Advertisment

୨୨ଟି ପ୍ଲଟ୍, ୨ଟି ବହୁତଳ କୋଠା, ୨ଟି ବୋଲେରୋ : ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଟାଙ୍ଗରପାଲିର ଅତିରିକ୍ତ ତହସିଲଦାରଙ୍କ ଘରେ ଚାଲିଛି ରେଡ୍ । ଦ୍ୱିତୀୟ ଦିନ ପାଇଁ ଭିଜିଲାନ୍ସ ରେଡ୍ ଜାରି । ଠାବ ହେଲାଣି ୨କୋଟିରୁ ଅଧିକ ସମ୍ପତ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Vigilance Raid

Sundargarh Addl Tehsildar under vigilance scanne

ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାରଙ୍କ ଘରେ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି ଭିଜିଲାନ୍ସ ରେଡ୍ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସମ୍ପତ୍ତିର ମୂଲ୍ୟ ୨ କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ କରାଯାଇଛି । ପୈତୃକ ସମ୍ପତ୍ତି ଏବଂ ୨୨ଟି ପ୍ଲଟ୍‌କୁ ବାଦ ଦେଇ ଏହି ସମ୍ପତ୍ତି ଆକଳନ କରାଯାଇଛି ।

Advertisment

ଗତକାଲିଠାରୁ ଚାଲିଛି ଭିଜିଲାନ୍ସ ରେଡ୍ । ଟାଙ୍ଗରପାଲିର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବିରୋଧରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ପୈତୃକ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା ।

କୁଳମଣିଙ୍କର ସୁନ୍ଦରଗଡ଼ ର ପ୍ରମୁଖ ସ୍ଥାନମାନଙ୍କରେ ୨୨ଟି ପ୍ଲଟ୍, ୨ଟି ବହୁତଳ କୋଠା, ୪ଟି ବାସଭବନ, ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୩ଟି ମୋଟର ସାଇକେଲ୍ ରହିଛି । ଏଥିସହ ୩୦ ହଜାରରୁ ଅଧିକ ନଗଦ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୧୫ଟି ସେଭିଙ୍ଗ୍ସ ଆକାଉଣ୍ଟ, ଇନ୍ସୁରାନ୍ସ ଆଦିର କାଗଜପତ୍ର ମଧ୍ୟ ଲାଗିଛି ଭିଜିଲାନ୍ସ ହାତରେ ।

Advertisment

ସୂଚନା ଅନୁସାରେ ଗତକାଲି କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡା ଥାନା ଅନ୍ତର୍ଗତ ଡୁମାବହାଲ ସମେତ ସୁନ୍ଦରଗଡ ଏବଂ ଲେଫ୍ରିପଡା ର ୮ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା।

ସୂଚନାଥାଉ କି, କିରାଣୀ ଚାକିରି ଭାବରେ ଚାକିରି ଆରମ୍ଭ କରି ଅତିରିକ୍ତ ତହସିଲଦାର କୁଳମଣି ପଦୋନ୍ନତି ପାଇ ORS ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ।

Vigilance Raid Sundargarh
Advertisment
Advertisment