• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ ଡେପୁଟୀ ମେୟର ଭାବେ ନିର୍ବାଚିତ ହେଲେ ଦମୟନ୍ତୀ ମାଝୀ । ବିଜେଡିରୁ ଡେପୁଟୀ ମେୟର ପ୍ରାର୍ଥୀ ହୋଇଥିଲେ ଦମୟନ୍ତୀ ମାଝୀ । ଆଜି ସିଏମ୍ସିରେ ହୋଇଥିବା ଡେପୁଟୀ ମେୟର ନିର୍ବାଚନରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ ।

କଟକରେ ଡେପୁଟୀ ମେୟର ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ଓ ବିଜେପି କର୍ପୋରେଟର । ଅବଜରଭରଙ୍କୁ ଦେଖାଇ ଭୋଟଦାନ ନିୟମକୁ ବିରୋଧ କରି ସେମାନେ ଏଭଳି ପଦକ୍ଷେପ ନେଇଥିଲେ । କଟକ ସିଏମ୍ସି ସହ ରାଜ୍ୟର ୧୦୫ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ଚାଲିଛି ନିର୍ବାଚନ । ସମସ୍ତ ପୌର ଉପାଧ୍ୟକ୍ଷ ନିର୍ବାନଚ ପାଇଁ ନାମାଙ୍କନ ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ଅବଧି ଶେଷ ହୋଇଛି । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଅନୁଷ୍ଠିତ ହେଉଛି ଭୋଟ୍ ।

 

କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଜଗତପୁର ବାଲିସାହି ବସ୍ତିରେ ତାଙ୍କର ଏକ ଭଙ୍ଗା କୁଡ଼ିଆ ଘର ରହିଛି । ୫ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ମାଆ ଜଣେ ଦିନ ମଜୁରିଆ । ଦମୟନ୍ତୀଙ୍କର ସାନ ଭାଇ ଓ ଭଉଣୀ ଅଛନ୍ତି । ମାଆ ଦିନ ମଜୁରିଆ ହୋଇଥିଲେ ବି ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିଛନ୍ତି । ଦମୟନ୍ତୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍‌କମ୍‌ ବିଭାଗର ଛାତ୍ରୀ । ତାଙ୍କ ବୟସ ଏବେ ମାତ୍ର ୨୧ ବର୍ଷ । ସିଏମ୍ସି ନିର୍ବାଚନରେ ସେ ଦ୍ୱିତୀୟ ସର୍ବାଧିକ ଭୋଟ ବ୍ୟବଧାନରେ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ ।