙ୍ଗୁର, କିଶମିଶ, ଖଜୁରୀ, ନାଶପାତୀ ସାମିଲ ରହିଛି ।
  • ଅନ୍ୟପକ୍ଷରେ କମ୍ ଜିଆଇ ଯୁକ୍ତ ଫଳ ମଧ୍ୟରେ ଜାମୁନ, ଆଲୁବୁଖାରା, କ୍ୱିବି ଓ ଅଙ୍ଗୁର ସାମିଲ ରହିଛି । ଡାଇବେଟିସ୍ ରୋଗୀମାନେ ଜରୁରୀ ପୋଷକ ତତ୍ତ୍ୱ ପାଇଁ କମ୍ ଜିଆଇ ଯୁକ୍ତ ଫଳ ସେବନ କରିବା ଉଚିତ୍ ।
  • ଏଥିସହିତ ଶସ୍ୟ, ଫଳ, ସବୁଜ ପନିପରିବା , ବିନ୍ସ ଓ ଡାଲି ପରି କମ୍ ଜିଆଇ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ ।
  • ଉଚ୍ଚ ଜିଆଇ ଯୁକ୍ତ ଖାଦ୍ୟ ସର୍ବଦା ଶରୀର ପାଇଁ ଖରାପ ହୋଇନଥାଏ । ମାତ୍ର ଏହା ଡାଇବେଟିସ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।
  • ଚକୋଲେଟ,କେକରେ ଜିଆଇ କମ୍ ରହିଥାଏ, ତେଣୁ ଏହାକୁ ସେବନ କରିବା ହାନିକାରକ ହୋଇଥାଏ ।
  • ମିଠା, କୋଲଡ୍ରିଙ୍କ୍ସ, ହ୍ୱାଇଟ୍ ବ୍ରେଡ, ଆଳୁ, ଧଳା ଚାଉଳ ପରି ହାଇ ଜିଆଇ ଯୁକ୍ତ ଜିନିଷ ଡାଇବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
Health Tips
Advertisment
Advertisment