Advertisment

BCCI Issues New Guidelines: ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି; ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ !

ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ ।

author-image
Santosh Kumar Sahoo
BCCIର ଗମ୍ଭୀର ନିଷ୍ପତ୍ତି

BCCIର ଗମ୍ଭୀର ନିଷ୍ପତ୍ତି

ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଶୋଚନୀୟ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଛି ବିସିସିଆଇଟିମ୍ ଇଣ୍ଡିଆ ପୁରୁଷ ଖେଳାଳିଙ୍କ ପାଇଁ ହୁଇପ୍ ଜାରି କରିଛି । ଏଣିକି ଘରୋଇ ମ୍ୟାଚ୍ ନ ଖେଳିଲେ ନ୍ୟାସନାଲ୍ ଟିମରେ ସ୍ଥାନ ନାହିଁ ବୋଲି ବୋର୍ଡ ସଫା ସଫା ଶୁଣେଇ ଦେଇଛି । ସେହିପରି ଟୁର୍ ବେଳେ ପରିବାର ସଦସ୍ୟଙ୍କ ସହ ଯାତ୍ରା ଉପରେ ବି କଟକଣା ଲଗାଇବା ସହ ୧୦ ପଏଣ୍ଟ ବିଶିଷ୍ଟ ଗାଇଡଲାଇନ୍ ଜାରି କରିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ।

Advertisment

ଅଧିକ ପଢ଼ନ୍ତୁ: ୪ ଖେଳାଳିଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର, ପେଟକାରଙ୍କୁ ଜୀବନବ୍ୟାପୀ ପୁରସ୍କାର

ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ସ୍ବପ୍ନ ଧୂଳିସାତ୍ ପରେ ଖେଳାଳିଙ୍କୁ ଏଭଳି ଚମରବାଣୀ ଶୁଣାଇ ଦେଇଛି ବିସିସିଆଇ । କଠୋର ନିଷ୍ପତ୍ତି ସହ ଜାରି ହୋଇଛି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍ । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ଏହି ଗାଇଡଲାଇନ୍ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଖେଳାଳିଙ୍କ ପାଇଁ ରହିଛି କଠୋର କଟକଣା । ପ୍ଲେୟାରଙ୍କ ବ୍ୟକ୍ତିଗତ ଆରାମ, ଟ୍ରାଭେଲ ପିଲିସି, ପରିବାରର ଉପସ୍ଥିତି ସହ ବ୍ୟକ୍ତିଗତ ବିଜ୍ଞାପନ ଉପରେ ବି ଅଙ୍କୁଶ ଲଗାଇଛି ବିସିସିଆଇ ।

Advertisment

କ’ଣ ରହିଛି ବିସିସିଆଇର ଏହି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍

  1. ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟ୍ ବାଧ୍ୟତାମୂଳକ । ନିୟମ ନ ମାନିଲେ ଟିମରେ ସ୍ଥାନ ମିଳିବନି । ତେବେ ସ୍ଥଳ ବିଶେଷରେ ଏଥିରେ ପରିବର୍ତ୍ତନ ହୋଇପାରେ ।
  2. ୪୫ ଦିନରୁ ଅଧିକ ଯାତ୍ରା ସମୟରେ ପରିବାର ସଦସ୍ୟ ମାତ୍ର ୨ ସପ୍ତାହ ରହିବାକୁ ଅନୁମତି ମିଳିବ ।
  3. ସିରିଜ୍ ଚାଲୁଥିବା ସମୟରେ କୌଣସି ଖେଳାଳି ବ୍ୟକ୍ତିଗତ ବିଜ୍ଞାପନ ଦେଇପାରିବେ ନାହିଁ ।
  4. ଯଦି ମ୍ୟାଚ୍ ଶୀଘ୍ର ଶେଷ ହୋଇଯାଏ ତେବେ ଖେଳାଳିଙ୍କୁ ଶୀଘ୍ର ଯିବାକୁ ଅନୁମତି ମିଳିବନି ।
  5. ଯାତ୍ରା ସମୟରେ ଖେଳାଳିଙ୍କୁ ଅଲଗା ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ । ସେମାନେ ଟିମ୍ ସହିତ ହିଁ ଯାତ୍ରା କରିବେ ।
  6. ନିର୍ଦ୍ଧାରିତ ସମୟରେ ଟିମ୍ ସହିତ ଖେଳାଳିମାନେ ଅଭ୍ୟାସ କରିବେ
  7. ଯଦି କୌଣସି ଖେଳାଳି ୧୫୦ କିଲୋଗ୍ରାମରୁ ଅଧିକ ଲଗେଜ୍ ନିଅନ୍ତି ତେବେ ସେମାନଙ୍କୁ ହିଁ ଅତିରିକ୍ତ ରାଶି ଦେବାକୁ ପଡ଼ିବ ।
  8. ଖେଳାଳିଙ୍କୁ ବ୍ୟକ୍ତିଗତ କର୍ମଚାରୀ, ପର୍ସନାଲ୍ ରୋଷେୟା ଏବଂ ସୁରକ୍ଷାକର୍ମୀଙ୍କୁ ସାଥିରେ ନେବା ସମ୍ପୂର୍ଣ୍ଣ ମନା ।
  9. ବିସିସିଆଇର ସମସ୍ତ କାର୍ଯ୍ୟକ୍ରମରେ ଖେଳାଳିମାନେ ଉପସ୍ଥିତ ରହିବା ବାଧ୍ୟତାମୂଳକ
  10. ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ସରଞ୍ଜାମ ଓ ବ୍ୟକ୍ତିଗତ ଜିନିଷ ପଠାଇବା ନେଇ ଖେଳାଳିମାନେ ଦଳ ପରିଚାଳନା ସହିତ ସମନ୍ବୟ ରକ୍ଷା କରିବେ ।

ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତର ହ୍ବାଇଟ୍ ୱାସ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରାଜୟ ପରେ ଟିମରେ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଥିଲା । ଦଳରେ ଶୃଙ୍ଖଳା ସହ ଖେଳାଳିଙ୍କୁ ଏକତ୍ରିତ କରି ରଖିବାକୁ ଏହି ଗାଇଡଲାଇନ ଜାରି ହୋଇଥିବା କୁହାଯାଉଛି । ତେବେ ଦଳକୁ ଆଗକୁ କେତେ ଶୃଙ୍ଖଳିତ କରୁଛି ଏବଂ ଖେଳାଳିଙ୍କ ପ୍ରଦର୍ଶନ ଉପରେ କେତେ ପ୍ରଭାବ ପକାଉଛି ତାହା ସମୟ କହିବ ।

ଅଧିକ ପଢ଼ନ୍ତୁ: ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

Team India BCCI Gautam Gambhir New Guidelines
Advertisment
Advertisment