ସଂକ୍ଷେପରେ ଆଜିର ତାଜା ଖବର - Thursday, 07 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋଦିଙ୍କ ସହ ଓଡ଼ିଶା ସାଂସଦଙ୍କ ବ୍ରେକ୍‌ ଫାଷ୍ଟ ! ୨୦୨୪ ପାଇଁ ବଡ଼ ଗେମ୍‌ ପ୍ଲାନ୍‌

ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ । More

'ଟଙ୍କା ଅଭାବରୁ ଅଟକିଛି କାହାର ଅପରେସନ ତ କାହାର ଝିଅ ବାହାଘର'

ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । More

ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍‌ମା, ସଂଖ୍ୟା ଥାଇ ବି ଖସିଗଲା ପଦ

ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍‌ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି । More

ଜଗନ୍‌ ଖୋଲିଦେଲା ଶ୍ରୀମନ୍ଦିର ସୁରକ୍ଷା ପୋଲ, ଆରମ୍ଭ ହେଲା କଡ଼ା କଡ଼ି ଚେକିଂ

ଜଗନ୍‌ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି । More

ଦୀର୍ଘ ୧୮ ବର୍ଷ ହେବ ସୀଙ୍କୁଳି ବେଡ଼ିରେ ବନ୍ଦୀ ଜୀବନ କାଟୁଛନ୍ତି ଯୁବକ,।ରଂଜିତ ଚୌଧୁରୀ, ବଣାଇ 29,3,22

ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ । More

ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ; ଏକାଥରେ ୨ କୋଟି ନଗଦ ଜବତ, ଦେଖନ୍ତୁ

ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ପ୍ରାୟ ୨ କୋଟି ଟଙ୍କା। More

ପାରାଦୀପରେ ବିଜେଡିର କ୍ରସ୍ ଭୋଟିଂ ଯୋଗୁଁ ଉପାଧ୍ୟକ୍ଷ ପଦ ହାତେଇଲେ ସ୍ୱାଧୀନ ପ୍ରାର୍ଥୀ

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର କ୍ରସ୍ ଭୋଟିଂ ସୂଚନା ମିଳିଛି । ବିଜେଡିର କ୍ରସ୍ ଭୋଟିଂ ଯୋଗୁଁ ଉପାଧ୍ୟକ୍ଷ ପଦ ହାତେଇଲେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧୀନ ସଦସ୍ୟା ଛବିଲତା ରାଉତ । More

ମେ’ ୬ରୁ ଧାନ ସଂଗ୍ରହ ନିପତ୍ତି, ହେଲେ ଆରମ୍ଭରୁ କେଁ !

ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ । More

ଦୁଲୁକୁଛି ଗଞ୍ଜାମ ଢ଼ୋଲ, ମହୁରୀର ଶବ୍ଦରେ ପ୍ରକମ୍ପିତ ହେଉଛି ଗାଁଠୁ ସହର ! ଟାଣ ଖରାରେ ଦଣ୍ଡୁଆ

ଚୈତ୍ର୍ୟ ମାସରେ ଆରମ୍ଭ ହେଉଥିବା ଏହି ଯାତ୍ରା କେଉଁଠି ୨୧ ଦିନ ତ କେଉଁଠି ୧୩ ଦିନ ଯାଏଁ ପାଳନ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହେବ । More

ସମସ୍ତଙ୍କ ଆଖି ସାମ୍ନାରେ ହେଉଛି ଚୋରି, ହେଲେ କାହାରିକୁ କିଛି ଦେଖାଯାଉନି !

ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି । More

ପୁଣି ତାତିଲେଣି ଅଙ୍ଗନୱାଡ଼ି କର୍ମୀ, ରାଜରାସ୍ତାରେ କଲେ ବିକ୍ଷୋଭ

ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି । More

ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟ ହେବ ରେଳ ଷ୍ଟେସନ

ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା । More

ଆଖି ବୁଲାଇଲେ ଦିଶୁଛି କଳା, କୌଶଳ ଓ ନିପୁଣତାର ଛାପ : ପ୍ରତିମୂର୍ତ୍ତି ତିଆରିକୁ ଶିଳ୍ପରେ ପରିଣତ କରିଛନ୍ତି ଦୁର୍ଜୟ

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ଦୁର୍ଜୟ କୁମାର ସାହୁ । ତିଆରି କରିଛନ୍ତି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଯେଉଁଆଡେ ଆଖି ବୁଲାଇଲେ ସବୁଠି ଦେଖାଯାଉଛି କଳା, କୌଶଳ ଓ ନିପୁଣତାର ଛାପ । More

