ସଂକ୍ଷେପରେ ଆଜିର ତାଜା ଖବର - Thursday, 31 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ରାଜନୀତିରେ ‘ଯିଏ ଜିତିବ ସିଏ ଆମର’ ଫର୍ମୁଲା

ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ । More

ଗାଁରୁ ଦିଶିଲା ରାଜନୀତିର ନୂଆ ଧାରା: ନିର୍ବାଚନ ହାରି ମଧ୍ୟ ପ୍ରତିଶ୍ରୁତି କଲେ ପୂରଣ

ଭୋଟ୍‌ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ । More

ଏଥର ବଜେଟ୍‌ରେ ଭୋଟ ବ୍ୟାଙ୍କ ପ୍ଲାନ୍‌ ! ମିଶନଶକ୍ତିକୁ ଗୁରୁତ୍ୱ ହେଲେ ଶିଳ୍ପ-ଷ୍ଟାର୍ଟଅପ୍‌କୁ ଅଣଦେଖା

କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ମିଳିଛି ଗୁରୁତ୍ୱ । More

ପରୀକ୍ଷା ହେବ ନା ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ୍; ଏନେଇ ଦ୍ୱନ୍ଦ୍ୱ ଭିତରେ ଅଭିଭାବକ, ଛାତ୍ରଛାତ୍ରୀ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍‌ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି । ସରକାର ବି ସ୍ପଷ୍ଚ କରିନାହାନ୍ତି ଯେ ପରୀକ୍ଷା ହେବ ନା ନାହିଁ । ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ ମିଳିବ କି ପିଲାଙ୍କୁ? More

ସରି ଆସିଲାଣି ପୁରୀ-କୋଣାର୍କ ବେଳାଭୂମି ବାଲି ! କେବେ ଚେତିବ ପ୍ରଶାସନ ?

ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ । More

ଫିଟିଲା ମାଡାମ୍ ଶର୍ମିଷ୍ଠାଙ୍କ ଅସଲ ଚେହେରା, ସାମ୍ନାକୁ ଆସିଲା କବି ନିରଂଜନଙ୍କ ନୃଶଂସ ରୂପ !

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ୮ ଜଣିଆ ଗୃହ କମିଟି ଗଠନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗଠନ ହୋଇଛି ଗୃହ କମିଟି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି । More

CAG ରିପୋର୍ଟ କହିଲା ରାଜ୍ୟର ଆର୍ଥିକ ସ୍ଥିତି

ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । More

ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି। More

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ, ବିଦାୟକାଳୀନ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । More

ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ ! ୧୦ଟା ନୁହେଁ ୧୦.୩୦ରେ ସରିବ କ୍ଲାସ୍

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ଏହି ସମୟକୁ ସାମନ୍ୟ ପରିବର୍ତ୍ତନ କରାଯାଇଛି । ୧୦ ଟା ନୁହେଁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । More

ସଂସ୍କୃତରେ ପାଇଥିବା ଚିଠିର ଉତ୍ତର ଓଡ଼ିଆରେ ଦେଲେ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ପାଖକୁ ଇନ୍ଦ୍ରଙ୍କ ଠାରୁ ଆସିଥିଲା ଚିଠି। ଲେଖାଥିଲା ସଂସ୍କୃତରେ। ଏହାର ଉତ୍ତର ଓଡିଆରେ ରଖିଥିଲେ ପ୍ରଭୁ ଜଗନ୍ନାଥ। ଏଥିରୁ ଜଣାଯାଏ ଓଡିଆ ଭାଷାକୁ ଜଗନ୍ନାଥ କେତେ ଭଲ ପାଆନ୍ତି। More

ବ୍ରହ୍ମପୁର ସୁମିତ-ତପସ୍ବିନୀ ବିବାଦ: ଏପ୍ରିଲ ୯ ରେ କୋର୍ଟରେ ହାଜର ହେବେ ପତିପତ୍ନୀ

ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । More

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ତାତିଲେ ଅପରାଜିତା

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । More

ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା

ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା । କେନ୍ଦ୍ର ସରକାରଙ୍କ ଏନଭିଏଜିଆର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏନେଇ ନାରାୟଣପାଟଣା ଅଞ୍ଚଳରେ ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । More

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍‌ ଖାରଜ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜାମିନ ଖାରଜ ହୋଇଛି । More

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, କଳ୍ପତରୁ ହେଲେ CMC ଆତିରିକ୍ତ କମିଶନର

OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି । More

ନୟାନ୍ତ କଲାଣି ତୈଳ ଦର ବୃଦ୍ଧି ! ବଢ଼ିଲା ବସ୍‌ ଭଡ଼ା..

