Advertisment

୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ: ବିଜେପି

ସାଂସଦ ସୁରେଶ ପୂଜାରୀ କହିଛନ୍ତି- ପ୍ରଶିକ୍ଷଣ ଶିବିରର ୩ ଦିନରେ ୧୫ଟି ବିଷୟରେ ଆଲୋଚନା ତ ହେବ, ହେଲେ ମୂଳ ଲକ୍ଷ୍ୟ କିନ୍ତୁ ଗୋଟିଏ।

author-image
Chandan Shishu
ଅଦ୍ୟତନ ହୋଇଛି
BJP Strategy

BJP Strategy

ପଶ୍ଚିମବଙ୍ଗ ଷ୍ଟାଇଲ୍‌ରେ ଫାଇଟ୍ କରିବୁ। ୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ। ଓଡ଼ିଶାରେ ଶାହାଙ୍କ ମିଶନ ୧୨୦ ପ୍ଳସ୍ ଲକ୍ଷ୍ୟ ହାସଲ ପାଇଁ ପୁରୀ ପ୍ରଶିକ୍ଷଣ ଶିବିରରେ ଦଳ ପ୍ରସ୍ତୁତ କରୁଛି। ଏଥିପାଇଁ ବିସ୍ତୁୃତ ରଣନୀତି ଏଥିସହ ଗତକାଲି ସାଂସଦ ଜୁଏଲ ଓରାମଙ୍କ ବିଜେଡିକୁ ସମୁଦ୍ରରେ ଠେଲିଦେବାକୁ ଧମକ ପରେ ଆଜି ବରିଷ୍ଠ ନେତା ପ୍ରଦୀପ ପୁରୋହିତ ବିଜେଡି ପାଇଁ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ସତର୍କ ରହିବାକୁ ଦେଇଛନ୍ତି ଚେତାବନୀ। ତେଣେ ବିଜେଡି ଏସବୁକୁ ଦିବାସ୍ବପ୍ନ ବୋଲି କହିଥିବାବେଳେ କଂଗ୍ରେସ କହିଛି ତୁଚ୍ଛା ଧୂଆଁବାଣ।

Advertisment

୨୦୨୪ ଲଢ଼େଇ ପାଇଁ ପୁରୀ ରୁ ବିଜେପିର ରଣହୁଙ୍କାର। ପଶ୍ଚିମବଙ୍ଗ ଷ୍ଟାଇଲରେ ଓଡ଼ିଶାରେ ଫାଇଟ୍ ପାଇଁ ହେଉଛି ରୋଡ଼ ମ୍ୟାପ୍। ଓଡ଼ିଶାରେ ୧୨୦ ବିଧାନସଭା ଓ ୧୬ ଲୋକସଭା ଆସନ ଜିତିବାକୁ ବିଜେପି ପାଇଁ ହେବ କର ବା ମର ସ୍ଥିତି। ପୁରୀରେ ଚାଲିଥିବା ବିଜେପି ର ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ଏଥିପାଇଁ ଚାଲିଛି ଫୁଲଦମ୍‌ରେ ଷ୍ଟ୍ରାଟେଜି। କ୍ଷମତାସୀନ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ହେଉଛି ରଣକୌଶଳ। ହୁଙ୍କାର ଛାଡ଼ି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହ ଯେମିତି ବିଜେପି ଲଢେଇ କରୁଛି ଓଡ଼ିଶାରେ ବି ସମାନ ଢଙ୍ଗରେ ଲଢ଼େଇ ହେବ, ଯାହାକି କେହି କଳ୍ପନା କରିନଥିବେ। ତେଣୁ ବିିଜେଡି ପାଇଁ ଯେଉଁ ସରକାରୀ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ପ୍ରଦୀପ।

