/odishatv-khabar/media/post_attachments/uploadimage/library/16_9/16_9_0/accident_1663821304.jpg)
accident
ସିଲଭର ସିଟି କଟକ ରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ । ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି । ଫଳରେ ଡିଭାଇଡରରେ ପିଟି ହୋଇ ବସଟି ଗଛ ଭିତରକୁ ପଶିଯାଇଛି । ଦୁର୍ଘଟଣା ପରେ ବସ୍କୁ ବାହାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ବସରେ ଯାତ୍ରା କରୁଥିବା ସମସ୍ତ ପିଲା ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ପୂର୍ବରୁ ମଧ୍ୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅଭିଭାବକ ଅସନ୍ତୋଷ ଜାହିର କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍ଟି କଟକ ସିଡିଏସ୍ଥିତ ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଫେଜ-୨ ଥାନା ପାଖରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ସୌଭାଗ୍ୟବଶତଃ ବସରେ ଥିବା ସ୍କୁଲ ପିଲା ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ସେହି ସ୍କୁଲ ବସ୍ଟି ଆଗରୁ ମଧ୍ୟ ଦୁର୍ଘଟଣା ଘଟାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।
#ସ୍କୁଲ୍_ବସ୍_ଦୁର୍ଘଟଣାଗ୍ରସ୍ତ#ଅଳ୍ପକେ_ବର୍ତ୍ତିଲେ_୩୦_ସ୍କୁଲ୍_ପିଲା
କଟକ ସିଡିଏ, ସେକ୍ଟର-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଯାଇଛି... #SchoolBusAccident#Cuttack#Odishapic.twitter.com/PUhoQSjOs3— ଓଟିଭି (@otvkhabar) September 22, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)