/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663775863.jpg)
Dibyang Son
ଭଂଗା ଦଦରା ଘର ଭିତରେ କବାଟ ନାହିଁ କି ଝରକା ନାହିଁ । ଭଙ୍ଗା ଘରକୁ ଯିବା ପାଇଁ କିଛି ଭଂଗା ଆଜବେଷ୍ଟର, ଛିଣ୍ଡା ମଶାରୀ କନାକୁ ବାହାର କରି ଘର ଭିତରକୁ ପ୍ରବେଶ କରୁଛନ୍ତି ଜଣେ ବୃଦ୍ଧା ଜଣକ । କାରଣ ସେହି ଘରେ ଶୋଇଛି ତାଙ୍କ ଦିବ୍ୟାଙ୍ଗ ପୁଅ । ଏ ଦୃଶ୍ୟ ଯେତିକି ହୃଦୟବିଦାରକ ସେତିକି କଷ୍ଟଦାୟକ ମଧ୍ୟ ।
କିଟିକିଟି ଅନ୍ଧାର ଭିତରେ ଖଟରେ ଶୋଇଛି ଦିବ୍ୟାଙ୍ଗ ପୁଅ । ହାତ ଚାଲୁନି କି ଗୋଡ ଚାଲୁନି । ସେଇଥି ପାଇଁ ତ ନିତିଦିନ ମଜୁରୀ କରି ଆସିଲେ ଘରେ ଶୋଇଥିବା ପୁଅର ସେବାରେ ଲାଗିପଡେ ବୁଢା ବାପା । ହେଲେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବାପାଙ୍କ ଅପେକ୍ଷାରେ ଘରେ ପଡିରହିଥାଏ ଦିବ୍ୟାଙ୍କ ପୁଅ ।
ସମ୍ବଲପୁର କିସିଣ୍ଡା ପଚାଂୟତ ଫଟାମୁଣ୍ଡା ଗାଁର ଭଗବାନ ବଘାର। ପୁଅ ଜନ୍ମ ହେବାର ୩ ବର୍ଷ ପରେ ମାଆ ଆରପାରିକୁ ଚାଲିଗଲେ । ଆଉ ମାଆ ଯିବା ପରେ ଭେଣ୍ଡିଆ ପୁଅକୁ ପାଳିପୋଷି ବଂଚାଇ ରଖିଛି ବୁଢା ବାପା । ପୁଅର ବୟସ ବଡୁଛି ସତ ହେଲେ ଶରୀର ବଢୁନି । ସ୍ଥିତି ଏମିତି ହେଲାଣି ଯେ ବାପାଙ୍କ ବିନା ସାହଯ୍ୟରେ ପୁଅ କଡ ଲେଉଟି ପାରୁନି ।
ମାଆ ଯିବା ପରେ ଭାସିଯାଇଛି ଭଗବାନ ବଘାରଙ୍କ ସୁନାର ସଂସାର । ସକାଳୁ ଭଗବାନ କାମକୁ ପଳାଇବା ପରେ ସବୁ ଠପ୍ ହୋଇଯାଏ । ଆଉ ଆସିଲା ବେଳକୁ କେତବେଳେ ୨ଟା ନହେଲେ ୩ଟା । ଆଉ କାମରୁ ଆସିବା ପରେ ସାହିପଡିଶା କଣ ଦୁଇଟା ଫୁଟେଇକି ଦେଇଥିବେ ସେଇଆକୁ ଖାଇବେ ବାପ-ପୁଅ ।
ପୁଅର ଏହି ଅବସ୍ଥାକୁ ନେଇ ଚିନ୍ତାରେ ବୁଢା ବାପା ଭଗବାନ । ପୁଅକୁ ଭଲ କରିବାକୁ ସମ୍ବଲପୁର ଠୁ ବୁର୍ଲା ସବୁଠି ଦେଖାଇଛନ୍ତି । ହେଲେ ଡାକ୍ତର କଟକ ମେଡିକାଲରେ ଦେଖାଇବାକୁ ଦେଇଥିଲେ ପରାମର୍ଶ । କିନ୍ତୁ ଟଙ୍କାର ଅଭାବ ପାଇଁ କଟକ ମେଡିକାଲରେ ପୁଅର ଚିକିତ୍ସା କରାଇ ପାରିନଥିଲେ ଭଗବାନ । ଯେଉଁଥି ପାଇଁ ୧୭ ବର୍ଷ ହେଲା ଏକ ଅନ୍ଧାର ଘରେ ଜୀବନ ବିତାଉଛି ଅଜୟ ।
ସରକାରୀ ସ୍ତରରେ ଅଜୟକୁ ଦିବ୍ୟାଙ୍ଗ ଭତ୍ତା ଆଉ ବୁଡାବାପକୁ କେବଳ ୫କେଜି ଚାଉଳ ମିଳୁଛି । ଏ ପର୍ଯ୍ୟନ୍ତ ବାପା ଭଗବାନଙ୍କୁ ଭତ୍ତା କିମ୍ବା ଘରଟିଏ ମିଳିନି । ସରକାରୀ ସହାୟତା ବି ଏ ପରିବାରକୁ ମିଳୁନି। ତେବେ ଏମିତି ଦୁଃଖୀ ପରିବାରକୁ ଶୀଘ୍ର ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ଭଗବାନଙ୍କ ପରିବାର ସମ୍ପର୍କରେ ଖବର ପାଇବା ପରେ ବିଡିଓ ବିବେକାନନ୍ଦ ସାହୁ କହିଛନ୍ତି ଖୁବଶୀଘ୍ର ଯୋଗାଇ ଦିଆଯିବ ସହାୟତା ।
(ରିପୋର୍ଟର- ରେଢାଖୋଲରୁ ରମାକାନ୍ତ ମହାନନ୍ଦ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)