• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ଥମୁନି ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା । ଆଜି ଭୁବନେଶ୍ୱର ପାହାଳ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରୁ ସୁଜାତା ରଥ ନାମକ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଯୁବତୀ ଜଣକ ଏଣ୍ଟରପ୍ରିନର୍ ଥିବାର ସୂଚନା ମିଳିଛି ।

ସୂଚନା ମୁତାବକ ଯୁବତୀ ଜଣକ ନିଜ ବୟଫ୍ରେଣ୍ଡଙ୍କ ସହ ଲିଭ୍ ଇନ୍‌ରେ ରହୁଥିଲେ । ହେଲେ ମୃତ୍ୟୁର କିଛି ଦିନ ପୂର୍ବରୁ ପୁରୁଷ ବନ୍ଧୁ କୌଣସି ବାହାଘର ପାଇଁ ବାହାରକୁ ଯାଇଥିବା ଜଣାପଡ଼ିଛି । ମୃତ୍ୟୁର କିଛି ସମୟ ପୂର୍ବରୁ ଯୁବତୀଙ୍କୁ ବୟଫ୍ରେଣ୍ଡ କଲ୍ କରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି । ପୋଲିସ୍ ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ା

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକଙ୍କ ପରିବାର ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ । ସେମାନେ ବି ସେହି ଆପାର୍ଟମେଣ୍ଟରେ ରହୁଥିଲେ । ସେପଟେ ପାହାଳ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କମିଶନରେଟ୍‌ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।