Advertisment

IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଶୁଭା ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Effects IAS Reshuffle

Lokseba Bhawan

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ରାଜ୍ୟ ସରକାର। ନିକୁଞ୍ଜ ବିହାରୀ ଧଳକୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଗ୍ରୀଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ବି ରହିବେ। ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ଦାୟିତ୍ୱ ଦିଆଯାଇଛି।

ସେହିପରି ଶୁଭା ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି। ଭାସ୍କରଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ।ଶାଳିନୀ ପଣ୍ଡିତଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଗୁହା ପୁନମ ତାପସ କୁମାର ପଞ୍ଚାୟତିରାଜ ଅତିରିକ୍ତ ସଚିବ ଓ ଡାକ୍ତର ବୃନ୍ଦା ଡି. ମିଶନ ନିର୍ଦ୍ଦେଶକ NHM ହୋଇଛନ୍ତି। ସରୋଜ କୁମାର ମିଶ୍ର ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଓ ସଂଜୟ କୁମାର ମିଶ୍ରଙ୍କୁ OPTCL ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ହୋଇଛନ୍ତି। 

Advertisment
IAS Reshuffle
Advertisment
Advertisment