• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପଟେ ଜନସଂପର୍କ ଯାତ୍ରାରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତି ପ୍ରଦର୍ଶନ । ଅନ୍ୟପଟେ ଏହାକୁ କାଉଣ୍ଟର କରି ଭୁବନେଶ୍ୱର ରେ ବିଜେଡିର ମିଶ୍ରଣ ପର୍ବ । ପ୍ରଦୀପଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଆଉ ଅଫିସରଙ୍କୁ ସମାଲୋଚନା । ଏଣେ ରାଜଧାନୀରେ ପ୍ରଦୀପଙ୍କୁ ବିଜେଡି ନେତାଙ୍କ ସିଧାସଳଖ ଟାର୍ଗେଟ୍ । ଗଞ୍ଜାମ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ବିଜେଡିର କିଛି ଏଭଳି ଷ୍ଟ୍ରାଟେଜି ।

ଯୁବ ବିଜେଡି କାର୍ଯ୍ୟାଳୟରେ ବିଜେଡି ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ଶଂଖ ଶିବିରରେ ସାମିଲ ହୋଇଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେପି ଓ କଂଗ୍ରେସ୍ ନେତ୍ରୀ ଏବଂ କର୍ମୀ । ଏହି ଅବସରରେ ପ୍ରଦୀପଙ୍କୁ କଡ଼ା ସମାଲୋଚନା କରିଥିଲେ ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ ।

ସେମାନେ ଅଭିଯୋଗ କରିଥିଲେ ଯେ, କୋଭିଡ୍ ସମୟରେ ବିଧାୟକ ମଉଜ ମଜଲିସ୍‌ରେ ବ୍ୟସ୍ତ ଥିଲେ । ତାଙ୍କ ଯୋଗୁଁ ନିର୍ବାଚନ ମଣ୍ଡଳୀରେ ଅସ୍ଥିରତା ସୃଷ୍ଟି ହୋଇଛି । ସେପଟେ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ଖୋଲାଖୋଲି ବିଜେଡି ନେତା କହିଛନ୍ତି । ତେବେ ଗୋପବନ୍ଧୁ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି । ଆଜିର ମିଶ୍ରଣ ପର୍ବରେ ସେ ଉପସ୍ଥିତ ଥିଲେ ବି ବାରମ୍ବାର ପ୍ରଶ୍ନ ସତ୍ତ୍ୱେ କୌଣସି ଉତ୍ତର ରଖିନଥିଲେ ।

ସେପଟେ ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି । ଆଜି ବ୍ରହ୍ମପୁର ରେ ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବସିଥିଲା, ଯେଉଁଥିରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛି ଆପ୍ । ବେକାରୀ ସମସ୍ୟା ବୃଦ୍ଧି ଓ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଅଧିକ ସଂଖ୍ୟକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା କହି ସରକାରଙ୍କୁ ସମାଲୋଚନା କରିଛନ୍ତି ଆପ୍‌ର ଓଡ଼ିଶା ସଂଯୋଜକ ନିଶିକାନ୍ତ ମହାପାତ୍ର । ଆଗାମୀ ଦିନରେ ଓଡ଼ିଶା ରାଜନୀତିର ବିକଳ୍ପ ଗଂଜାମରୁ ଆରମ୍ଭ ହେବ ବୋଲି କହିଛି ଆପ୍ । କିଛି ମାସ ତଳେ ବ୍ରହ୍ମପୁର ମେୟର ପଦବି ପାଇଁ ହୋଇଥିବା ନିର୍ବାଚନରେ ଆପ୍ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ଗଞ୍ଜାମ ଜିଲ୍ଲା ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଆଶାନୁଯାୟୀ ଫଳ ପାଇନଥିଲା । ବିରୋଧୀ ୬ଟି ଏନ୍ଏସିରେ ନିଜ ଦବ୍‌ଦବା ଜାହିର କରିଥିଲେ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବାରୁ ଆଗାମୀ ନିର୍ବାଚନ ବେଳେ ସମସ୍ତଙ୍କୁ ଏକାଠି କରି ଲଢ଼େଇ କରିବା ଚ୍ୟାଲେଞ୍ଜ ହେବାକୁ ଯାଉଛି ।