ଅର୍ଡିନାରୀ ବା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । More

ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସକ୍ସେସ୍ ଅନଲାଇନ ସର୍ଭିସ ସିଷ୍ଟମ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ ଗିରଫ ହୋଇଥିବା ସୂଚନା । More

ଦିନକୁ ଦିନ ବଢ଼ି ଚାଲିଛି ଚୋରି,ଡକାୟତି ଓ ରାହାଜାନି : ସିସିଟିଭି ଲଗାଇବାକୁ ଦାବି କଲେ ସାଧାରଣ ଲୋକେ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଦିନକୁ ଦିନ କ୍ରାଇମ ସହର ପାଲଟିଗଲାଣି l ସହରରେ ଦିନ ଦ୍ଵିପ୍ରହରରେ ମୋଟର ସାଇକେଲ ଚୋରି ହୋଇଯାଉଛି । ବାରମ୍ବାର ସହରରେ ଘଟଣା ଘଟୁଛି More

କାହିଁକି ଲୋକସଭା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନାହିଁ ? କ’ଣ ଲୁଚାଉଛନ୍ତି କି ରାଜ୍ୟ ସରକାର ?

ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନଥିବାରୁ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ କଥା ଲୁଚାଇବାକୁ ସରକାର ସାମ୍ବାଦିକଙ୍କୁ ଆସିବାକୁ ଦେଉନାହାନ୍ତି ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି। More

ବିପଦରେ ଅଟେଇ ସଂରକ୍ଷିତ ଜଙ୍ଗଲ : ଖୁଲମଖୁଲ୍ଲା ଶହ ଶହ ଟ୍ରିପ ମାଟି ଲୁଟି ନେଉଛନ୍ତି ଠିକା ସଂସ୍ଥା, ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି ପ୍ରଶାସନ

ଜାତୀୟ ରାଜପଥ ୨୦ ର ସମ୍ପ୍ରସାରଣ ନାଁରେ କେନ୍ଦୁଝର ଜିଲ୍ଲାର ଅଟେଇ ଜଙ୍ଗଲରୁ ଲୂଟ ଚାଲିଛି ଶହ ଶହ ଟ୍ରିପ ମାଟି। ଜୈନେକ ଠିକା ସଂସ୍ଥା କାହାରିକୁ ଖାତିର ନକରି ଦିନ ଦ୍ୱିପ୍ରହରେ ଚଲାଇଛି ଲୁଟ More

5T ଓ ‘ମୋ’ ସରକାରକୁ ତେରଛା ବାଣ ମାରିଲେ ବିଧାୟକ ସୌମ୍ୟ ପଟ୍ଟନାୟକ

ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି। More

ପୌରାଧ୍ୟକ୍ଷାଙ୍କ ଘର ଆଗରେ ଗୁଳି

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା କରାଯାଇଛି । ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା କରାଯାଇଛି । ବିଳମ୍ବିତ ରାତିରେ ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । More

ନିଶା ମାଫିଆଙ୍କଠୁ ୧ କୋଟିର ସମ୍ପତ୍ତି ଜବତ

ନଶା ବେପାରୀ ଅନିରୁଦ୍ଧ ଜୟସିଂହର ୧ କୋଟିର ସମ୍ପତ୍ତି ଜବତ କରାଯାଇଛି । ଏନ୍ଡିପିଏସ୍ ଆଇନ ବଳରେ ଅନିରୁଦ୍ଧର ୨ଟି ଜେସିବି, ଗୋଟିଏ କାର୍, ଟ୍ରାର ଓ ସୁନାଗହଣା ଜବତ କରିଛି । ୩ ମାସରେ କେବଳ ପୁରୀରୁ ୧ କେଜି ୩୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା । More

ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପାଇକ ବିଦ୍ରୋହକୁ ଅନ୍ୟତମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବା ପାଇଁ କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଜମି ଦିଅନ୍ତୁ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି । More

BIG BREAKING ! ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା

ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି । ବଲାଙ୍ଗିର ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ଉଭୟ ଶାଶୁ ଓ ବୋହୂଙ୍କ ମୃତଦେହ ଠାବ ହୋଇଛି । More

କ୍ୟାମେରାମ୍ୟାନ ମାନସଙ୍କୁ କେମିତି କରାଯାଇଥିଲା ହତ୍ୟା ? ସତ ଓଗାଳିଲା ରଞ୍ଜନ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଛି।  More

ରାଗରେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ମଡ଼ାଇ ଦେଇଥାନ୍ତେ, ହେଲେ...

