Advertisment

ସାମ୍ନାକୁ ଆସିଲା ସିରିଜ୍‌ ଦୁର୍ଘଟଣାର ନୂଆ ଭିଡିଓ: ଡ୍ରାଇଭର ସିଟ୍‌ରେ ବସିଥିଲା ଅଭିଯୁକ୍ତ

ବଲାଙ୍ଗିର ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି।  ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍‌ର ଡ୍ରାଇଭର୍‌ ସିଟ୍‌ରେ ବସିଥିଲେ।

author-image
Rajalaxmi Sahoo
Series Of Accident In Balangir

Series Of Accident In Balangir

ବଲାଙ୍ଗିର ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି।  ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍‌ର ଡ୍ରାଇଭର୍‌ ସିଟ୍‌ରେ ବସିଥିଲେ। ପୋଲିସ କହିବା ମୁତାବକ, ଟ୍ରକ୍‌ରେ ଡ୍ରାଇଭର ଓ ଚିତ୍ତରଞ୍ଜନ ମହାନ୍ତି ଥିଲେ। କିନ୍ତୁ ଭିଜୁଆଲରୁ ସ୍ପଷ୍ଟ ଜଣାପଡୁଛି, ଦୁର୍ଘଟଣା ବେଳେ ଟ୍ରକ୍‌ ଭିତରେ କେବଳ ଚିତ୍ତରଞ୍ଜନ ହିଁ ଥିଲେ।ତାହା ପୁଣି ଡ୍ରାଇଭର ସିଟ୍‌ରେ ଅର୍ଥାତ୍‌ ଚିତ୍ତ ହିଁ ଗାଡ଼ି ଚଳାଉଥିବା ସ୍ପଷ୍ଟ ଜଣାପଡୁଛି।

Advertisment

ଗତ ଶନିବାର ହୋଇଥିବା ଏହି ଦୁର୍ଘଟଣା ଯେ ଦୁର୍ଘଟଣା ନୁହେଁ, ତାହା ପ୍ରଥମରୁ ହିଁ ସନ୍ଦେହ ହେଉଥିଲା। ପରେ ସ୍ପଷ୍ଟ ଜଣାପଡ଼ିଲା ଯେ, ସାନୁ ନାୟକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ପରେ ତାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା। ସୌଭାଗ୍ୟବଶତଃ, ସାନୁ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ସାଙ୍ଗରେ ଥିବା ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣା ପରେ ବିଶାଖାପାଟଣାକୁ ଫେରାର ମାରିବା ବେଳେ ଚିତ୍ତରଞ୍ଜନଙ୍କୁ ଥେରୁବାଲି ପୋଲିସ ଅଟକ ରଖିଥିଲା। ତାଙ୍କୁ ଥେରୁବାଲିରୁ ଆଣି ବଲାଙ୍ଗିର ପୋଲିସର ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି।  ଚିତ୍ତଙ୍କ ୨ ସହଯୋଗୀଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଜମିକୁ ନେଇ ଚିତ୍ତ ଓ ସାନୁ ‌ଉଭୟ ପରିବାର ମଧ୍ୟରେ ବିବାଦ ଥିବାରୁ ସାନୁଙ୍କୁ ହତ୍ୟା ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଛି।   

ସୂଚନା ଅନୁସାରେ, ଶନିବାର ଅପରାହ୍ଣରେ ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ଦ୍ରୁତ ଗତିରେ ଏକ ମିନି ଟ୍ରକ୍‌ ଆସି ବାଇକ୍‌ ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡ଼ ଗଛରେ ପିଟି ହୋଇ ଆଉ ଏକ ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବରଗଡ ଜିଲ୍ଲାର ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ୟାଲେସ ଲାଇନର ସାନୁ ନାଏକ ଓ  ଚିତ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। 

Road Accident Series Accident
Advertisment
Advertisment