ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରୁ ୧୪ରୁ ଅଧିକ ମଣିଷ ଖପୁରୀ ଆଉ ପୁଳାଏ ଅସ୍ଥିକଙ୍କାଳ ଉଦ୍ଧାର

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଏଭଳି ୧୪ରୁ ଅଧିକ ମଣିଷ ଖପୁରୀ ଓ ଅସ୍ଥିକଙ୍କାଳ ଦେଖି ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଖବର । More

ଅତି ନୃଶଂସ-ବିଭତ୍ସ-ବର୍ବର ! କମେଣ୍ଟମରାକୁ ନେଇ ୪ ଜଣଙ୍କୁ ପିଟିପିଟି ମାରିଦେଲେ

ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । More

ମାନସ ହତ୍ୟା ମାମଲା: ଶର୍ମିଷ୍ଠା-ନିରଞ୍ଜନଙ୍କ ମଧ୍ୟରେ ଥିଲା କି ଘନିଷ୍ଠତା ? ଘର-ଅଫିସ୍‌କୁ ଥିଲା ଅବାଧ ପ୍ରବେଶ !

ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ? More

'ନୋଟ୍‌ ନିଅ, ଭୋଟ୍‌ ଦିଅ' ନିର୍ବାଚନ ଜିତିବା ପାଇଁ ବିଡେଡିର ନୂଆ ଫର୍ମୁଲା !

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି । More

ସାମ୍ନାକୁ ଆସିଲା ନୂଆ ତଥ୍ୟ ! ହତ୍ୟା ପରେ ଶାଶୂ ଘରେ ଲୁଚିଥିଲେ ଶର୍ମିଷ୍ଠା, କିନ୍ତୁ ସ୍ୱାମୀଙ୍କ ସହ ନଥିଲା ସମ୍ପର୍କ

୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି । More

ଟାହିଟାପରା ସହି ନପାରି ସ୍ୱାମୀ-ସ୍ତ୍ରୀଙ୍କ ଆତମହତ୍ୟା, ପୋଲିସ କହିଲା ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ

ଟାହିଟାପରା ବା ପରିହାସ ସହି ନପାରି ଉଭୟ ଆତ୍ମହତ୍ୟା କରିଥିଲେ । ପ୍ରଥମେ ୧୩ ତାରିଖରେ ସ୍ୱାମୀ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଅସୁସ୍ଥ ଥିବା ପତ୍ନୀ ସୁମତୀ ପରିଡ଼ାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।  More

ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର ଟଙ୍କା

ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍‌ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ। More

ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ! ପୁଣି ବିଦା ହେଲେ ୬ ଅଧିକାରୀ

ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ, ୨ ବିଇଓଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି । More

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିବ ପୋଲିସ

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇଙ୍କ ଡାକ୍ତରୀମାଇନା ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । More

କରୋନା କଟକଣା ଭିତରେ ୨୫ରୁ ବିଧାନସଭା ଅଧିବେଶନ

୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । More

ଚିକିତ୍ସା ଅବହେଳାରୁ ଭିମ୍‌ସାରରେ ହୋଇଥିଲା ମୃତ୍ୟୁ, ଏବେ ସରକାର ଦେବେ କ୍ଷତିପୂରଣ ! କୋର୍ଟ ଦେଲେ ନିର୍ଦ୍ଦେଶ

କ୍ଷତିପୂରଣ ଦେବା ସହ ମେ ୨’ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । More

ବଡ଼ ଦାଣ୍ଡରେ ରଥକାଠ ରଖିବାକୁ ଯାଗା ନାହିଁ ! ଟ୍ରକ୍‌ରୁ ଅନ୍‌ଲୋଡ୍‌ ହୋଇପାରୁନି କାଠ

ଅପରାହ୍ନ ୪ଟା ସୁଦ୍ଧା ଗାଡ଼ିରେ ସେମିତି ଲୋଡ୍‌ ହୋଇ ରହିଥିଲା ରଥ କାଠ । ଆଉ ଟ୍ରକଟି ଏବେ ବି ସେମିତି ବଡ଼ଦାଣ୍ଡରେ ଠିଆ ହୋଇ ରହିଛି । More

ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପାଞ୍ଚ ବର୍ଷର ଓଡ଼ିଆ ଝିଅ

ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା. More

ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର, DGP ବଂଶଲ ଦେଲେ ନିର୍ଦ୍ଦେଶ

ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । More

"ମୋତେ ଟ୍ରାଇ ସାଇକେଲଟିଏ ଦିଅ, ସ୍କୁଲ୍ ଯିବି, ପାଠ ପଢିବି"

ପାଠ ପଢ଼ି ଭଲ ମଣିଷ ହେବାର ଇଚ୍ଛା ରହିଛି। ଗାଁ ଓ ପରିବାରର ନାମ ଉଜ୍ଜ୍ୱଳ କରିବାକୁ ଚାହୁଁଥିଲେ ବି ସବୁ ଇଚ୍ଛା ଆଗରେ କଳା ପାହାଡ଼ ପରି ଠିଆ ହୋଇଛି ଶାରୀରିକ ଅକ୍ଷମତା। More

ଖୋଲୁଛି ହତ୍ୟା ଗୁମର: ନିଜ କାର୍‌ରେ ନିଜେ ଡ୍ରାଇଭ କରି ମାନସଙ୍କ ଶବ ନେଇଥିଲେ ଶର୍ମିଷ୍ଠା

ଶର୍ମିଷ୍ଠାଙ୍କ କାର୍‌ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍‌ରେ ନୟାଗଡ଼ ନିଆଯାଇଥିଲା। ‌ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା।  More

ମାର୍ଚ୍ଚ୨୮ରୁ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର

ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି । More

ଭୁବନେଶ୍ୱରରୁ ମିଳିଲା ଏକାଧିକ ନର କଙ୍କାଳ, ଭୟଭୀତ ଲୋକେ

ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ନର କଙ୍କାଳ ଓ ଖପୁରୀ ରାସ୍ତାକଡ଼ ଆବର୍ଜନା ଭିତରେ ପଡ଼ି ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି। More

ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ସିଝା ମାଛ ଝୋଳ’

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ସିଝା ମାଛ ଝୋଳ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଡବଲ୍‌ ଭୋଟ୍‌ ଦେଲେ କାର୍ଯ୍ୟାନୁଷ୍ଠାନ

କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। More

୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ

ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେସ୍ ଲୋଡ୍, ଡେଲି ପଜିଟିଭିଟି ହାର କମିବାରୁ ଏନେଇ କେନ୍ଦ୍ରର ନିଷ୍ପତ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି କରାଯାଇଛି । More

କାର୍‌ ମିଳିଲା, ହେଲେ କୁଆଡ଼େ ଗଲେ ଶର୍ମିଷ୍ଠା ?

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍‌ ମିଳିଛି।  More

ମାଟି ଖୋଳି ବେଆଇନ ରାସ୍ତା, ବେଆଇନ ପଥର ଓ ଚୋରା କାଠ ଚାଲାଣ ଅଭିଯୋଗ

ବ୍ୟାପକ ବୃକ୍ଷରୋପଣ ଜରିଆରେ ସବୁଜ ବଳୟ ସୃଷ୍ଟି କରି ସଚେତନତା ଲକ୍ଷରେ ପାଳନ କରାଯାଉଛି ବନ ଦିବସ କିନ୍ତୁ ନୀଳଗିରି ଅଭୟାରଣ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଙ୍ଗଲରୁ ମାଟି ଖୋଳି ବେଆଇନ ରାସ୍ତା କରିବା ପାଇଁ ମାଫିଆମାନେ କିଭଳି ଅବାଧରେ ଗଛ କାଟି ଚାଲିଛନ୍ତି, ତାହା ଜଳ ଜଳ ଦିଶୁଥିବା ସତ୍ୱେ ବନ ବିଭାଗର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । More

ଆସନ୍ତାକାଲି ଏହି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।  More

ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ; ୨୦ ଆହତ

ବସ-ଟ୍ରକ୍‌ ଧକ୍କାରେ ୨୦ ଆହତ । ଭଦ୍ରକ ଭଣ୍ଡାରିପୋଖରୀ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥ ଥାନା ନିକଟରେ ବସଟି ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି । More

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି। ଏଥିପାଇଁ ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। More

ଟଙ୍କା ନିଅ, ଭୋଟ୍‌ ଦିଅ; ନ ହେଲେ ମାଡ଼ ଖାଅ

ଟଙ୍କା ନିଅ, ଭୋଟ୍‌ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି। More

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।  More

ଗଞ୍ଜାମ ହିଂଜିଳିକାଟୁ ଥାନା ପିତଳ ଛକରେ ୪ ଜଣଙ୍କୁ ହତ୍ୟା

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ବଡ଼ ଧରଣର ହତ୍ୟାକାଣ୍ଡ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି । More

ଥାନା ଆଗରେ ଚୋରା ଗାଡି ଦେଖିଲେ ସୋ ରୁମ୍ ପରି ଲାଗୁଛି..

ଧାଡି ଧାଡି ହୋଇ ରହିଛି ବୋଲେରୋ ଲାଗୁଛି କେଉଁ ଗାଡ଼ି ଷ୍ଟାଣ୍ଡ ଭଳି ପ୍ରକୃତରେ ଏ କେଉଁ ଗାଡ଼ି ଷ୍ଟାଣ୍ଡ କି ଗ୍ୟାରେଜ ନୁହେଁ। ଏ ହେଉଛି ବଲାଙ୍ଗିର ସଦର ଥାନା ପରିସରର ଦୃଶ୍ୟ। ଚୋରି ଗାଡି ସବୁ ଜବତ ହୋଇ ଏଠାରେ ରହିଛି । More

ନିର୍ବାଚନ ସରୁ ସରୁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର ! ରୋଷେଇ ଘରେ ବି ହେଲା ପ୍ରହାର

ଆନ୍ତର୍ଜାତିକ ବଜାର ଦର ଅନୁସାରେ ଆଜିଠୁ ନିଇତି ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ଏସମ୍ପର୍କରେ ପେଟ୍ରୋଲିୟମ ଡିଲର ସଂଘର କହିବା କଥା, ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିଛି । More

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ଚିଲିକାରେ ୨ ରାତି କାଟିଥିଲେ ଅଭିଯୁକ୍ତ ! ଧରିବାକୁ ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ

ବିସ୍ତୃତ ଭାବେ ସୂଚନା ଦେଇ ପୁରୀ ଏସ୍‌ପି କହିଛନ୍ତି ଏମାନଙ୍କୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜିଂ । କାରଣ ତାଙ୍କ ଭିତରୁ କେହି ହେଲେ ଧରୁନଥିଲେ ମୋବାଇଲ୍ ଫୋନ୍ । More

ନିରଞ୍ଜନ-ଶର୍ମିଷ୍ଠା ନିଇତି ଚାଲିଥିଲା ଗପସପ, ଘଂଟା ଘଂଟା ଧରି ହେଉଥିଲେ କଥାବାର୍ତ୍ତା !

ଶର୍ମିଷ୍ଠାଙ୍କ ସହ ବାରମ୍ବାର କଥା ହେଉଥିଲେ ନିରଞ୍ଜନ । ଏପରିକି ସେ ଫେରାର ହେବା ଏବଂ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯିବା ପରେ ବି ଶର୍ମିଷ୍ଠାଙ୍କ ପରିବାର ଲୋକଙ୍କୁ ନିରଞ୍ଜନ ଫୋନ୍ କରିଥିବା ପ୍ରମାଣ ପାଇଛି ପୋଲିସ । More

ମାନସ ହତ୍ୟା ମାମଲ: କେଉଁଠି ଲୁଚିଛନ୍ତି ୱେବ୍‌ ମାଲିକାଣୀ ? ଭାଇ ଧରାପଡ଼ିଗଲା ହେଲେ ଶର୍ମିଷ୍ଠାଙ୍କୁ ପାଉନି ପୋଲିସ

ପୋଲିସ ସୂଚନା ଅନୁସାରେ ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରା ପଡ଼ିଥିଲେ ବି ଶର୍ମିଷ୍ଠା ମିଳିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରାପଡ଼ିଲେ, ତାହେଲେ ତାରି ଯୋଜନାରେ ଫେରାର ମାରୁଥିବା ଶର୍ମିଷ୍ଠା ଗଲେ କୁଆଡ଼େ ? More