ସଂକ୍ଷେପରେ ଆଜିର ତାଜା ଖବର - Friday, 18 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା । More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ପୋଲିସଙ୍କ ଜୀବନ, ୧୪ ଗୁରୁତର

ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । More

ଏଣିକି କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍

କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ, କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍ । ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବାଇକରେ ନିଆଗଲେ ହେଲମେଟ୍ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏନେଇ ଗତ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । More

କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି କହିଲେ ନିର୍ବାଚନ କମିଶନର

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । More

ଦୁର୍ଗମ ଅଞ୍ଚଳରେ ବି ଭଲ ହୋଇଛି ଭୋଟିଂ, ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବୁଥ୍ ଆଗରେ ଲମ୍ବାଲାଇନ୍

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । More

ଦ୍ୱିତୀୟ ପର୍ଯ୍ୟାୟରେ ବି.. ହିଂସା.. ପିଟାପିଟି.. ଆକ୍ରମଣ.. ପ୍ରତି ଆକ୍ରମଣ...ବୁଥ କ୍ୟାପ୍‌ଚରିଂ

ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ । More

ବିରୋଧୀଙ୍କୁ ଶକ୍ତ ଝଟ୍‌କା ! ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା ସହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ More

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ

ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ASO ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ। ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବ। More

ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ, ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଭାଙ୍ଗିଲେ ଲୋକେ

ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ । ଯାଜପୁର ଦଶରଥପୁର ବ୍ଲକ୍‌ରେ ଦେଖାଦେଇଛି ଏଭଳି ଉତ୍ତେଜନା । ଏଠାକାର ୯ ନମ୍ବର ବୁଥ୍‌ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବତ୍ତ । More

ଭୋଟ୍‌ ଚାଲିଛି, ପୋଲିସ ବି ଅଛନ୍ତି, ହେଲେ ଶୃଙ୍ଖଳା ନାହିଁ ! ପ୍ରିଜାଇଡିଂ ଅଫିସର କରୁଛନ୍ତି ହେର୍‌ଫେର୍‌

ଖୋଦ୍‌ ପ୍ରିଜାଇଡିଂ ଅଫିସର୍‌ ଭୋଟ ସ୍ଥାନକୁ ଯାଇ କିଏ କେଉଁଠି ଭୋଟ ଦେଉଛନ୍ତି ତା’ ଉପରେ ନଜର ରଖୁଛନ୍ତି । ଯାହାକି ପଂଚାୟତ ନିର୍ବାଚନରେ ନିୟମର ଖୋଲା ଉଲଙ୍ଘନ । More

ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲେ ବିଜେପି ଓ ବିଜେଡି

 ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ  । ବଲାଙ୍ଗିର ବେଲପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ପ୍ରଶ୍ନ କରିଛି ବିଜେପି । More

ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଗାଁ। ଚର୍ଚ୍ଚାରେ ବାସୁଦେବପୁରର ମଙ୍ଗଳପୁର ପଂଚାୟତ

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତରେ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି More

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ୬ଟି ସ୍ଥାନରେ ରେଡ୍‌

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। More

ଭୋଟ୍ ଦେଲେ ବଣ୍ଡା ଘାଟି ବାସିନ୍ଦା

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ବଣ୍ଡା ଘାଟିର ମହିଳାମାନେ । More

ଓଡ଼ିଶାରେ ହଟିଲା ନାଇଟ୍‌ କର୍ଫ୍ୟୁ

ପୁଣି କୋଭିଡ୍‌ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି।  More

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ASP ତ୍ରିନାଥ ମିଶ୍ରଙ୍କ ପତ୍ନୀ

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛନ୍ତି।  More

ଗୋଟିଏପଟେ ଚାଲିଛି ନିର୍ବାଚନ, ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ

ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଗୋଟିଏପଟେ ନିର୍ବାଚନ ଚାଲି ଥିବାବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। More

ଘରୋଇ ସ୍କୁଲ୍‌ରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା; କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ଘରୋଇ ସ୍କୁଲ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି। More

ଦୁର୍ଘଟଣା ପରେ ଗାଡ଼ିରେ ଲାଗିଲା ନିଆଁ; ଜିଅନ୍ତା ଜଳିଗଲେ ଡ୍ରାଇଭର,ହେଲ୍‌ପର୍

ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲ୍‌ପର୍। ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା। More

ଏଣିକି ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏମ୍ଫିଲ୍, ପିଏଚ୍‌ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ । More

୪୮ ଘଣ୍ଟା ପରେ ମିଳିଲେ ପ୍ରାର୍ଥିନୀଙ୍କ ସ୍ୱାମୀ, ଚେତାଶୂନ୍ୟ ହୋଇ ପଡ଼ିଥିଲେ ଓଭରବ୍ରିଜ୍‌ ତଳେ...

ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଓଭରବ୍ରିଜ୍‌ ତଳୁ ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି।  More

ଆଜି କୋଟିଆରେ ପଞ୍ଚାୟତ ଭୋଟ୍‌, ଆନ୍ଧ୍ରକୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କୋଟିଆବାସୀ

ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି। More

Odisha Panchayat Elections: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ହିଂସାକାଣ୍ଡ ନଦୋହରାଇବା ଉପରେ ଗୁରୁତ୍ୱ

ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ। More

କାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍: ପ୍ରତିନିଧି ବାଛିବେ ରାଜ୍ୟର ୬୨ ଲକ୍ଷରୁ ଅଧିକ ଭୋଟର

କାଲି ସେକେଣ୍ଡ ଫେଜ୍ ଭୋଟ୍ । ସାଜ ସରଞ୍ଜାମ ଧରି ବୁଥ୍ ପହଞ୍ଚିଲେଣି ପୋଲିଂ ପାର୍ଟି । ଏଣେ ପଞ୍ଚାୟତ ପରୀକ୍ଷା ଦେବାକୁ ପ୍ରାର୍ଥୀ ତୟାର ତ ପ୍ରତିନିଧି ବାଛିବାକୁ ବି ଉତ୍କଣ୍ଠାରେ ଭୋଟର । More

ଚର୍ଚ୍ଚାରେ ବାହାଦୁର ବନ-କର୍ମଚାରୀ: ଧନ ଜୀବନ ରକ୍ଷା ପାଇଁ ଜୀବନକୁ ବାଜି ଲଗାଇଲେ

ଯେଉଁ ଅଞ୍ଚଳରେ ଏହି ବିରାଟକାୟ ଦନ୍ତା ଚଳପ୍ରଚଳ କରୁଛି, ସେହି ଇଲାକାରେ ଜୀବନକୁ ପାଣି ଛଡ଼ାଇ ଡ୍ୟୁଟି କରୁଛନ୍ତି ଏହି ବନକର୍ମଚାରୀ । ଯିଏ ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି । More

ପ୍ରଚାର କରୁଛି ବିଜେଡି : ‘ବିରୋଧୀ ମାଡ ଖାଇବ, ଏଥର ଖେଳ ହେବ’

ପଶ୍ଚିମବଙ୍ଗର ଟିଏମସିକୁ ଅନୁସରଣ କରୁଛି କି ବିଜେଡି ? ଦିଦିଙ୍କ ଖେଲା ହବେ ଢାଞ୍ଚାରେ ଓଡିଶାରେ ଖେଳ ହେବ ବୋଲି ବିଜେଡି ଦେଇଛି ଆହ୍ୱାନ । More

ଭିଜିଲାନ୍ସ ଜାଲରେ ପୁଣି ବଡ଼ ମାଛ: କୋଟିଏ ୧୩ ଲକ୍ଷ ନଗଦ ଟଙ୍କା ଜବତ ପରେ ଜେଲ୍ ଗଲେ ଡାକ୍ତର ସୁକାନ୍ତ ଜେନା

ପ୍ରଶ୍ନ ଉଠୁଛି, ସରକାରୀ ପଦରେ ଥାଇ ଅସତ୍ ଉପାୟରେ ସଂପତ୍ତି ଅର୍ଜିଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ଭିଜିଲାନ୍ସ ? କାରଣ ବିଗତ ବର୍ଷଗୁଡ଼ିକରେ ଦୋଷୀ ସାବ୍ୟସ୍ତର ହାର ମାମଲାର ଅଧା ବି ହୋଇନଥିବାରୁ ଏ ବାବୁମାନେ ଯେ ସହଜରେ ଖସିନଯିବେ, ତାହା କିଏ କହିବ? More

୧ମ ପର୍ଯ୍ୟାୟରେ ବୁଥ୍ ରିଂଗି, ଟଙ୍କା ବଣ୍ଟା ଓ ହିଂସାର ମାଳ ମାଳ ଚିତ୍ର : ବାକିଥିବା ପର୍ଯ୍ୟାୟରେ ସ୍ୱଚ୍ଛ ନିର୍ବାଚନକୁ ନେଇ ଉଠିଲା ପ୍ରଶ୍ନ

ଆରମ୍ଭରୁ ଅଶାନ୍ତି କେଉଁଠି ଗୋଷ୍ଠୀ ସଂଘର୍ଷ, କେଉଁଠି ହାତାହାତି, ତ କେଉଁଠି ହିଂସାକାଣ୍ଡ, ଖୁଲମଖୁଲା ବୁଥ ଜବରଦଖଲର ଚିତ୍ର । ଏସବୁ ଘଟୁଥିଲା ପୋଲିସ୍ ଉପସ୍ଥିତିରେ । ଢେଙ୍କାନାଳ ଗଦିଁଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ଖୋଲାଖୋଲି ଭାବେ ବୁଥ୍ ରିଗିଂ ଓ କ୍ୟାପ୍ଚରିଂ କରିଥିଲେ ଦୁର୍ବୃତ୍ତ । More