Advertisment

ତାଳଚେରକୁ ଦୁଃଖ ଦେଉଛି କୋଇଲା : ରାସ୍ତାଘାଟ, ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳିର ଆସ୍ତରଣ

ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ...

author-image
Prangyan Parimita
ଅଦ୍ୟତନ ହୋଇଛି
pollution

pollution

ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ ସହ ରହିଛି ଅନେକ ଖଣି ଖାଦାନ । ଶିଳ୍ପ ସଂସ୍ଥାର ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁଗୋଳକୁ ଶିଳ୍ପ ସମୃଦ୍ଧ ଜିଲ୍ଲା କୁହାଯାଉଥିବାବେଳେ ଏହାର ଅନ୍ୟ ଏକ ପରିଚୟ ହେଉଛି ଦେଶ ତଥା ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ବିଭିନ୍ନ କୋଇଲା ଖଣିରୁ ୱାସରି ଗୁଡିକୁ କୋଇଲା ପରିବହନ ହେଉଛି ଯେଉଁଥିରେ ପାଲ ଭିଡା ହେଉନଥିବା ଅଭିଯୋଗ ହେଉଛି।

Advertisment

ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣ ରୋକିବା ପାଇଁ କୋଇଲା ପରିବହନ କରୁଥିବା ରେଳ ୱାଗନ,ହାଇୱା ଗୁଡିକ ରେ ପାଲ ଭିଡା ଯିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଗେଜେଟ ନୋଟିଫିକେସନ ଜାରି କରିଛି । ରେଲୱେ ବୋର୍ଡ ମଧ୍ୟ ରେଳ ଯୋଗେ କୋଇଲା ପରିବହନ ସମୟରେ ପାଲ ଭିଡା ଯିବାର ନିର୍ଦେଶ ରହିଛି କିନ୍ତୁ ଗ୍ଲୋବାଲ, ଆରୟନ କୋଲ ୱାସରି ନିୟମକୁ ଖୁଲାମ ଖୁଲ୍ଲା ଉଲ୍ଲଂଘନ କରି ବେଆଇନ ଭାବେ ଟ୍ରକ ଓ ରେଳ ୱାଗନ ଗୁଡିକରେ ବିନା ପାଲ ରେ କୋଇଲା ପରିବହନ କରୁଥିବା ଅଭିଯୋଗ ଆଣିଛନ୍ତି ତାଳଚେର ବାସୀ ।ଏନେଇ ଅନୁଗୋଳ ଜିଲ୍ଲାପାଳଙ୍କୁ ନିୟମ ଖିଲାପ କାରୀ କମ୍ପାନୀ ଗୁଡିକ ସମ୍ପୃକ୍ତ ୱାସରି ଗୁଡିକ ଉପରେ କାର୍ୟ୍ୟା ନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସେପଟେ କିନ୍ତୁ ପରିବେଶ ପୂରା ପ୍ରଦୂଷିତ । ରାସ୍ତାଘାଟ, ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳି ଓ କୋଇଲାଗୁଣ୍ଡର ଆସ୍ତରଣ । ବଞ୍ଚିବାର ଅଧିକାର ଏଠାରେ କ୍ଷୁର୍ଣ୍ଣ ହେଉଥିବାବେଳେ ବାୟୁ ପ୍ରଦୂଷଣ ଜନୀତ ରୋଗରେ ଅନେକ ଆକ୍ରାନ୍ତ । ଶିଳ୍ସ ସମୃଦ୍ଧ ଅନୁଗୁଳ ସହର ଓ କୋଇଲା ନଗରୀ ତାଳଚେରର ବାସ୍ତବ ଚିତ୍ର ଅତି ଦୟନୀୟ । ପ୍ରଦୂଷ୍ଣ ପାଇଁ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ଖୁବଶୀଘ୍ର ସମସ୍ୟାର ସମାଧାନ ନିମନ୍ତେ ଠୋସ୍ ପଦକ୍ଷେପ ନନେଲେ ଏହି ଅଞ୍ଚଳରେ ରହିବା ଅସମ୍ଭବ ହୋଇପଡ଼ିବ ।

Advertisment

ପ୍ରଦୂଷଣରେ ଅଣନିଶ୍ଵାସୀ ଜନସାଧାରଣ । ଜଳ,ବାୟୁ,ମୃତ୍ତିକା ସବୁକିଛି ପ୍ରଦୂଷିତ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ ସହ ରହିଛି ଅନେକ ଖଣି ଖାଦାନ । ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି ତାଳଚେର । ଖଣି ଖାଦାନ ର କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ଟ୍ରକ ଓ ରେଳ ୱାଗନ ଗୁଡିକରେ ପାଲଭିଡା ହେନଥିବାରୁ ପରିବହନ ସମୟରେ ବ୍ୟାପକ ପ୍ରଦୂଷଣ ହେଉଛି ।

ଅପରପକ୍ଷେ ଏ ଘଟଣା ବିଷୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଥିଲେ ଏ ନେଇ ଆମେ ଏକ ବୈଠକରେ ଆଲୋଚନା କରିବା ସହ କୋୱସେରି ଗୁଡିକ କେମିତି ପାଲ ଭିଡି କୋଇଲା ପରିବହନ କରିବେ । ସେ ନେଇ ତାଙ୍କୁ ଅବଗତ କରାଇବୁ ଆଉ ଯଦି ସେ ଏ ନିୟମକୁ ଖିଲାପ କରନ୍ତି । ତାହାଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟପଟେ କିନ୍ତୁ କୋଇଲା ଖଣି ବିଭାଗର ଖଣି ଉପନିର୍ଦେଶକ ଧରଣୀ ଧର ନାଏକଙ୍କୁ ଏ ବିଷୟରେ ପଚାରିବାରେ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ । ମୌଖିକ ଭାବେ କହିଥିଲେ ଯେ ଆମେ ଖୁବ ଶୀଘ୍ର ଟିମ ଗଠନ କରି କୋଲ ୱାସେରୀ ଗୁଡିକ ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଅନୁଗୋଳ ଜିଲ୍ଲା ତାଳଚେରରୁ ମାନିଲ ମହାରଣାଙ୍କ ରିପୋର୍ଟ, ଓଟିଭି।

Air Pollution
Advertisment
Advertisment