/odishatv-khabar/media/post_attachments/uploadimage/library/16_9/16_9_0/Servitors_1653322725.jpg)
Servitors
ମନ୍ଦିରରେ ଆଉ ଦକ୍ଷିଣା ମାଗିବେନି ବ୍ରାହ୍ଣଣ । ସବ୍ କଲେକ୍ଚର ବ୍ରାହ୍ମଣଙ୍କଠୁ କରାଇଲେ ଶପଥ । ଶ୍ରଦ୍ଧାଳୁଙ୍କୁ ସମ୍ମାନ ସହ କରାଯିବ ସ୍ୱାଗତ । ଏଣିକି ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦକ୍ଷିଣା ମାଗିବେନି ବ୍ରାହ୍ମଣ। ଯେଉଁ ଭକ୍ତମାନେ ମନ୍ଦିରକୁ ଆସିବେ, ସେମାନଙ୍କୁ ସ୍ୱାଗତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯେମିତି ମନ୍ଦିର ମଧ୍ୟରେ କୌଣସି ନୀତିକାନ୍ତି କିମ୍ବା ସେବା ପୂଜାରେ ବ୍ୟତିକ୍ରମ ନହେବ ସେନେଇ ବି ଧ୍ୟାନ ଦିଆଯିବ। ଆଉ ଏମିତି ନିଷ୍ପତ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରର ସେବାୟତମାନେ ନେଇଛନ୍ତି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଦକ୍ଷିଣା ମାଗିବେନି, ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବେ। ହୁଏତ ଏହି ଘଟଣା ଓଡ଼ିଶା ଇତିହାସରେ ବିରଳ। କାରଣ ଅନେକ ସମୟରେ ଆମେ ମାନେ ଦେଖୁ କି ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କ ନନା ମାନେ ଅନେକ ସମୟରେ ଟଙ୍କା ଡିମାଣ୍ଡ କରନ୍ତି। ଆଉ ଏହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ତୁ ତୁ ମେ ମେ ହୁଏ । ତେଣୁ ଏସବୁ ନଜରରେ ରଖି ବିରଜା ମନ୍ଦିର ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ବିରଜା ମନ୍ଦିରରେ ଭକ୍ତଙ୍କ ଲାଗି ଭାବମୟ ପରିବେଶ ସହ ଆକୃଷ୍ଟ କରି ପୁଜାର୍ଚନାରେ ସନ୍ତୁଷ୍ଟ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସଂସ୍କାର ମୁଳକ ପଦକ୍ଷେପ ନିଆଯାଇଛି ।
କେବଳ ଏତିକି ନୁହେଁ ବରଂ ପଞ୍ଜିକୃତ ସେବାୟତ ମନ୍ଦିରକୁ ଆସିବାକୁ ଅନୁମତି ମିଳିବ। ଶିକ୍ଷାଗତ ଯୋଗ୍ୟତାକୁ ବାଧ୍ୟତାମୁଳକ କରାଯିବା ଲାଗି କମିଟି ଗଠନ ସହ ଶ୍ରଦ୍ଧାଳୁଙ୍କୁ ଦକ୍ଷିଣା ପ୍ରଦାନ ଲାଗି ବାଧ୍ୟ ନକରିବା ଭଳି ପଦକ୍ଷେପ ନିଆଯାଇଛି। ପ୍ରଶାସନର ଏହି ପଦକ୍ଷେପକୁ ସେବାୟତ ମାନେ ମଧ୍ୟ ବେଶ୍ ଭଲରେ ଗ୍ରହଣ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)