ଗାଡ଼ି ମଡ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଗାଡ଼ି ମଡ଼ାଇ ବାଲି ମାଫିଆ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  More

ଏକ ବର୍ଷ ପରେ ଗାଁକୁ ଫେରିଛନ୍ତି ଭାରତମାତାର ବୀରପୁତ୍ର : ବାଜା, ଢୋଲ ନାଚଗୀତରେ ଯବାନଙ୍କୁ ସ୍ୱାଗତ କଲେ ଗାଁ ଲୋକ

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନିଶ୍ଚିତପୁର ଗ୍ରାମର ଚିତ୍ତରଞ୍ଜନ ବେହେରା । ତିନି ବର୍ଷ କଠିନ ପରିଶ୍ରମ କରି ବିଏସଏଫରେ ଚାକିରୀ କରିଛନ୍ତି । ବାପା ଅନନ୍ତ ବେହେରା ରିକ୍ସା ଚଳାଇ ପୁଅକୁ ପାଠ ପାଠ ପଢାଇ ଥିଲେ More

ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପାଞ୍ଚ ବର୍ଷର ଓଡ଼ିଆ ଝିଅ

ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା... More

ପାଇଖାନା ଦୁର୍ନୀତି ! ରଡ୍ ନୁହଁ ବାଉଁଶ-କାଠ ଉପରେ ପଡିଲା ଛାତ

ସାଧାରଣତଃ ରଡ୍ ଦେଇ ଛାତ ତିଆରି ହୋଇଥାଏ। ହେଲେ କେବେ ଜାଣିଛନ୍ତି ବାଉଁଶ ଓ କାଠରେ ଛାତ ପଡିବା। କୋରାପୁଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । More

ମିଳିଲା କି ନୂଆ ସୁରାକ୍‌ ? ଅଭିଯୁକ୍ତଙ୍କୁ ନିଆଗଲା ଅଜ୍ଞାତ ସ୍ଥାନକୁ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମିଳିଲା କି ନୂଆ ସୁରାକ ?  କାରଣ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍‌ ନେଇଥିବା ଜଣାପଡ଼ିଛି। More

ରାଜ୍ୟରେ ୬ ବର୍ଷ ମଧ୍ୟରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବୃଦ୍ଧି

ରାଜ୍ୟରେ ୬ ବର୍ଷ ଭିତରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି।  ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ଚାଷୀର ମାସିକ ଆୟ ୧୩୬ ଟଙ୍କା ବଢ଼ିଛି। More

ବିଜେପି ବିଧାୟକଙ୍କ ମନ୍ତବ୍ୟ- ‘ମା’ମାନେ ଦିଗହରା ହୋଇପଡ଼ି ଥିବାବେଳେ, ଭଉଣୀମାନେ ପଥହରା ହୋଇପଡ଼ିଛନ୍ତି’

ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ତୁରନ୍ତ ଭାସ୍କର ଏଥିପ୍ରତି କ୍ଷମା ମାଗନ୍ତୁ ଓ ଗୃହରେ ଦେଇଥିବା ମନ୍ତବ୍ୟକୁ ଫେରାନ୍ତୁ ବୋଲି  ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। More

ତାତିରୁ ମିଳୁନି ମୁକ୍ତି; ଖରାରେ ସିଝୁଛି ସାରା ଓଡ଼ିଶା

ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି । ଘର ବାହାରକୁ ଗଲେ ଖରା, ଘର ଭିତରେ ରହିଲେ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ଣ ପ୍ରବାହ । More

ହେଉଛି କି ବିକଳ୍ପ ବିଚାର ? ମାଳ ମାଳ ଯୋଜନା ପରେ ବି କିଣିବାକୁ ପଡ଼ୁଛି ଭୋଟ ଉଡ଼ୁଛି ନୋଟ !

ପଂଚାୟତ ନର୍ବାଚନରେ କଂଗ୍ରେସର ପରିସ୍ଥିତି କିଛି ଅଞ୍ଚଳରେ ଭଲ ଥିବା ବେଳେ ଅନେକ ସ୍ଥାନରେ ଦଳର ଭୋଟ ବ୍ୟାଙ୍କକୁ ବିଜେଡି ଏବଂ ବିଜେପି ପୋଛି ନେଇଛନ୍ତି ।  More

'ଶ୍ରାଦ୍ଧ ଦେବାକୁ ଆସିଲେ, ତଣ୍ଟିଆ ଖାଇ ଗଲେ'

ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ? More

ଭାଉଜ ସାଜିଲା ବୈରୀ ! ସଂସାର ଗଢ଼ିବା ପୂର୍ବରୁ ବିଷ ପିଇ ଜୀବନ ହାରିଲା ଦିଅର

କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ। More

ଝାରସୁଗୁଡା ରାଜନୀତି: ଏଥର କିଶୋର-ନବ ଫାଇଟ୍ ନୁହେଁ ! ଅଳକା-ଦୀପାଳି ଲଢ଼େଇ

କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ । More

କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିଧାନସଭାରେ ପୁଣି ଝଡ଼, ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ? More