• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ଆଜି ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା । ମିଥ୍ୟା ତଥ୍ୟ ନ ଦେବାକୁ କଟକ ପରିବାର ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା । ଏଥିସହ ବିଚାର ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଅଯଥା ସମୟ ନ ନେବାକୁ ମଧ୍ୟ ବର୍ଷା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ  ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ  ବର୍ଷା ପ୍ରିୟଦର୍ଶିନୀ । ଦିନ ପ୍ରାୟ ୧୧ଟାରେ ପ୍ରଥମେ ପହଞ୍ଚିଥିଲେ ବର୍ଷା । ଏହାର କିଛି ସମୟ ପରେ ସାଂସଦ ଅନୁଭବ ମହାନ୍ତି ମଧ୍ୟ କୋର୍ଟରେ ପହଞ୍ଚିଥିଲେ । ଅଦାଲତରେ ହାଜର ପରେ ଫ୍ୟାମିଲି କୋର୍ଟ ଜଜ୍ ତାଙ୍କ ଚାମ୍ବରରେ ଉଭୟଙ୍କ ସହ ଆଲୋଚନା କରିଥିଲେ ।

କିଛି ଦିନ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବା ପାଇଁ ଉଭୟଙ୍କୁ କୁହାଯାଇଥିଲା । ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କରିଥିଲେ କୋର୍ଟ । ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଥିଲା ।