ସଂକ୍ଷେପରେ ଆଜିର ତାଜା ଖବର - Monday, 23 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ପାଇଁ ଜୋରଦାର୍‌ ପ୍ରସ୍ତୁତି; ପାର୍କିଂ ହେବ ୧୫ ରୁ ୨୦ ହଜାର ଗାଡ଼ି

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ । More

ରାଜ୍ୟସଭା ପାଇଁ କିଏ ହେବେ ବିଜେଡିର ପ୍ରାର୍ଥୀ ?

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପ୍ରକ୍ରିୟା । ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି । More

ମୁଣ୍ତ ଉପରୁ ଉଠିଗଲା ବାପା ମା'ଙ୍କ ହାତ; କ୍ଲବ ଘରେ ଦିନ କାଟୁଛନ୍ତି ୪ ଅନାଥ

ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍‌ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି। ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ More

ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସିସିଟିଭି କହିଲା ସତ, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ

ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି । More

ଶ୍ରଦ୍ଧାଳୁଙ୍କଠୁ ଦକ୍ଷିଣା ନ ନେବା ପାଇଁ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ କଲେକ୍ଟର୍‌

ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍‌କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ... More

ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ FIR, ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ

ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି । More

ଅତିଥିଙ୍କୁ ହତାଦାର କରିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ପକାଇବନି ତ ?

ଗତକାଲି ନନ୍ଦନକାନନରେ ଯାହା ଘଟିଲା ତାହା ରାଜ୍ୟ ପାଇଁ ଅପମାନ । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି । ଲୁହା ରଡ଼, କାଠ ଫାଳିଆ ଓ ବାଉଁଶ ବାଡିରେ ପର୍ଯ୍ୟଟକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । More

ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି: ଶରତ ପଟ୍ଟନାୟକ

ପୁଣି ଥରେ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟନାୟକ । ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ । ବହୁ ବାଦ ବିବାଦ ଏବଂ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଶରତଙ୍କ ନାଁକୁ ଘୋଷଣା କରିଛି ଏଆଇସିସି । More

ଘନଉଛି ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ: କାମ ଶୀଘ୍ର ସାରିବାକୁ ହାଇକୋର୍ଟରେ ବରିଷ୍ଠ ସେବାୟତଙ୍କ ରିଟ୍‌ ପିଟିସନ୍‌ ଦାଖଲ

ରିଟ୍ ପିଟିସନରେ ସେବାୟତ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା । More

ବିପଦରେ ଶହ ଶହ ଏକର ଜଙ୍ଗଲ : ଗଛ କାଟି ପୋଡି ଦେଉଛନ୍ତି ମାଫିଆ

ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍... More

ଅସ୍ତ୍ର ସାଜିଛି ସୋସିଆଲ ମିଡିଆ : ସ୍ୱାମୀ ଅନୁଭବଙ୍କୁ ଫ୍ୟାନ୍‌ ପେଜ୍‌ ମାଧ୍ୟମରେ ବର୍ଷାଙ୍କ କଡ଼ା ଜବାବ

ଘର କଳି ଏବେ ସୋସିଆଲ ମିଡିଆରେ । ସିଧାସଳଖ କଥା ନହୋଇ ପରସ୍ପର ବିରୋଧରେ ବିଷୋଦଗାର କରୁଛନ୍ତି ବର୍ଷା ଓ ଅନୁଭବ । More

ପୁଣି ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ। More

ତାଳଚେରକୁ ଦୁଃଖ ଦେଉଛି କୋଇଲା : ରାସ୍ତାଘାଟ, ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳିର ଆସ୍ତରଣ

ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ... More

ଶରତଙ୍କ ନେତୃତ୍ୱରେ ଆମେ ସଫଳତା ପାଇବୁ: ନିରଞ୍ଜନ

ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନଙ୍କ ଶୁଭେଚ୍ଛା । ନୂଆ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ଆଶାବାଦୀ ଅଛନ୍ତି ନିରଞ୍ଜନ । More

ଶରତ ପଟ୍ଟନାୟକ ପିସିସି ସଭାପତି

ଓଡ଼ିଶାର କଂଗ୍ରେସର ମଙ୍ଗ ଧରିବେ ଶରତ More

କଟକ ମେୟରଙ୍କ ବିବାଦୀୟ ବୟାନ- କାମ ନକଲେ କଟକରେ କାହିଁକି ରହିବେ ? ମାଲକାନଗିରି ଚାଲି ଯାଅ...

କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।  More

ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମାମଲା

ଜାଣନ୍ତୁ କଣ ରହିଛି ଅଭିଯୋଗ More

କରିଡର କାମ ସାରିବାକୁ ହାଇକୋର୍ଟରେ ପିଟିସନ୍‌

ରାଜ୍ୟ ସରକାର ଓ ASIକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଛି More

ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ପିଲାଙ୍କ ଭବିଷ୍ୟତ ଆରମ୍ଭ ହେଉଛି ଗଛ ମୂଳରୁ... ଏ କଥା ଟିକିଏ ଅଡୁଆ ଲାଗୁଥିଲେ ବି ସତ। ଘର ଖଣ୍ଡେ ନ ଥିବାରୁ ଟାଇଁ ଟାଇଁ ଖରାରେ ଗଛ ମୂଳେ ପଢୁଛନ୍ତି କୁନି କୁନି ପିଲା। ଆଉ ବର୍ଷା ହେଲେ କାହା ପିଣ୍ଢା ହିଁ ସାରା ଭରସା। More

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ SCBର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍

ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି More

ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଅଭିଯୁକ୍ତ... More

ବଲାଙ୍ଗିର ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌: ଜୀବନରୁ ମାରିଦେବା ପାଇଁ ହୋଇଥିଲା ପ୍ଲାନ୍‌

ବଲାଙ୍ଗିର ଆର୍‌ଟିଓ ଛକର ସିରିଜ୍‌ ଦୁର୍ଘଟଣା ଏକ ପ୍ରି ପ୍ଲାନ୍‌ ମର୍ଡର ଥିଲା। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା। More

ହଷ୍ଟେଲ୍‌ ଭିତରୁ ବାହାରିଲା କଙ୍କାଳ; ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି

ହଷ୍ଟେଲ୍‌ ଭିତରେ କଙ୍କାଳ । ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି । More

ସାମ୍ନାକୁ ଆସିଲା ସିରିଜ୍‌ ଦୁର୍ଘଟଣାର ନୂଆ ଭିଡିଓ: ଡ୍ରାଇଭର ସିଟ୍‌ରେ ବସିଥିଲା ଅଭିଯୁକ୍ତ

ବଲାଙ୍ଗିର ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି।  ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍‌ର ଡ୍ରାଇଭର୍‌ ସିଟ୍‌ରେ ବସିଥିଲେ।  More

ପ୍ରଥମ ଥର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ  ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା। More

ସଫାରୀ କର୍ମଚାରୀଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ନନ୍ଦନକାନନ ପର୍ଯ୍ୟଟକ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ପିଟି, ଲହୁ ଲୁହାଣ କଲେ ସଫାରୀ କର୍ମଚାରୀ । More

ଲକଡାଉନ ଆଣିଦେଲା ସଫଳତା: ଜିତିଲା ସୁଶ୍ରୀଙ୍କ ଜୀବନର ଲକ୍ଷ୍ୟ

ଚିତ୍ରକଳାକୁ ନିଜ ଜୀବନରେ ଲ‍କ୍ଷ୍ୟ ସଜେଇ ସେ ଏବେ କଟକରେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ। More

ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି। More

ତେଲ ଉପରୁ ରାଜ୍ୟ ବି କମାଉ ଭାଟ୍: ବିରୋଧୀ

ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ କମାଇବାକୁ ଦାବି କରିଛନ୍ତି। More

ରାତି ଅଧରେ ଶ୍ରୀମନ୍ଦିର ଚାରିକଡ଼େ ଜିପିଆର ସର୍ଭେକୁ ନେଇ ବିବାଦ: ପୁରୀ ସାଂସଦଙ୍କୁ ସମ୍ବିତ୍ ଓ ଅପରାଜିତାଙ୍କ ନିଶାନା

ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । More

ଆଭ୍ୟନ୍ତରୀଣ ଓ ପଶ୍ଚିମରେ ନିଆଁ ବର୍ଷୁଛି, ହେଲେ ଉପକୂଳରେ ହଠାତ୍ ବଦଳିଲା ପାଗର ମିଜାଜ୍

କାଳବୈଶାଖୀ ପ୍ରଭାବରେ କେଉଁଠି ବର୍ଷା ତ କେଉଁଠି ମେଘୁଆ ଆକାଶ ।ପାଣିପାଗ ବିଭାଗ କହିଲା, ଉତ୍ତର ଆନ୍ଧ୍ର ପର୍ଯ୍ୟନ୍ତ ସକ୍ରିୟ ଘୂର୍ଣ୍ଣିବଳୟର ପଡ଼ିଛି ପ୍ରଭାବ । More