୨୦ ପର୍ଯ୍ୟନ୍ତ ଜଳିବ ଓଡ଼ିଶା; ଭୁବନେଶ୍ୱରରେ ତାପମାତ୍ରା ୪୧.୮ ଡିଗ୍ରୀ

ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

Weather Update in Odisha

ରାଜ୍ୟରେ ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ଦୁଇ ଦିନ ପରେ ତାପମାତ୍ରା ହ୍ରାସ ପାଇବ । ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ଥିବା ବେଳେ କେଉଁଝର ୩୯.୨, ଭୁବନେଶ୍ୱର ଓ ସମ୍ବଲପୁର ୩୯ ଡିଗ୍ରୀ ତାପମାତ୍ରା ରହିଛି । 

ସେହିପରି ବାଲେଶ୍ବର ରେ ୩୭.୮, ହୀରାକୁଦରେ ୩୭.୮, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।  ଆସନ୍ତା ୨୧ ତାରିଖ ଯାଏଁ ଏପରି ଗରମରୁ ମୁକ୍ତି ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର। ତାପମାତ୍ରା ବୃଦ୍ଧି ପାଉଥିବାରୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

ଅଧିକ ପଢ଼ନ୍ତୁ: ସାରା ରାଜ୍ୟରେ ବର୍ଷୁଛି ନିଆଁ, ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍ 

 ସୁନ୍ଦରଗଡମୟୁରଭଞ୍ଜକେଉଁଝରଝାରସୁଗୁଡାସମ୍ବଲପୁରସୋନପୁରବଲାଙ୍ଗୀରବୌଦ୍ଧ ଜିଲ୍ଲାକୁ ସତର୍କ କରାଯାଇଛି। ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି ବିଭାଗ। ଏବେ ଆସନ୍ତୁ ନଜର ପକାଇବା କିଛି ସହରର ତାପମାତ୍ରା ଉପରେ..

ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା :

ଝାରସୁଗୁଡା: ୪୦.୮ ଡ଼ିଗ୍ରୀ 
କେନ୍ଦୁଝର:୩୯.୨  ଡ଼ିଗ୍ରୀ
ଭୁବନେଶ୍ୱର: ୩୯.୦ ଡ଼ିଗ୍ରୀ
ସମ୍ବଲପୁର: ୩୯.୦ ଡ଼ିଗ୍ରୀ
ବାଲେଶ୍ୱର: ୩୭.୮ ଡ଼ିଗ୍ରୀ 
ହୀରାକୁଦ: ୩୭.୮ ଡ଼ିଗ୍ରୀ 
ଚାନ୍ଦବାଲି: ୩୭. ୪ଡ଼ିଗ୍ରୀ 
ପୁରୀ: ୩୪.୦ ଡ଼ିଗ୍ରୀ
ଗୋପାଳପୁର:୩୩.୬ ଡ଼ିଗ୍ରୀ 
ପାରାଦୀପ: ୩୨.୪ ଡ଼ିଗ୍ରୀ