• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ମିଛ କହିବା ମହାପାପ । ତେବେ ମିଛ କହି ଯଦି କାହା ଜୀବନ ବଞ୍ଚିପାରୁଛି ତେବେ ବି କ’ଣ ତାହା ମହାପାପ କୁହାଯିବ । ପିଲା ବେଳେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସେ । ବଡ଼ ହେବା ପରେ ଏହା କିଛି ମାତ୍ରାରେ ବୁଝାପଡ଼ୁଥିଲେ ବି ମନରେ ସନ୍ଦେହ ରୁହେ। ଆଉ ମିଛ କହି କାହାକୁ ସାହାଯ୍ୟ କରିବା କି ଡରେଇବା କେତେ ଭଲ କେତେ ଖରାପ, ସେକଥା ବି ଆମକୁ ଜଣା ନାହିଁ । 

ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ । ଏମିତି ଘଟଣା ଭୁବନେଶ୍ୱର ର ଭିଏସ୍‌ଏସ୍‌ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଏସ୍‌ଏସ୍‌ ନଗରରେ ଜଣେ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋର ପଶିଥିଲା । ଆଉ ଗୋଟିଏ ରୁମ୍‌ରେ ପରିବାର ଲୋକଙ୍କୁ ବନ୍ଦ କରି ଅନ୍ୟ ରୁମ୍‌ରୁ ଚୋରି କରୁଥିଲା । ଚୋର ଝରକା ଭାଙ୍ଗି ଘରେ ବସିଥିଲା । ତେବେ ଖଡ଼ ଖାଡ଼ ଧଡ଼ ଧାଡ଼ ଶବ୍ଦ ଶୁଣି ଘରର ମୁରବୀଙ୍କ ନିଦ ଭାଙ୍ଗି ଯାଇଥିଲା । ଆଉ ସେ ଜାଣିବାକୁ ପାଇଥିଲେ ଯେ, ଘରେ କେହି ପଶି ଚୋରି କରିବାକୁ ଚେଷ୍ଟା କରୁଛି । ତେଣୁ ସେ ତାଙ୍କର ଉପସ୍ଥିତି ବୁଦ୍ଧି ଖଟାଇ ଗୋଟିଏ ମିଛ କହିଥିଲେ । ଆଉ ଏହି ମିଛ ତାଙ୍କୁ ବଡ଼ ବିପଦରୁ ବର୍ତ୍ତିବାରେ ସାହାଯ୍ୟ କରିଥିଲା । ମହାଭାରତ ଯୁଦ୍ଧରେ ବିପକ୍ଷଙ୍କୁ ହରାଇବା ପାଇଁ, ‘ନରେ ବା ଗୁଞ୍ଜରେ ଅସ୍ୱତ୍ଥାମା ହତ’ ଭଳି ସୂତ୍ର ଏଠାରେ ପ୍ରୟୋଗ କରିଥିଲେ ଘରର ମୁରବୀ ପ୍ରତାପ କୁମାର ସାହୁ । ସେ ମିଛରେ ରାଗି ଯାଇ ଭିତର ଘରେ ଥାଇ ଚିତ୍କାର କରିଥିଲେ ‘ମୋ ବନ୍ଧୁକଟା ଆଣ, ଜଲ୍‌ଦି ମୋ ବନ୍ଧୁକଟା ଆଣ’ । ବାସ୍, ଏତିକିରେ କାମ୍ ଖତମ୍।

 

ଅନ୍ୟ ଘରେ ଥିବା ଚୋର ଏହା ଶୁଣି ଡରିଯାଇଥିଲା । ଆଉ ଚୋରି କରିବା ପରିବର୍ତ୍ତେ କେମିତି ସେହି ଘରୁ ତୁରନ୍ତ ନିଜ ଜୀବନ ବଞ୍ଚାଇ ବାହାରିବ ତାହା ଚିନ୍ତା କରିଥିଲା । ଚୋର ଶେଷରେ ତାହା ହିଁ କଲା । ବନ୍ଧୁକ ନା ଶୁଣି ସେଠାରୁ ଚୁପ୍‌ ଚାପ୍‌ ବାହାରିଗଲା । ଯାହାର ସିସିଟିଭି ଫଟୋ ଏବେ ଭାଇରାଲ ହେଉଛି ।

CHORCHOR