ଏଥିସହ ସାଂସଦ ସୁରେଶ ପୂଜାରୀ କହିଛନ୍ତି- ପ୍ରଶିକ୍ଷଣ ଶିବିରର ୩ ଦିନରେ ୧୫ଟି ବିଷୟରେ ଆଲୋଚନା ତ ହେବ, ହେଲେ ମୂଳ ଲକ୍ଷ୍ୟ କିନ୍ତୁ ଗୋଟିଏ।  ୨୦୨୪ରେ ଓଡ଼ିଶାରେ ବିଜେପି ସରକାର। ୨୦୧୯ରେ ଏଠୁ ୮ ସାଂସଦ ଜିତିଥିଲେ ହେଲେ ୨୦୨୪ରେ ସଂଖ୍ୟା ଦ୍ୱିଗୁଣିତ କରିବାକୁ ପ୍ରୟାସ ହେବ। ପୂର୍ବରୁ ଗତକାଲି ଶାସକଦଳକୁ ଫୁଲ୍ ଦମ୍‌ରେ ଟାର୍ଗେଟ୍ କରି ସାଂସଦ ଜୁଏଲ ଓରାମ୍ କହିଥିଲେ, ବିଜେଡି ବିରୋଧରେ ୨୪ରେ ବଦଲା ନେବ ବିଜେପି। ଏମିତିକି ଏ ସରକାରକୁ ସମୁଦ୍ରରେ ଫିଙ୍ଗି ଦିଆଯିବ କହିଥିଲେ ଜୁଏଲ୍।

Advertisment

ଏଣେ ବିଜେପିର ଏଭଳି ରଣନୀତିକୁ ଦିବାସ୍ୱପ୍ନ ବୋଲି କହିଛି ବିଜେଡି ସାଂସଦ ମୁନା ଖାଁ କହିଛନ୍ତି-୧୯ ନିର୍ବାଚନରେ ଯେତିକି ବିଧାନସଭା ଓ ଲୋକସଭା ଆସନ ବିଜେପି ଜିତିଥିଲା, ତାକୁ ପ୍ରଥମେ ବଞ୍ଚାଇ ରଖନ୍ତୁ। ସେହିପରି କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି-ବିଜେପିର ଏହା ତୁଚ୍ଛା ଧୂଆଁବାଣ। ବିଜେପିର ପୁରୀ ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିନରେ ଆଜି ଦଳର ନୀତି-ଆଦର୍ଶ ଓ ବିଚାରଧାରା ଉପରେ ବରିଷ୍ଠ ନେତା ମହେଶ ଶର୍ମା ବୁଝାଇଥିବାବେଳେ ମିଡ଼ିଆ ପରିଚାଳନା ଉପରେ ଗୋଲକ ମହାପାତ୍ର, ନିର୍ବାଚନ ପରିଚାଳନା ଉପରେ ମନମୋହନ ସାମଲ, ସଂସ୍କୃତି ଓ ରାଷ୍ଟ୍ରବାଦ ସମ୍ପର୍କରେ ଭି.ସତୀଶ, ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷାରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାତୀୟ ସାଧାରଣ ସଂପାଦକ ମୂରଲୀଧର ରାଓ ଓ ବିଦେଶ ନୀତି ଉପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଶିକ୍ଷଣ ଦେଇଥିଲେ। କାଲି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ ସନ୍ତୋଷ ପଲିଟିକାଲ ରୋଡ଼ମ୍ୟାପ ଉପରେ ବୁଝାଇବେ। ଆସନ୍ତା ୨୯ ଓ ୩୦ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତବେଳେ ଚୂଡ଼ାନ୍ତ ହେବ ଲଢ଼େଇ ରଣନୀତି।

ପୁରୀରୁ ହରିହର ଚାନ୍ଦ, ମଧୁସୂଦନ ମିଶ୍ର, ପ୍ରଦୀପ ମହାନ୍ତି ଓ ଭୁବନେଶ୍ୱରରୁ ଚନ୍ଦନ ପାଇକରାୟଙ୍କ ରିପୋର୍ଟ

BJD BJP Politics
Advertisment
Advertisment