• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳ ଦାସଙ୍କ ବ୍ୟକ୍ତିଗତ ଆକ୍ରୋଶ ନା ଅନ୍ୟ କିଛି କାରଣ ? କାହା ପ୍ରରୋଚନାରେ ଘଟିଛି କି ଏହି ଜଘନ୍ୟ ହତ୍ୟାକାଣ୍ଡ ? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡର ୩ ଦିନ ପରେ ବି ହୁଲୁସ୍ତୁଲ ସାରା ରାଜ୍ୟ ବଜାର ଘାଟ, ଗଳି କନ୍ଦି, ଛକ, ଚା ଖଟି । ସବୁଠି ଏହି ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା । ନବଙ୍କ ପରିବାର ପକ୍ଷରୁ ଏହା ପଛରେ ଟପ୍ ଲେବଲ୍ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଆସିବାପରେ ସ୍ଥିତି ଆହୁରି ଜଟିଳ ହୋଇଛି ।

ଏପଟେ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ । ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୋଲିସ୍ ଡିଜି କାହିଁକି ଏହି ଘଟଣାରେ ଚୁପ୍ ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିବା ସହ ପୁଣିଥରେ ସିବିଆଇ ତଦନ୍ତ ପାଇଁ ଦାବି କରିଛି । ସେପଟେ କଂଗ୍ରେସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ ଆଣି କହିଛି, ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି ଓ ଏଥିରେ ଟପ୍ ଲେଭେଲ୍ ଲୋକ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ, ଗୃହ ମନ୍ତ୍ରୀ ପଦ ଛାଡ଼ନ୍ତୁ ବୋଲି ଦଳ କହିବା ସହ ଏସ୍‌ଆଇଟି ତଦନ୍ତ ଦାବି କରିଛି । ଜବାବରେ ବିଜେଡି କହିଛି, ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ।

ଅଧିକ ପଢ଼ନ୍ତୁ: ନବ ଦାସଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ଠିକ୍ ନଥିଲା ପୂଜା ପଦ୍ଧତି କହିଲେ ଜ୍ୟୋତିର୍ବିଦ୍ 

ଗତ ରବିବାର ଦିନ ପ୍ରାୟ ୧୨ଟା ୧୫ ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଏଏସ୍‌ଆଇ୍ ଗୋପାଳ ଦାସ । ସେଠାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା । ପରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟା ପ୍ରାୟ ସାଢେ ସାତଟା ପରେ ନବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତରୀ ଟିମ୍ । ତେବେ ନବ ଦାସ ମୃତ୍ୟୁ ସମୟକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଗୁଳିକାଣ୍ଡ ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସେ ଶୁଣିବାକୁ ପାଇଥିବା କହିଛନ୍ତି । ତାକୁ ନେଇ ଡ୍ରାମା କରିବାର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜୟନରାୟଣ।

ସେପଟେ ନବଙ୍କ ହତ୍ୟା ପରେ ଗଣତନ୍ତ୍ର ବିପଦରେ, ଆଇନଶୃଙ୍ଖଳା ଭୁସୁଡୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସରକାର ଓ ଦଳରେ ସବୁକିଛି ଠିକ୍‌ଠାକ୍ ଚାଲିନି ବୋଲି ଟୁଇଟ୍ କରିଛନ୍ତି ଲଳିତେନ୍ଦୁ । ଏପରିକି ବିଜୁ ଲିଗାସି ବିପଦରେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।