ସଂକ୍ଷେପରେ ଆଜିର ତାଜା ଖବର - Wednesday, 14 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡକୁ ମିଳିଲା ବଡ ଆଶ୍ୱସ୍ତି: ଗାଙ୍ଗୁଲି-ଶାହା ଆରମ୍ଭ କରିବେ ଦ୍ୱିତୀୟ ଇନିଂସ

ଚଳିତ ମାସରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। More

ମେୟରଙ୍କୁ ବାଥରୁମ୍‌ କବାଟ ଗିଫ୍ଟ ଦେଲା କଂଗ୍ରେସ୍‌

‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି। More

ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାକୁ ଉପହାସ: ପର ପିଣ୍ଡାରେ ୧୨ବର୍ଷ ହେଲା ଚାଲିଛି ସ୍କୁଲ

 ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ। More

ସିମବକ୍ସ ରାକେଟ୍‌ର ପୁଣି ପର୍ଦ୍ଦାଫାସ୍; KYC ନାଁରେ ଫେକ୍ ମେସେଜ ପଠାଇ କରୁଥିଲେ ଚିଟିଂ

ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ । ଫେକ୍ ଫୋନ୍ କଲ୍ ଆଉ ମେସେଜ୍ ଜରିଆରେ ନୀରିହଙ୍କୁ ଚୁନା ଲଗାଉଥିବା ଦୁର୍ବୃତ୍ତଙ୍କ ମୁଖା ଖୋଲିଲା କ୍ରାଇମବ୍ରାଞ୍ଚ । ଯେଉଁମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୁଲାଉଥିଲେ କଳାକନା । More

୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ: ବିଜେପି

ସାଂସଦ ସୁରେଶ ପୂଜାରୀ କହିଛନ୍ତି- ପ୍ରଶିକ୍ଷଣ ଶିବିରର ୩ ଦିନରେ ୧୫ଟି ବିଷୟରେ ଆଲୋଚନା ତ ହେବ, ହେଲେ ମୂଳ ଲକ୍ଷ୍ୟ କିନ୍ତୁ ଗୋଟିଏ।  More

ସାଙ୍ଗଙ୍କ କମେଣ୍ଟ ସହିପାରିଲେନି; ଜୀବନ ହାରିଦେଲେ

ସହିପାରିଲେନି ସାଙ୍ଗଙ୍କ କମେଣ୍ଟ। ବିଷ ପିଇ ଜୀବନ ହାରିଦେଲେ ଆଶୁତୋଷ। ଭେଣ୍ଡିଆ ପୁଅ ସିନା ଚାଲିଗଲା, ହେଲେ ଜନ୍ମକଲା ପୁଅ ପାଇଁ ମୁଣ୍ଡ ବାଡେଇ ଛାତିପିଟି କାନ୍ଦୁଛି ମାଆ। କହୁଛି, ଧନରେ ତୁ ଫେରିଆ ଆ ମୋ କୋଳକୁ.. More

ଚିତା ଚୈତନ୍ୟ କାଟି ଲୁଟୁଥିଲେ, ନାମ ନେଲେ

ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍‌ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ। More

IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଶୁଭା ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି। More

ଅଯଥା ସମୟ ନନେବାକୁ ବର୍ଷାଙ୍କ ସତ୍ୟପାଠ ଦାଖଲ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ସତ୍ୟପାଠ ଦାଖଲ କଲେ ବର୍ଷା । More

ଚନ୍ଦୁ ମର୍ଡର କେସ୍‌ର ପର୍ଦ୍ଦାଫାସ; ଦାଦା ବଟି ପାଇଁ ମୁଣ୍ତ ଗଡ଼ାଇଥିଲା ଲେଡି ନିଶା ମାଫିଆ

ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ୍‌। More

ଓଡ଼ିଶା ଜଙ୍ଗଲରୁ ଅପରେଟ୍‌ ହେଉଥିଲା ସିମ୍‌ବକ୍ସ ନେଟ୍‌ୱର୍କ: KYC, ସିମ୍‌କାର୍ଡର ବ୍ଲକ୍‌ ମେସେଜ ପଠାଇ ଠକୁଥିଲେ

ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍ବକ୍ସର ବ୍ୟବହାର କରୁଥିଲେ। KYC ଓ ସିମ୍‌କାର୍ଡର ବ୍ଲକ୍‌ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ। More

ଫ୍ରି ଫାୟାର ଗେମ୍‌ ଖେଳୁ ଖେଳୁ ଫାଟିଲା ମୋବାଇଲ୍, ଅଳ୍ପକେ ବର୍ତ୍ତିଗଲେ ଯୁବକ

ଫ୍ରି ଫାୟାର୍‌ ଗେମ୍‌ ଖେଳୁଥିଲେ ସା‍ବଧାନ୍ ! More

ପରିବାର ଅଦାଲତରେ ଅନୁଭବ, ବର୍ଷା : ଉଭୟଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍

କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ, ବର୍ଷା More

ବୁଡ଼ିଗଲା ଟଙ୍କା, ଜୀବନ ହାରିଦେଲେ ଯୁବକ

୧୦ଲକ୍ଷ ନିଜ ଟଙ୍କା ଓ ଆଉ ୧୦ ଲକ୍ଷ ଧାର କରିଥିଲେ ବିନୋଦ More

ଲମ୍ପି ଭାଇରସ୍‌କୁ ନେଇ ବଢ଼ୁଛି ଭୟ: ଆଲର୍ଟରେ ଓଡ଼ିଶାର ୧୪ ଜିଲ୍ଲା, ଜାରି ହେଲା ଆଡଭାଇଜରି...

ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରାମକ ରୋଗ। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। କାର୍ପି ଭାଇରସ୍‌ ନାମକ ଏକ ଭୂତାଣୁ ଦ୍ୱାରା ବ୍ୟାପି ଥାଏ। More

୧୨ ବର୍ଷ ହେଲା ପର ଘର ବାରଣ୍ଡାରେ ଚାଲିଛି ସ୍କୁଲ

ସ୍କୁଲ କମିଟି ସଭାପତିଙ୍କ ଘର ବାରଣ୍ଡାରେ ପାଠପଢ଼ା ହେଉଛି । More

କଟକ ଫ୍ୟାମିଲି କୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଦିନ ୨ଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ରହିଛି ନିର୍ଦ୍ଦେଶ More

ରାଜ୍ୟ ସରକାର ଦେଲେ ହିସାବ- ବନ୍ୟା ସମୟରେ ବିପନ୍ନ ଖାଇଗଲେ ଶହେ କୋଟିର ଖାଦ୍ୟ

ସରକାରଙ୍କ ତଥ୍ୟ ଗୋଟେ ଆଉ ଗ୍ରାଉଣ୍ଡ ରିୟଲିଟି ଆଉ ଗୋଟେ। ବନ୍ୟା ସମୟରେ କେଉଁଠି ଖାଦ୍ୟ ପହଞ୍ଚି ନଥିଲା ତ ଆଉ କେଉଁଠି ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଥିବା ନେଇ ଏକାଧିକ ଅଭିଯୋଗ ହୋଇଥିଲା। More

ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ବିରୋଧରେ ପ୍ରକୃତିଙ୍କ ଏତଲା: ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅଭିନେତା ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। More

ମାଛ ପାଇଁ ବନିଶୀ କଣ୍ଟା ପକାଇଥିଲେ, ହେଲେ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ

ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ କାଣୀ ନଦୀରେ ଛାଡ଼ିଥିଲେ। ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଥିଲା କୁମ୍ଭୀର ଛୁଆ। More

ସାବଧାନ ! ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ଠକେଇ, ମୋବାଇଲ୍‌କୁ ଆସୁଛି ଫେକ୍‌ ମେସେଜ୍‌...

ସିମ୍‌ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍‌ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି। More

ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ- ଆଜି ୧୧ ଜିଲ୍ଲାରେ ବର୍ଷିବ !

ଆଜି ବର୍ଷା ସମ୍ଭାବନା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି ହୋଇଛି।  More

ସମୁଦ୍ର ଆଁକୁ ଚାଲିଯିବନି ତ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ?

ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର । More

ନିର୍ଦ୍ଦୋଷକୁ ରାତି ଅଧିଆ ଉଠାଇ ଆଣିଲା ପୋଲିସ ! ଥାନାରେ ପଶି ନିର୍ଧୁମ ଛେଚିଲେ ଗାଁ ଲୋକ

ଥାନାରେ ଭଙ୍ଗାରୁଜା, ପୋଲିସ କର୍ମଚାରୀ ଲହୁଲୁହାଣ । ଗଂଜେଇ ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ । More

‘କେନ୍ଦୁଝର ମାଟି ଅରିନ୍ଦମଙ୍କ ପରି ଜଣେ ସାହସୀ ପୁଅ ପାଇ ଗର୍ବିତ’

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ। More

୨୦୨୪ ଜିତିବାକୁ କର୍ମୀଙ୍କୁ ଟ୍ରେନିଂ ଦେଲା ବିଜେପି, କିଛି ଫରକ ପଡ଼ିବନି କହିଲେ ବିଜେଡି-କଂଗ୍ରେସ

୨୦୨୪ରେ ଓଡ଼ିଶାରେ ବିଜେପି ସରକାର ପାଇଁ କସରତ । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷିଣ ଶିବିର । More

ଘର କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର

ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍‌ଟି, ସେବାକର ଓ ଡେଭଲପ୍‌ମେଣ୍ଟ୍‌ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା। More