• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମନମାନି ପାଇଁ ରୋଗୀ ହନ୍ତସନ୍ତ

ଓପିଡ଼ିରେ କେଉଁଠି ଚାବି ପଡିଛି ତ ଆଉ କେଉଁଠି ଖୋଲାରହିଛି, ହେଲେ ଡାକ୍ତର ନାହାନ୍ତି ଖାଲି ଯାହା ଫ୍ୟାନ ବୁଲୁଛି । ଡାକ୍ତରଙ୍କ ଟେବୁଲ ଫାଙ୍କା ପଡିଛି । ଏପଟେ ସରକାର ଉନ୍ନତ ମାନର ଚିକିତ୍ସା ପାଇଁ ଯୋଗାଇଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କେମିତି ବର୍ଷ ବର୍ଷ ହେଲା କାମରେ ନଲାଗି କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ଏହା ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ।

ଡାକ୍ତରଖାନାରେ ନିଯୁକ୍ତ ହୋଇଛନ୍ତି ଛଅ ଜଣ ଡାକ୍ତର ଓ ଦୁଇଜଣ ଆୟୁଷ ଡାକ୍ତର । ହେଲେ କେଉଁ ଡାକ୍ତର ସପ୍ତାହରେ ଦୁଇଦିନ ଆସନ୍ତି, ତ ଆଉ କିଏ ତିନି ଦିନ, ଆଉ କିଏ ଜମା ଆସୁ ନଥିବା ଅଭିଯୋଗ ହୋଇଛି ।

ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଚାନ୍ଦବାଲିର ୪୦ଟି ପଞ୍ଚାୟତ ସମେତ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକାର ଶତାଧିକ ରୋଗୀ ନିର୍ଭର କରିଥାନ୍ତି । ହେଲେ ନିୟମିତ ଡାକ୍ତର ଡାକ୍ତରଖାନା ଆସୁନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଜିଲ୍ଲାପାଳ କହିଛନ୍ତି, ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଶୀତତାପ ନିୟନ୍ତ୍ରିତ ଶହେ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲଟି କଟକ-ଚାନ୍ଦବାଲି ରାସ୍ତାର ସାଲେପୁରରୁ କେନ୍ଦ୍ରାପଡା ରୋଡ଼ରେ ମାତ୍ର ଦୁଇ କିଲୋମିଟର ଗଲେ କୁଳିଆ ଛକ ନିକଟରେ ପଡେ । ଏହି ଛକ ନିକଟରେ ଇଣ୍ଡୋ ଆମେରିକାନ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋଭିଡ଼ ମହାମାରୀ ବେଳେ ଏହି ହସ୍ପିଟାଲ ତିଆରି ହୋଇଥିଲା ।

ଅକ୍ସିଜେନଠାରୁ ଆରମ୍ଭ କରି ଆଇସିୟୁ ଭଳି ସମସ୍ତ ସୁବିଧା ରହିଛି ଏଠାରେ । ହେଲେ କୋଭିଡ କମିବା ପରେ ଏହି ହସ୍ପିଟାଲ ଖାଁ ଖାଁ ହୋଇପଡିଛି । ଏବେ ଏହି ହସ୍ପିଟାଲକୁ ସାଧାରାଣ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ପାଇଁ ଦାବି ହୋଇଛି । ଏପଟେ ନିଶ୍ଚିନ୍ତକୋଇଲି ସିଏଚସି ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ହସ୍ପିଟାଲକୁ ସାଧାରଣ ହସ୍ପିଟାଲ ଭାବେ ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛୁ ।

(ରିପୋର୍ଟ-ବାସୁଦେବ ଦାସ ଏବଂ ମନୋଜ ଆଚାର୍ଯ୍ୟ,ଚାନ୍ଦବାଲି,ସାଲେପୁର)