• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଆଫଗାନୀ ପନୀର ମସଲା’

ଘରେ ଆମେ ପନିର୍‌ର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ଆଫଗାନୀ ପନୀର ମସଲା’ ।

‘ଆଫଗାନୀ ପନୀର ମସଲା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନୀର, ପିଆଜ, ଅଦା, ରସୁଣ, ରିଫାଇନ୍‌ ତେଲ, ଧନିଆ ପତ୍ର, ପୋଦିନା ପତ୍ର, ଲୁଣ, କଞ୍ଚାଲଙ୍କା, ବଟର, ଚିଜ୍‌ ସ୍ଲାଇସ୍‌, କସ୍ତୁରୀ ମେଥି, ଚାଟ୍‌ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡର, ତେଜପତ୍ର, ଗୁଜରାତି, ଡାଲ୍‌ଚିନି, କାଜୁ ଓ ଚାର୍‌ମଗଜ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପନୀରକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ।
  • ଲୁଣ, ଲେମ୍ବୂ, ଅଦାରସୁଣ ପେଷ୍ଟ ପକାଇ ତାହାକୁ ମ୍ୟାରିନେଟ ପାଇଁ ୧୦ ମିନିଟ୍‌ ରଖି ଦିଅନ୍ତୁ
  • ଏହା ପରେ ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚାଲଙ୍କା, କାଜୁ, ପିଆଜ, ଚାର୍‌ମଗଜ ଓ ଚିଜ୍‌ ସ୍ଳାଇସ୍‌ ମିଶାଇ ଗ୍ରାଇଣ୍ଡିଂ କରି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
  • ଏହାପରେ ଏକ ପାତ୍ରରେ ଦହି, ଫ୍ରେଶ କ୍ରିମ୍‌ ଓ ଗ୍ରାଇଣ୍ଡିଂ ହୋଇଥିବା ପେଷ୍ଟ ପକାଇ ଭଲ ଭାବେ ମିଶାନ୍ତୁ।
  • ଏହାପରେ ସେଥିରେ ଲୁଣ, କସ୍ତୁରୀ ମେଥି, ଚାଟ୍‌ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡରକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।
  • ପନୀର ଖଣ୍ଡକୁ ସେଥିରେ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ।
  • ଗ୍ୟାସ୍‌ରେ କଡ଼େଇ ବସାଇ ଗରମ କରନ୍ତୁ। ଏହାପରେ ସେଥିରେ ତେଲ ଦେଇ ଧୀମା ଆଞ୍ଚରେ ପନୀରକୁ ଫ୍ରାଏ କରନ୍ତୁ। ଏହାକୁ ଗୋଲଡେନ ଫ୍ରାଏ କରି ଦିଅନ୍ତୁ।
  • ଏହାପରେ ଆଉ ଥରେ ପ୍ୟାନକୁ ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ।
  • ତେଲ ଗରମ ହେଲେ ତାହା ପରେ ବଟର ପକାନ୍ତୁ। ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନ, ସ୍ଲାଇସ୍‌ କଟା ହୋଇଥିବା ଅଦା, ବଳକା ପେଷ୍ଟ ପକାଇ ଗୋଳାନ୍ତୁ।
  • ମସଲା କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ତାହାକୁ ଗ୍ରେଭି କରି ଦିଅନ୍ତୁ।
  • ଏହାପରେ ସେଥିରେ ପନୀର ପକାଇ ଦିଅନ୍ତୁ। କିଛି ସମୟ ପରେ ଗ୍ୟାସ୍ ବନ୍ଦ କରି ପ୍ୟାନ୍‌କୁ ତଳକୁ ଆଣନ୍ତୁ।

                ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଆଫଗାନୀ ପନୀର’ ମସାଲା । ଏହି ରେସିପିଟିକୁ ରୁଟି କିମ୍ବା ନାନ୍‌ ସହ ଖାଇଲେ ବେଶୀ ଭଲ ଲାଗିଥାଏ।