Advertisment

Ravichandran Ashwin: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...

author-image
Santosh Kumar Sahoo
undefined

ଅଶ୍ୱିନଙ୍କ ଅବସର

ରବି ଚନ୍ଦ୍ରନ୍ ଅଶ୍ୱିନ୍... ଟିମ୍ ଇଣ୍ଡିଆର ଏହି ଦିଗ୍ଗଜ୍ ସ୍ପିନରଙ୍କୁ ଆଉ ଭାରତୀୟ ଜର୍ସିରେ ଦେଖିବାକୁ ମିଳିବନି। ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟକୁ ଆଜି ଅଚାନକ ବାଏ ବାଏ କହିଛନ୍ତି ୩୮ ବର୍ଷିୟ ଅଶ୍ୱିନ୍। ଏଥିସହିତ ୧୪ ବର୍ଷର ଲମ୍ବା କ୍ୟାରିଅରରେ ପଡ଼ିଛି ଯବନିକା ।

Advertisment

ଥ୍ୟାଙ୍କ୍ ୟୁ ଅଶ୍ୱିନ୍ । ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ। ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ। ବିରାଟ କୋହଲି ଓ ରବି ଅଶ୍ୱିନଙ୍କ ଭିତରେ କିଛି କଥାବାର୍ତ୍ତା ଚାଲୁଥାଏ, ଉଭୟ ଟିକେ ଭାବବିହ୍ୱଳ ହୁଅନ୍ତି, ଅଶ୍ୱିନଙ୍କ କାନ୍ଧ ଉପରେ କୋହଲି ହାତ ରଖନ୍ତି ପରେ ତାଙ୍କୁ କୁଣ୍ଢେଇ ପକାନ୍ତି। କିଛି ସମୟ ପରେ ମ୍ୟାଚ୍ ଡ୍ର’ ହୁଏ, ପ୍ରେସ୍ କନଫରେନ୍ସ ପାଇଁ ପହଞ୍ଚନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା। ସାଙ୍ଗରେ ଥାଆନ୍ତି ଅଶ୍ୱିନ୍ ।

ଅଚାନକ ଗଣମାଧ୍ୟମ ସାମ୍ନାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରନ୍ତି ଅଶ୍ୱିନ୍। କୁହନ୍ତି, ମୋ ଭିତରେ ଆଉ କିଛି କ୍ରିକେଟ୍ ବାକି ଅଛି, କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ମୁଁ ମୋର ଶେଷ ମ୍ୟାଚ୍ ଖେଳିସାରିଛି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଉଛି, କ୍ଲବ୍ କ୍ରିକେଟରେ କିନ୍ତୁ ଆଗକୁ ବି ଖେଳ ଜାରି ରଖିବି । କ୍ରିକେଟ୍ ମୋତେ ବହୁତ୍ କିଛି ଦେଇଛି, ସାଥି ଖେଳାଳିଙ୍କ ସହ ମୁଁ ଏ ଖେଳକୁ ଖୁବ୍ ଉପଭୋଗ କରିଛି। କିନ୍ତୁ ଏବେ ସମୟ ଆସିଛି, ଆଗକୁ ବଢ଼ିବାର।

Advertisment

ଅଧିକ ପଢ଼ନ୍ତୁ: ପ୍ରତିଭାଶାଳୀ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍‌ର ପୁନରୁତ୍ଥାନ ସମ୍ଭବ କି ?

୩୮ ବର୍ଷୀୟ ଆର୍. ଅଶ୍ୱିନ୍ ଦୀର୍ଘ ୧୪ ବର୍ଷର କ୍ୟାରିଅର ଭିତରେ ଭାରତକୁ ଅନେକ ମ୍ୟାଚରେ ବିଜୟ ମୁକୁଟ ପିନ୍ଧାଇଛନ୍ତି । ୧୦୬ ଟେଷ୍ଟରେ ୫୩୭ ୱିକେଟ୍ ନେଇ ଭାରତ ପାଇଁ ଅନୀଲ କୁମ୍ବଲେଙ୍କ ପରେ ସେ ସାଜିଛନ୍ତି ଦ୍ୱିତୀୟ ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ । ୩୭ ଥର ସେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି। ଖାଲି ବଲରେ ନିଜର ଯାଦୁ ଦେଖାଇ ନାହାନ୍ତି ଅଶ୍ୱିନ୍, ବରଂ ବ୍ୟାଟ୍‌ରେ ବି ରଚିଛନ୍ତି ଇତିହାସ। ଅଶ୍ୱିନଙ୍କ ନାଁରେ ରହିଛି ୩, ୫୦୩ ଟେଷ୍ଟ ରନ୍, ଯେଉଁଥରେ ରହିଛି ୬ଟି ଶତକ ଓ ୧୪ଟି ଅର୍ଦ୍ଧଶତକ । ସେହିପରି ଦିନିକିଆରେ ୧୧୬ଟି ମ୍ୟାଚ୍ ଖେଳି ୧୫୬ ୱିକେଟ୍ ଓ ୬୫ ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତ ପାଇଁ ହାସଲ କରିଛନ୍ତି ୭୨ଟି ୱିକେଟ୍ । ୨୦୧୦ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଓ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ ଅଶ୍ୱିନ୍।

ସେପଟେ କିନ୍ତୁ ଅଶ୍ୱିନଙ୍କ ଅଚାନକ ଅବସରକୁ ନେଇ କ୍ରିକେଟ୍ ପଣ୍ଡିତମାନେ କିଛି ପ୍ରଶ୍ନ ବି ଉଠାଇଛନ୍ତି। ଅଶ୍ୱିନଙ୍କ ଭଳି ଜଣେ କିମ୍ବଦନ୍ତୀ ସ୍ପିନରଙ୍କୁ କ’ଣ ଏକ ଫ୍ୟାରୱେଲ୍ ମ୍ୟାଚ୍ ମିଳିପାରି ନଥାନ୍ତା ? ପୂର୍ବରୁ ଏମ୍.ଏସ୍ ଧୋନି, ସୁରେଶ ରାଇନା ଓ ଏବେ ଅଶ୍ୱିନଙ୍କ ଭଳି କ୍ରିକେଟର କାହିଁକି ଉପଯୁକ୍ତ ଫ୍ୟାରୱେଲ୍ ବିନା ଅଚାନକ ଅବସରର ଘୋଷଣା କରୁଛନ୍ତି ? ବିସିସିଆଇ କହିଛି, ଅବସର ନେବା-ନନେବା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, ବିସିସିଆଇ ତାହାକୁ ସମ୍ମାନ କରେ । ଅବସର ପରେ ଅଶ୍ୱିନଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ସଚିନ୍ ତେନ୍ଦୁଲକରଙ୍କ ପରି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଓ ସାଥି ଖେଳାଳି ତାଙ୍କୁ ଏକ ସଫଳ କ୍ୟାରିଅର୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅଷ୍ଟ୍ରେଲିଆ ଟୁରରେ ଥିବା ଅଶ୍ୱିନ୍ ଆସନ୍ତାକାଲି ଭାରତ ଫେରିଆସିବେ ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଚେସ୍ ଜଗତର ନୂଆ ସୁପର୍‌ଷ୍ଟାର୍ ଗୁକେଶ ଡୋମ୍ମାରାଜୁ

Virat Kohli Ravichandran Ashwin Team India Rohit Sharma BCCI
Advertisment
Advertisment