ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ଫଳରେ ଘରୁ ଗୋଢ଼ କାଢ଼ିବା ମୁସ୍କିଲ ହୋଇପଡ଼ୁଛି । ରାଜ୍ୟର ୨୯ଟି ସହରରେ ଗତକାଲି ପାରଦ ୪୦ ଡିଗ୍ରୀ ପାର୍ କରିଥିବା ବେଳେ ବାରିପଦା ଏବଂ ଝାରସୁଗୁଡାରେ ସର୍ବାଧିକ ୪୪.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଅନ୍ୟ ସହର ଭିତରେ ବଲାଙ୍ଗୀର, ବୌଦ୍ଧ, ନୂଆପଡା, ଟିଟିଲାଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର ଏବଂ ସୁନ୍ଦରଗଡ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଥିଲା ।
Also Read
ରାଜଧାନୀ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଥିଲା । ଆସନ୍ତା ୨୧ ତାରିଖ ଯାଏଁ ଏପରି ଗରମରୁ ମୁକ୍ତି ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର । ତାପମାତ୍ରା ବୃଦ୍ଧି ପାଉଥିବାରୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅଧିକ ପଢ଼ନ୍ତୁ: ଡହ ଡହ ଖରାରେ ଡହଳବିକଳ ଜଙ୍ଗଲୀ ଜନ୍ତୁ; ନୂଆପଡ଼ାରେ ବାଘ ଚେତାଶୂନ୍ୟ, ନରସିଂହପୁରରେ ହାତୀ ମୃତ୍ୟୁ
ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା କୁ ସତର୍କ କରାଯାଇଛି । ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି ବିଭାଗ। ...
ସେପଟେ ଆଜି ସକାଳୁ ସକାଳୁ ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚି ଯାଇଛି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ରେ ଅସହ୍ୟ ତାତି ଅନୁଭୂତ ହେଉଛି । ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ଏହି ତାପମାତ୍ରା ରେକର୍ଡ କରାଯାଇଛି ।