• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ହେଉଛି ପଶ୍ଚିମ ଓଡ଼ିଶାର ବ୍ୟବସାୟିକ ସହର l ବ୍ୟବସାୟ ପାଇଁ ଏଠି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ l କିନ୍ତୁ ସହରରେ ଏବେ ଦିନକୁ ଦିନ ବଢି ଚାଲିଛି ଚୋରି,ଡକାୟତି ଓ ରାହାଜାନି l ଅତି ସହଜରେ ଟଙ୍କା ଲୁଟ କରି ସହର ଭିତରୁ ଫେରାର ମାରୁଛନ୍ତି ଲୁଟେରା l ହେଲେ ପୋଲିସର ହାତ ଖାଲି l ସହରର ସବୁ ଛକ ମାନଙ୍କରେ ସିସିଟିଭି ଲଗାଯାଉ l ଏପରିକି ସିସିଟିଭିର ସବୁ ଅପରେଡ଼ ପୋଲିସ ଷ୍ଟେସନରେ ରହିବ l ସିସିଟିଭି ଲାଗିବା ଦ୍ୱାରା ସହରର ଲୋକେ ସୁରକ୍ଷିତ ରହିବା ସହ ଘଟୁଥିବା ଘଟଣା ଓ ଦୁର୍ଘଟଣା ଉପରେ ପୋଲିସର ନଜର ରହିବ ବୋଲି ଦାବି କରିଛନ୍ତି ସହରବାସୀ l

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଦିନକୁ ଦିନ କ୍ରାଇମ ସହର ପାଲଟିଗଲାଣି l ସହରରେ ଦିନ ଦ୍ଵିପ୍ରହରରେ ମୋଟର ସାଇକେଲ ଚୋରି ହୋଇଯାଉଛି । ବାରମ୍ବାର ସହରରେ ଘଟଣା ଘଟୁଛି l ହେଲେ ଚୋରକୁ ଧରିବାରେ ଫେଲ ମାରୁଛି ପୋଲିସ l ସହରର ଇନ୍ଦିରାଛକ, ଶାସ୍ତ୍ରୀ ଛକ, ବଜାରରେ , ଏନଏସି ଛକ, ଓ ମୁଖ୍ୟ ଛକ ମାନଙ୍କରେ ଯଦି ସିସିଟିଭି ଲାଗିବ ଓ ଏହି ସିସିଟିଭିରେ ସବୁ ତଦାରଖ ପୋଲିସ କଲେ l ତାହେଲେ ଘଟୁଥିବା ଘଟଣା ଓ ଦୁର୍ଘଟଣା ଉପରେ ପୋଲିସ ର ନଜର ରହିବ l ଲୋକେ ସୁରକ୍ଷିତ ସହ ଅନେକ ଘଟଣାର ଅଭିଯୁକ୍ତ କୁ ଧରିବାରେ ପୋଲିସ କୁ ସହଜ ହେବ l ସହରର ସବୁ ମୁଖ୍ୟ ଛକ ମାନଙ୍କରେ ସିସିଟିଭି ଲଗାଇବାକୁ ଦାବି କରୁଛନ୍ତି ସହରବାସୀ l

ବଲାଙ୍ଗୀର ସହରରେ ୧୫ ରୁ ଅଧିକ ରହିଛି ବ୍ୟାଙ୍କ I ବ୍ୟାଙ୍କ ପାଇଁ ହଜାର ହଜାର ଭିଡ ଜମିଥାଏ I ଗତ ୨୦୧୮ ମସିହା ରେ କଣ୍ଟାବାଞ୍ଜି ପୋଲିସ ତରଫରୁ ସହରର ଇନ୍ଦିରାଛକ ଓ ଶାସ୍ତ୍ରୀ ଛକରେ ସିସିଟିଭି ଲଗାଯାଇଥିଲା l କଣ୍ଟାବାଞ୍ଜି ପୋଲିସର କଣ୍ଟ୍ରୋଲ ତଦାରଖ କରୁଥିଲେ ଥାନା ଅଧିକାରୀ କିନ୍ତୁ ସେ ସିସିଟିଭି କିଛିଦିନ ପରେ କୁଆଡେ ଉଭାନ ହୋଇଗଲା ତାହା ଜଣାପଡିଲା ନାହିଁ l

ଗତ ଡିସେମ୍ବର ୨୯ ତାରିଖ ଦିନ କଣ୍ଟାବାଞ୍ଜି ପୋଲିସ ଦ୍ୱାରା ଟ୍ରାଫିକ ଓ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ l ସେହି ସମୟରେ ମଧ୍ୟ ସିସିଟିଭି ଲଗାଇବାକୁ ସହର ବାସୀ ଦାବି କରିଥିଲେ l ତେବେ ଏନେଇ ଲିଖିତ ଆକାରରେ ଦାବି କରିଛନ୍ତି କଣ୍ଟାବାଞ୍ଜି ଏନ.ଏ.ସି ର ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡୀ ଜୟଶ୍ରୀ କହିଛନ୍ତି l

କଣ୍ଟାବାଞ୍ଜି ଅନ୍ତିମ ପାଣଗ୍ରାହୀଙ୍କ ରିପୋର୍ଟ