Advertisment

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ASP ତ୍ରିନାଥ ମିଶ୍ରଙ୍କ ପତ୍ନୀ

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛନ୍ତି।

author-image
Rajalaxmi Sahoo
Wife of ASP Trinath Mishra

Wife of ASP Trinath Mishra

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛନ୍ତି। ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ। ଆୟର ପ୍ରାୟ ୫ ଶହ ପ୍ରତିଶତ ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଥିଲେ। 

Advertisment

ତେବେ ତ୍ରିନାଥଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣାରେ ଭିଜିଲାନ୍ସକୁ ପତ୍ନୀ ଦୀପ୍ତିମୟୀ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। କୌଣସି ଗୋଟିଏ ପ୍ରମାଣ ଭିଜିଲାନ୍ସ ଦେଉ ବୋଲି ସେ ଚ୍ୟାଲେଞ୍ଜ କରି ଏହା କହିଛନ୍ତି। ଏପରିକି ଭିଜିଲାନ୍ସ ବିରୋଧରେ କୋର୍ଟ ଯିବେ ବୋଲି ସେ କହିଥିଲେ। ସବୁ ମିଛ, ସବୁ ପ୍ରମାଣ କୋର୍ଟରେ ଦେବି, ଭିଜିଲାନ୍ସ କିଛି କରିପାରିବନି ବୋଲି ଦୀପ୍ତିମୟୀ କହିଛନ୍ତି।

ତ୍ରିନାଥଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଦେଖିଲେ ତାଜୁବ୍‌ ହୋଇଯିବେ। ହେଲେ ଏହି ସମ୍ପତ୍ତି ଉପରେ ଛାପା ମାରିଥିଲା ଭିଜିଲାନ୍ସ। ରସୁଲଗଡ଼ ବାସଭବନରେ ଲେଖିଛନ୍ତି ଚମତ୍କାର ବାର୍ତ୍ତା, ପ୍ରଚାର କରୁଛନ୍ତି ଅମୂଲ୍ୟ ବଚନ । ହେଲେ ଏଭଳି ବାଣୀ ଉପରେ ବିଶ୍ୱାସ କରୁଥିବା ତ୍ରିନାଥଙ୍କ ପାଖରେ ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି କେଉଁଠୁ ଆସିଲା? ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
Vigilance Raid ASP Trinath Mishra
Advertisment
Advertisment