/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663832045.jpg)
special report
୧ କ୍ୱିଣ୍ଟାଲରୁ ଅଧିକ ରୁପା ଇଟା ଜବତ । କଟକ ଟାଙ୍ଗୀ ଅଂଚଳରୁ ଏହି ସବୁ ରୁପା ଇଟା ସହ ପ୍ରାୟ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗଂଜେଇ ଚାଲାଣ ରେଡ୍ ବେଳେ ଅବକାରୀ ବିଭାଗ ପକ୍ଷରୁ ଏତେ ପରିମାଣର ରୂପା ଇଟା ଜବତ ହୋଇଛି । ପଶ୍ଚିମବଂଗ ନମ୍ବର ଥିବା ଏକ କାରରେ ଏହି ରୂପା ଇଟା ଚାଲାଣ ହେଉଥିଲା । ଗଂଜାମ ଆସିକା ଅଂଚଳରୁ ଏହା ଖଡ଼ଗପୁରରୁ ଚାଲାଣ ହେଉଥିବା ଜଣାପଡିଛି ।
ସୂଚନା ଅନୁସାରେ ଆଜି ଟାଙ୍ଗୀ ଟୋଲଗେଟ ପାଖରେ ଏକ କାର୍ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛକିଥିଲେ ଅବକାରୀ କର୍ମଚାରୀ । କଟକ ପଟୁ ଆସୁଥିବା ଏକ କାର୍କୁ ଅଟକାଇ ଯାଞ୍ଚ କରିଥିଲେ । ହେଲେ ଭିତରେ ଗଞ୍ଜେଇ ନଥିଲା, ଥିଲା ରୁପା ଇଟା ଓ ପୁଳା ପୁଳା ଟଙ୍କା । ଯାଞ୍ଚ ବେଳେ କାର୍ରୁ ୧ କୁଇଣ୍ଟାଲଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ଚାନ୍ଦି ଅଳଙ୍କାର ଓ ୧୪ ଲକ୍ଷରୁ ଅଧିକ କ୍ୟାସ୍ ଜବତ ହୋଇଥିବା ସୂଚନା ମିଳିଛି ।
ତେବେ ଏହି କାରବାର ପାଇଁ ଗାଡିର ସିଟରେ ଏକ ସିକ୍ରେଟ୍ ଚାମ୍ବର କରି ଏହି ରୁପା ଇଟା ସବୁକୁ ଚାଲାଣ କରାଯାଉଥିଲା । ସିଟକୁ ଅତି ଚତୁରତାର ସହ କାଟି ତିଆରି ହୋଇଥିଲା ସିକ୍ରେଟ ଚାମ୍ବର । ବର୍ତ୍ତମାନ ମାମଲାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏଥିରେ ରୁପା ନା ସୁନା ମଧ୍ୟ ମିଶି ରହିଛି । ଏହା ଯାଞ୍ଚ କରିବାକୁ ଜିଏସଟି ବିଭାଗକୁ ସୂଚନା ଦେଇଛି ଅବକାରୀ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)