କଟକ ମହାନଗର ନିଗମର ଡେପୁଟୀ ମେୟର ହେଲେ ଦମୟନ୍ତ୍ରୀ ମାଝୀ

କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ । More

ପୌର ଉପାଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କିଏ କେଉଁଠି କଲା କବ୍‌ଜା

ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍‌ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍‌ଜା । More

ଗିରଫ କରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ । More

୬ କୋଟି ୮୧ ଲକ୍ଷର ଠକେଇ : ୨ ଭାଇ ଗିରଫ

କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ More

BREAKING ! ଅଙ୍ଗନବାଡ଼ିରେ ଦଂଶିଲେ ମହୁମାଛି; ୧୦ ଗୁରୁତର

ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । More

ମାନସ ସ୍ୱାଇଁ ହତ୍ୟା ମାମଲା : ଆଜି କୋର୍ଟରେ ହାଜର ପରେ ପୁଣି ଜେଲ ଯିବେ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା

ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଅବଧି ସରିଥିବାରୁ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ More

CMC ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସର ବୟକଟ୍

CMC : ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସ ବୟକଟ୍ କରିଛନ୍ତି । More

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ, ରୋଷଘରେ ଲାଗିପାରେ CCTV

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି। More

ବାଘ ଚମଡ଼ା ବିକ୍ରି କରୁଥିବା ସମୟରେ ଚଢ଼ାଉ କଲା ବନ ବିଭାଗ

ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗର ଚଢ଼ାଉ । ରେଡ୍‌ରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । More

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୨: ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ମାନସ ସାହୁ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । More

ରାଜସ୍ଥାନ ATM ଲୁଟ୍‌ ସହ ଭୁବନେଶ୍ୱର ଲୁଟ୍‌ର ରହିଛି କି ସାମଞ୍ଜସ୍ୟ ? କ୍ଲୁ ଖୋଜୁଛି ପୋଲିସ୍‌

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।  More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ; ମତ ରଖିଲେ ବିଧାୟକ-ଅଭିନେତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ। ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଲେ ପୁରୀ ବିଧାୟକ। ସେହିପରି ଏହାକୁ ନେଇ ଅପରାଜିତା ସଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ବର୍ଷା ପ୍ରିୟଦର୍ଶୀନୀ। More

ରାତି ପାହିଲେ ପୌରାଧ୍ୟକ୍ଷ ନିର୍ବାଚନ, ବିଜେପି କାଉନସିଲରଙ୍କୁ ବିଜେଡିରେ ମିଶିବାକୁ ଧମକ !

ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି ଏହେଲେ ବିଜେପି କାଉନ୍ସିଲର ଝିଲି ପ୍ରଧାନ । ତାଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା । More

ଓଡ଼ିଶା ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ଅଙ୍କୁଶ

ଶ୍ରୀଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପକୁ ନେଇ ଆଶଙ୍କା। ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ। ଏପଟେ ରାଜ୍ୟ ସରକାରଙ୍କ ଯୁକ୍ତି ଦୁଇଦୁଇ ଥର ସ୍ପଷ୍ଟୀକରଣ ଦେଲୁଣି। ଏଥର ବି ଆଇନ୍ ବିଭାଗ ଉତ୍ତର ରଖିସାରିଛି। କେନ୍ଦ୍ର ରାଜ୍ୟ ତୁ ତୁ ମେ ମେ ଭିତରେ ମନ୍ଦିର ବିକାଶ ଯେଭଳି ବାଧାପ୍ରାପ୍ତ ନ ହେଉ ସେନେଇ ପଦକ୍ଷେପ ନିଆଯାଉ ବୋଲି ମତ ରଖିଛନ୍ତି ସେବାୟତ। More

‘ଆଉ ପେଟ୍ରୋଲ ଉପରେ ଭରସା ନାହିଁ, ଏଣିକି ଇଲେକ୍‌ଟ୍ରିକ୍ ଯାନ ଚଲେଇବା‘, ସବ୍‌ସିଡି ବି ମିଳୁଛି

ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍‌ସିଡି ବ୍ୟବସ୍ଥା । More

ପୋଲିସ ଆଗରେ ସତ ମାନିଲା ଅଭିଯୁକ୍ତ; କହିଲା ରୋଷଘର ଚୁଲି ଭାଙ୍ଗିଛି

ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍‌ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି। More