Advertisment

ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ FIR, ଆସିଲା ନୂଆ ଟ୍ୱିଷ୍ଟ

ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Anubhav -Varsha

ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇ ଦୁଇଟି ଭିଡିଓ ପୋଷ୍ଟ ପରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଯେଉଁଥିରେ ବର୍ଷା ଲେଖିଛନ୍ତି ଯେ, ଅନୁଭବ ତାଙ୍କ ଚରିତ୍ର ସଂହାର କରିଛନ୍ତି, ମାନସିକ ନିର୍ଯାତନା ଦେଇଛନ୍ତି । ଏପରିକି ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି ।

Advertisment

ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇ ଦୁଇ ଥର ଭିଡିଓ ଆଟାକ୍ । ପ୍ରଥମେ ନାଁ ନନେଇ.. ପରେ ପତ୍ନୀ ବର୍ଷାଙ୍କ ନାଁ ଧରି ସିଧା ଆକ୍ରମଣ । ଏହାପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ବର୍ଷା । କଟକ ପୁରୀଘାଟ ଥାନାରେ ଦେଇଥିବା ଏତଲାରେ ବର୍ଷା ସଫା ସଫା ଲେଖିଛନ୍ତି, ଅନୁଭବ ତାଙ୍କ ଚରିତ୍ର ସଂହାର କରୁଛନ୍ତି, ମାନସିକ ନିର୍ଯାତନା ଦେଉଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନିତ କରି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଏତଲାରେ ବର୍ଷା ଦର୍ଶାଇଛନ୍ତି ଯେ, ୨୦୨୦ରେ ଅନୁଭବ ତାଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ କରିଥିଲେ । ତେବେ ଏଥିପାଇଁ ରାଜି ନହେବାରୁ ବରବାଦ କରିଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ, ବର୍ଷାଙ୍କ ପାଇଁ ୫ଟି ସର୍ତ୍ତ ରଖିଥିଲେ ଅନୁଭବ ।

Advertisment

(୧) ବର୍ଷା ଫିଲ୍ମ ଲାଇନ୍ ଛାଡ଼ିଦେବେ, ଆଉ କୌଣସି ଫିଲ୍ମ କରିବେ ନାହିଁ

(୨) ଜୀବନରେ କେବେ ବି ପଲିଟିକ୍ସ ଜଏନ୍ କରିବେ ନାହିଁ କି କୌଣସି ରାଜନୈତିକ ଅନୁଷ୍ଠାନକୁ ଯିବେ ନାହିଁ

(୩) ସମାଜସେବା କରିବେ ନାହିଁ କି କୌଣସି ସାମାଜିକ କାର୍ଯ୍ୟକ୍ରମକୁ ଯିବେ ନାହିଁ

(୪) ମାଆଙ୍କ ଘରକୁ ଯାଇପାରିବେ ନାହିଁ କି ପରିବାର ସହିତ କୌଣସି ସଂପର୍କ ରଖିବେ ନାହିଁ

(୫) ୨୪ ଘଣ୍ଟା ଘର ଭିତରେ ପଡ଼ି ରହିବେ, କେଉଁଠିକି ବି ଯିବେ ନାହିଁ

ଏମିତିକି ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀ ତାଙ୍କ ଡିଭୋର୍ସର କାରଣ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ବର୍ଷା ।

ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ଦେଇଥିବା ଏତଲାକୁ ତର୍ଜମା କରାଯାଉଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ଷା ତାଙ୍କ FIRରେ ଅନେକ ଦିଗକୁ ନେଇ ଅଭିଯୋଗ କରିଛନ୍ତି । ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଏକ ମାମଲାର ତଦନ୍ତ ଚାଲିଛି । ବର୍ଷାଙ୍କର ସଦ୍ୟ ଅଭିଯୋଗଗୁଡ଼ିକର ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି ଡିସିପି କହିଛନ୍ତି ।

ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ କାଉଣ୍ଟର କରି ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ସ ଲଭ୍ ଇନଷ୍ଟାରେ ଲେଖା ପୋଷ୍ଟ କରାଯାଇଛି । ଯେଉଁଥିରେ ଅନୁଭବ ଆଣିଥିବା ପ୍ରତିଟି ଅଭିଯୋଗର ଜବାବ ରଖାଯିବା ସହ ପାଲଟା ପ୍ରଶ୍ନ କରାଯାଇଛି । କୋର୍ଟରେ କେସ୍ ଚାଲିଥିବା ବେଳେ ଏଭଳି ଭିଡିଓ କରି ଲୋକଙ୍କ ଆଗରେ ଇମେଜ୍ ସଜାଡି ତାଙ୍କ ଚରିତ୍ର, ମାନ ସମ୍ମାନ, ନାରୀତ୍ୱରେ କଳଙ୍କ ଲଗାଇବା କେତେ ଦୂର ଗ୍ରହଣୀୟ ? ନିଜକୁ ନିର୍ଦ୍ଦୋଷ କହୁଥିବା ମଣିଷ କୋର୍ଟରେ ନିଜ ବୟାନ ଓ ପ୍ରମାଣ ରଖି ନ୍ୟାୟିକ ଲଢେଇ ଲଢେ ନା ସୋସିଆଲ ମିଡିଆରେ ? ଥାନାରେ ବର୍ଷାଙ୍କ ଏତଲା ପରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Anubhav Varsha
Advertisment
Advertisment